ମଧୁ ଆପ୍‌କୁ ପ୍ରଶଂସା କଲେ ସଚିବ

ଛତ୍ରପୁର,୨୫ା୧୨(ଡି.ଏନ୍‌.ଏ.)- ଭୁବନେଶ୍ୱରଠାରେ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଭିଡିଓ କନଫରେନ୍ସିଂ ଜରିଆରେ ଶିକ୍ଷା ସମ୍ବନ୍ଧୀୟ ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଛତ୍ରପୁରସ୍ଥିତ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ସମଗ୍ର ଶିକ୍ଷା ଅଭିଯାନର ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲା ପକ୍ଷରୁ ପ୍ରସ୍ତୁତ ହୋଇଥିତ୍ବା ‘ମଧୁ’ ଆପ୍‌କୁ ସଚିବ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ଏହି ଆପ୍‌ ଦ୍ୱାରା ଛାତ୍ରୀଛାତ୍ରମାନେ ନିଜର ପାଠ୍ୟ ଉପରେ ଥିବା ସନ୍ଦେହକୁ ଦୂର କରିପାରୁଛନ୍ତି। ପରେ ଗାରିମା ଆୱାର୍ଡ ଉପରେ ଆଲୋଚନା ହୋଇଥିଲା। ଛାତ୍ରୀଛାତ୍ରଙ୍କ ସଫଳତାକୁ ଆଧାର କରି ସ୍କୁଲଗୁଡିକୁ ବ୍ରୋଞ୍ଜ ଆୱାର୍ଡ ମିଳିବ। ପରେ ସିଲଭର ଓ ଗୋଲ୍ଡ ଆୱାର୍ଡ ମିଳିବା ନିୟମ ରହିଛି। ବ୍ରୋଞ୍ଜ ଆୱାର୍ଡ ମିଳିଲେ ସ୍କୁଲ କାନ୍ଥରେ ୩ଟି ଷ୍ଟାର ଲଗାଯିବ। ଏହାର କିଭଳି ସଫଳ ରୂପାୟନ ହେବ ତାହା ଉପରେ ସଚିବ ଗୁରୁତ୍ୱାରୋପ କରିଛନ୍ତି। ନକଲି ପ୍ରମାଣପତ୍ର ଦାଖଲ କରି ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। କମ୍‌ ପିଲା ଥିବା ସ୍କୁଲକୁ ନିକଟବର୍ତ୍ତୀ ସ୍କୁଲ ସହ ମିଶ୍ରଣ ଓ ଅନଲାଇନ୍‌ରେ ଟ୍ରାନ୍ସଫର ହୋଇଥିବା ଶିକ୍ଷକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଭିଡିଓ କନଫରେନ୍ସିଂ ପରେ ଜିଲା ଶିକ୍ଷା ଅଧିକାରୀ ପଣ୍ଡା ସମୀକ୍ଷା କରିଥିଲେ। ଗାରିମା, ମଧୁ ଆପ୍‌ ଉପରେ ଅଧିକ ଧ୍ୟାନ ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri