Posted inଖେଳ

ଲିୟନଙ୍କୁ ୫ ଉଇକେଟ: ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ସିଡନୀ ଟେଷ୍ଟ

ସିଡନୀ,୫।୧(ଏଏଫ୍‌ପି)- ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼ କରିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସର ମାର୍ନସ ଲାବୁସେନଙ୍କ ଶତକ ସହାୟତାରେ ୧୫୦.୧ ଓଭରରେ ୪୫୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ସ୍ପିନର ନାଥନ ଲିୟନଙ୍କର ସଫଳ ମୁକାବିଲା କରି ନ ପାରି ୯୫.୪ ଓଭରରେ ୨୫୧ ରନ କରି ଅଲଆଉଟ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆ ୨୦୩ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ରବିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୬ ଓଭରରେ କୌଣସି ଉଇକେଟ ନ ହରାଇ ୪୦ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ଦୁଇ ଦିନ ବାକି ଥିବା ବେଳେ ୧୦ ଉଇକେଟ ହାତରେ ରଖି ଅଷ୍ଟ୍ରେଲିଆ ମୋଟ ଉପରେ ୨୪୩ ରନର ବୃହତ୍‌ ଅଗ୍ରଣୀ ହାସଲ କରି ମ୍ୟାଚ୍‌କୁ ନିଜର ନିୟନ୍ତ୍ରଣକୁ ଆଣିଛି। ଷ୍ଟମ୍ପ ଅପସାରଣ ବେଳକୁ ଦୁଇ ଓପନର ଡେଭିଡ ଓ୍ବାର୍ନର ୨୩ ଓ ଜୋ ବନର୍‌ସ ୧୬ ରନକରି ଅପରାଜିତ ରହିଛନ୍ତି। ଏହି ମ୍ୟାଚ୍‌ରେ ବିଜୟୀ ହେଲେ ଅଷ୍ଟ୍ରେଲିଆ ୩-୦ରେ ସିରିଜ କ୍ଲିନ୍‌ ସୁଇପ୍‌ କରିବ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୬୩/୦ରୁ ଖେଳ ଆରମ୍ଭ କରି ନ୍ୟୁଜିଲାଣ୍ଡ ରବିବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ ୨୬ରୁ ଖେଳ ଆରମ୍ଭ କରି ୪୯ ରନ କରି ଆଉଟ ହୋଇଥିଲେ। ସେହିପରି ଅନ୍ୟତମ ଓପନର ଟମ୍‌ ବ୍ଲଣ୍ଡେଲ ୩୪ ରନରୁ ଖେଳ ଆରମ୍ଭ କରିଥିଲେ ମଧ୍ୟ ଆଉ ଅଧିକ ରନ୍‌ ସଂଗ୍ରହ କରି ନ ପାରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ନ୍ୟୁଜିଲାଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଭଲ ଆରମ୍ଭ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ବଡ଼ ସ୍କୋର ହାସଲ କରି ନ ଥିଲା। ଦଳ ତରଫର ଗ୍ଲେନ୍‌ ଫିଲିପ୍ସ ସର୍ବାଧିକ ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିତ ରାଭାଲ ୩୧, ଅଭିଜ୍ଞ ରସ୍‌ ଟେଲର ୨୨, କଲିନ ଡି ଗ୍ରାଣ୍ଡହୋମ ୨୦, ଉଇକେଟକିପର ବିଜେ ଓ୍ବାଟଲିଂ ୯, ମ୍ୟାଟ ହେନେରୀ ୩ ରନ କରି ଆଉଟ ହୋଇଥିବା ବେଳେ ଟୋଡ ଆସେଲେ ୨୫ ରନ କରି ଅପରାଜିତ ରହିଥିଲେ। ଓ୍ବିଲିୟମ ସମରଭିଲେ ଓ ନିଲ ଓ୍ବାଗନର ଖାତା ଖେଳିପାରି ନ ଥିଲେ। ଆଉ ୨୦ ରନ ସଂଗ୍ରହ କରିଥିଲେ ଟେଲର ନ୍ୟୁଜିଲାଣ୍ଡର ସର୍ବାଧିକ ଟେଷ୍ଟ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଥାନ୍ତେ ଓ ଷ୍ଟିଫେନ୍‌ ଫ୍ଲେମିଙ୍ଗ୍‌ (୭,୧୭୨)ଙ୍କୁ ପଛରେ ପକାଇଥାନ୍ତେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଅଭିଜ୍ଞ ସ୍ପିନର ନାଥନ ଲିୟନ ସର୍ବାଧିକ ୫ ଉଇକେଟ ଅକ୍ତିଆର କରିଛନ୍ତି। ଏଥିସହିତ ସେ କ୍ୟାରିୟରର ୩୮୫ ଟେଷ୍ଟ ଉଇକେଟ ହାସଲ କରିଛନ୍ତି। ସେହିପରି ପ୍ୟାଟ୍‌ କୁମିନ୍ସ ୩ ଓ ମିଚେଲ ଷ୍ଟାର୍କ ଗୋଟିଏ ଉଇକେଟ ହାସଲ କରିଥିଲେ।
ପୂର୍ବରୁ ପର୍ଥରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୯୬ ରନରେ ବିଜୟ ହାସଲ କରିଥିଲା। ସେହିପରି ମେଲବୋର୍ନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲିଆ ୨୪୭ ରନରେ ବିଜୟୀ ହୋଇ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଥିଲା।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୫୦.୧ ଓଭରରେ ୪୫୪ ଅଲଆଉଟ।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ-୯୫.୪ ଓଭରରେ ୨୫୧ ଅଲଆଉଟ
(ଫିଲିପ୍ସ- ୫୨, ଲଥାମ- ୪୯, ବ୍ଲଣ୍ଡେଲ- ୩୪, ରାଭାଲ- ୩୧, ଟେଲର- ୨୨, ଆସଲେ- ୨୫*, ଗ୍ରାଣ୍ଡହୋମ- ୨୦, ଲିୟନ-୫/୬୮, କୁମିନ୍ସ- ୩/୪୪, ଷ୍ଟାର୍କ- ୧/୫୭)।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ- ୧୬ ଓଭରରେ ୪୦/୦
(ଓ୍ବାର୍ନର- ୨୩*, ବନର୍‌ସ-୧୬*)


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri