ଗମ୍ଭୀର ସ୍ଥିତିରେ ଅର୍ଥ ବ୍ୟବସ୍ଥା:ତ୍ୱରିତ ପଦକ୍ଷେପ ନେବାକୁ ଆଇଏମ୍‌ଏଫ୍‌ର ପରାମର୍ଶ

ଓ୍ବାଶିଂଟନ,୨୫ା୧୨:ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଗମ୍ଭୀର ସ୍ଥିତିରେ ରହିଛି। ଏହି ସମୟରେ ସରକାର ନୀତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଭାରତ ବିଶ୍ୱ ଅଭିବୃଦ୍ଧିର ପ୍ରମୁଖ ଇଞ୍ଜିନ ହୋଇଥିବାରୁ ସରକାର ଏହାକୁ ଧ୍ୟାନରେ ରଖି ପଦକ୍ଷେପ ନେବାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ମଙ୍ଗଳବାର ପରାମର୍ଶ ଦେଇଛି। ନିବେଶ ଏବଂ ଚାହିଦା କମିବା, ରାଜସ୍ବ ହ୍ରାସ ଭଳି ଅନ୍ୟ ପ୍ରମୁଖ କାରଣ ଯୋଗୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଗତି ମନ୍ଥର ହୋଇଥିବା ଆଇଏମ୍‌ଏଫ୍‌ ଏହାର ବାର୍ଷିକ ସମୀକ୍ଷାରେ ପ୍ରକାଶ କରିଛି।
ନିୟୁତାଧିକ ଲୋକଙ୍କୁ ଦାରିଦ୍ର୍ୟରୁ ବାହାରକୁ ଆଣିବା ପରେ ଭାରତ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଆଇଏମ୍‌ଏଫ୍‌ର ଏସିଆ ପାସିଫିକ ବିଭାଗ ରନିଲ ସାଲଗାଡୋ କହିଛନ୍ତି। ଭାରତ ଦ୍ରୁତ ଅଭିବୃଦ୍ଧି ପଥକୁ ଫେରିବାକୁ ହେଲେ ଜରୁରୀ ଭିତ୍ତିରେ ନୀତିଗତ ପଦକ୍ଷେପ ନେବାକୁ ହେବ। ଏଭଳି ସ୍ଥିତିରେ ଉଚ୍ଚ ହାରର ଋଣ ଏବଂ ଋଣ ଉପରେ ସୁଧ ପ୍ରଦାନ ଯୋଗୁ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ପାଖରେ ବହୁତ କମ୍‌ ସୁଯୋଗ ରହିଥିବା ସେ ମତ ରଖିଛନ୍ତି। ଆସନ୍ତା ମାସରେ ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ ପ୍ରକାଶ କରିବ। ଏହା ଭାରତର ବିକାଶ ହାରକୁ କମ୍‌ କରିବା ନେଇ ପୂର୍ବରୁ ଆଇଏମ୍‌ଏଫ୍‌ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ନିକଟରେ ଆଭାସ ଦେଇଥିଲେ। ଭାରତର ବିକାଶ ହାର ଲଗାତର ଭାବେ ଖସୁଥିବାରୁ ରେଟିଂ କମିବା ନେଇ ଆଇଏମ୍‌ଏଫ୍‌ ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ଅକ୍ଟୋବରରେ ଭାରତର ବିକାଶ ହାରକୁ ଆଇଏମ୍‌ଏଫ୍‌ ୬.୧%କୁ କମାଇଛି। ସେହିଭଳି ୨୦୨୦ରେ ଭାରତର ଅଭିବୃଦ୍ଧି ହାର ୭% ରହିବା ନେଇ ଏହା ପୂର୍ବାନୁମାନ କରିଛି। ଯଦି ମାନ୍ଦାବସ୍ଥା ଲାଗି ରହେ ତେବେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ପୁଣି ଥରେ ଏହାର ରେପୋ ହାରକୁ କମାଇପାରେ ବୋଲି ସାଲଗାଡୋ ମତ ରଖିଛନ୍ତି। ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ଲଗାତର ଭାବେ ୫ମ ଥର ଲାଗି ରେପୋ ହ୍ରାସ କରିଥିଲା। ହେଲେ ଦରଦାମ ବଢିବା ଯୋଗୁ ଏହା ରେପୋ ହ୍ରାସ ଧାରାରେ ବିରତି ଦେଇଛି। ଚାହିଦା ଏବଂ ମାନୁଫାକଚରିଂ କାର୍ଯ୍ୟକଳାପ କମିବା ଯୋଗୁ ଦେଶର ବିକାଶ ହାର ପୂର୍ବାନୁମାନକୁ ରିଜର୍ଭ ବ୍ୟାଙ୍କ ୬.୧%ରୁ ୫%କୁ କମାଇ ଦେଇଛି। ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଏହା ଗୋଟିଏ ବର୍ଷ ତଳେ ୭% ରହିଥିବା ସରକାରୀ ତଥ୍ୟରୁ ଜଣାପଡିଛି। ସାଲ୍‌ଗାଡୋ କହିଛନ୍ତି, ଭାରତ ସରକାର ସଂସ୍କାର ଧାରା ତ୍ୱରାନ୍ବିତ କରିବା ଆବଶ୍ୟକ। ଅର୍ଥ ବ୍ୟବସ୍ଥାକୁ ଋଣ ଯୋଗାଣ ଲାଗି ଦେଶର ଆର୍ଥତ୍କ କ୍ଷେତ୍ର ସ୍ବାସ୍ଥ୍ୟକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri