କେନାଲ ଶୁଖିଲା, ପ୍ରଭାବିତ ହେବ ରବିଚାଷ

ମାଲକାନଗିରି, ୩।୧(ସ୍ବ.ପ୍ର.) – ରବି ଫସଲ ପାଇଁ ଚାଷୀ ପ୍ରସ୍ତୁତ ଥିଲେ। ଡିସେମ୍ବର ଆରମ୍ଭରୁ ଆରମ୍ଭ କରିଥାନ୍ତେ ଚାଷ କାମ। କିନ୍ତୁ ପ୍ରଶାସନ ପକ୍ଷରୁ କେନାଲରେ ପାଣି ଛଡା ନ ଯିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଅସୁବିଧା ନେଇ କୋରୁକୋଣ୍ଡା ଅଞ୍ଚଳର କେତେକ ଚାଷୀ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତୁରନ୍ତ ପାଣି ଛଡା ନ ଗଲେ ଆନ୍ଦୋଳନ ହେବ ବୋଲି ଚାଷୀମାନେ କହିଛନ୍ତି।
ବିଗତ ବର୍ଷମାନଙ୍କରେ ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ରବିଚାଷ ନିମନ୍ତେ ପାଣି ଛଡା ଯାଇଥାଏ। ଏହାକୁ ନଜରରେ ରଖି ଜିଲାରେ ଚାଷୀ ପ୍ରସ୍ତୁତ ହୋଇଥିଲେ। ଅନେକ ଚାଷୀ ଡିସେମ୍ବରରୁ ଚାଷ କାମ ଆରମ୍ଭ କରିଦେଇଛନ୍ତି। ତେବେ ଚଳିତବର୍ଷ ଜାନୁୟାରୀ ପ୍ରଥମ ସପ୍ତାହ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନାଲରେ ପାଣି ଛାଡିବା ନାମ ଧରୁନି ପ୍ରଶାସନ। ଡିସେମ୍ବର ମାସରେ କେନାଲରେ ପାଣି ଛଡାଯିବାକୁ ଆଖି ଆଗରେ ରଖି ଚାଷୀମାନେ ବିଭିନ୍ନ ପନିପରିବା ତଥା ଚିନାବାଦାମ ଚାଷ ନିମନ୍ତେ ଜମି ପ୍ରସ୍ତୁତ କରିସାରିଛନ୍ତି। ଏହା ବ୍ୟତୀତ ଗ୍ରୀଷ୍ମଋତୁରେ ମାଲକାନଗିରିରେ ତାପମାତ୍ରା ୪୫ରୁ ୪୮ଡିଗ୍ରୀ ରହୁଛି। ସେହି ସମୟ ଚାଷ ପାଇଁ ଉପଯୁକ୍ତ ନୁହେଁ। ତେଣୁ ଶୀତଦିନ ଆରମ୍ଭରୁ ଚାଷ କଲେ ଖରା ପୂର୍ବରୁ ଶେଷ ହେବା କଥା। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଅଣଦେଖା କରିଛନ୍ତି। ଏ ନେଇ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଯଥାଶୀଘ୍ର ପାଣି ଛଡା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚାଷୀମାନେ କହିଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଉପନିର୍ଦ୍ଦେଶକ ରାମଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ଚଳିତବଷର୍ର୍ ରବି ଫସଲ ପାଇଁ ଡକାଯାଇଥିବା ବୈଠକରେ ଡିସେମ୍ବରରୁ କେନାଲରେ ପାଣି ଛଡାଯିବା ନିମନ୍ତେ ପ୍ରସ୍ତାବ ରଖାଯାଇଥିଲା। କିନ୍ତୁ ବିଭାଗୀୟ ଯନ୍ତ୍ରୀମାନେ ଜାନୁୟାରୀ ୧୫ରେ ପାଣି ଛାଡିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ତେବେ ଏ ସମ୍ପର୍କରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ସହ ପୁନର୍ବାର ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ବିଳମ୍ବରେ ପାଣି ଛଡାଯିବା ସମ୍ପର୍କରେ ଚିତ୍ରକୋଣ୍ଡା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୂଚନା ଦେଇପାରିବେ ବୋଲି ସେ କହିଛନ୍ତି। ତେବେ ଆସନ୍ତା ୪ତାରିଖ ସୁଦ୍ଧା ସତୀଗୁଡା କେନାଲରେ ପାଣି ଛଡାଯିବ ବୋଲି ସତୀଗୁଡା ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶତ୍ରୁଘ୍ନ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri