Odisha Elections 2024

ପାକ୍‌ରେ ପ୍ରଫେସରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଇସ୍‌ଲାମାବାଦ, ୨୨ା୧୨(ପି.ଟି.): ଫେସ୍‌ବୁକ୍‌ରେ ଈଶ୍ୱରଙ୍କୁ ନିନ୍ଦାକରିବା ଅଭିଯୋଗରେ ଶନିବାର ପାକିସ୍ତାନର ଏକ କୋର୍ଟ ମୁସ୍‌ଲିମ ପ୍ରଫେସର ଜୁନୈଦ ହାଫିଜ୍‌ଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ପଞ୍ଜାବର ମୁଲ୍‌ତାନସ୍ଥିତ ହାଫିଜ୍‌ ବହଉଦ୍ଦିନ ଜାକାରିୟା ବିଶ୍ୱବିଦ୍ୟାଳୟରେ ହାଫିଜ୍‌ ଭିଜିଟିଂ ଅଧ୍ୟାପକ ଭାବେ କାମ କରନ୍ତି। ୨୦୧୩ ମାର୍ଚ୍ଚରେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ୨୦୧୪ରୁ ମାମଲାର ଶୁଣାଣି କରାଯିବା ସହ ମୁଲ୍‌ତାନର କେନ୍ଦ୍ରୀୟ ଜେଲରେ ହାଫିଜ୍‌ଙ୍କୁ ରଖାଯାଇଥିଲା। ଅତିରିକ୍ତ ସେସନ୍ସ ଜଜ୍‌ କାଶିଫ କାୟୁମ୍‌ ହାଫିଜ୍‌ଙ୍କୁ ମୃତ୍ୟୁ ଦଣ୍ଡାଦେଶ ସହ ୫୦ ଲକ୍ଷ ଟଙ୍କା ଜରିମାନାଦେଶ ଦେଇଛନ୍ତି। ପ୍ରକାଶଥାଉ କି, ହାଫିଜ୍‌ଙ୍କ ଓକିଲ ରଶିଦ୍‌ ରେହମାନଙ୍କୁ ୨୦୧୪ରେ ଗୁଳିକରି ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଫାହରେ ଏୟାରଷ୍ଟ୍ରାଇକ୍‌: ୪୫ ନିହତ

କାଏରୋ,୨୯ା୫:ଗାଜାର ଦକ୍ଷିଣାଞ୍ଚଳ ସହର ରାଫାହରେ ଇସ୍ରାଏଲୀ ସୈନ୍ୟ ଏୟାରଷ୍ଟ୍ରାଇକ୍‌ କରିଛନ୍ତି। ଏହି ଆକ୍ରମଣ ଫଳରେ ଏକ ଶରଣାର୍ଥୀ ଶିବିରରେ ନିଆଁ ଲାଗିଯିବାରୁ ସେଠାରେ ରହୁଥିବା ୪୫...

କ୍ଷମା ମାଗିଲେ ପୋପ୍‌ ଫ୍ରାନ୍ସିସ୍‌

ନୂଆଦିଲ୍ଲୀ,୨୯ା୫:ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ମହଙ୍ଗା ପଡ଼ିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ସେ...

ପାଲେଷ୍ଟାଇନ୍‌କୁ ରାଷ୍ଟ୍ର ମାନ୍ୟତା

ମାଡ୍ରିଡ୍‌/ଡଲ୍‌ବିନ୍‌/ଓସ୍‌ଲୋ,୨୯ା୫: ଇସ୍ରାଏଲ୍‌ର କଡ଼ା ପ୍ରତିକ୍ରିୟା ସତ୍ତ୍ୱେ ସ୍ପେନ୍‌, ନରଓ୍ବେ ଓ ଆୟର୍ଲାଣ୍ଡ ମଙ୍ଗଳବାର ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନ୍‌କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିଛନ୍ତି।...

ରେମାଲ ତାଣ୍ଡବ: ଚାଲିଗଲା ୧୦ ଜୀବନ

ଢାକା/କୋଲକାତା,୨୮ା୫:ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ରେମାଲ ରବିବାର ରାତିରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟାରେ କାନ୍ଥ ଓ ଗଛଡାଳ ପଡ଼ି...

ଭୂସ୍ଖଳନରେ ୨,୦୦୦ ଲୋକ ପୋତିହୋଇଛନ୍ତି: ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲା ପପୁଆ ନ୍ୟୁଗିନି

ମେଲ୍‌ବର୍ନ,୨୮ା୫: ପପୁଆ ନୂ୍ୟଗିନିରେ ଗତ ଶୁକ୍ରବାର ଘଟିଥିବା ଭୂସ୍ଖଳନରେ ୨,୦୦୦ରୁ ଊର୍ଦ୍ଧ୍ୱ ଲୋକ ମାଟିତଳେ ପୋତିହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୬୭୦ ଦର୍ଶାଯାଇଥିବାବେଳେ ପ୍ରକୃତ ମୃତ୍ୟୁ...

ମାଉଣ୍ଟ ଏଭରେଷ୍ଟରେ ପର୍ବତାରୋହୀଙ୍କ ଗହଳି, ଦୁଇ ମୃତ ଆଶଙ୍କା

ନୂଆଦିଲ୍ଲୀ,୨୭।୫: ଲମ୍ବା ଧାଡ଼ିରେ ପର୍ବତାରୋହୀମାନେ ମାଉଣ୍ଟ ଏଭରେଷ୍ଟ ଉପରେ ଚାଲୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ମଙ୍ଗଳବାରର...

ବ୍ରାଜିଲ ବନ୍ୟାରେ ମୃତକଙ୍କ ସଂଖ୍ୟା ୧୦୦ ପାର୍‌, ୫୬ ନିଖୋଜ

ସାଓ ପାଓଲୋ,୨୭।୫: ବ୍ରାଜିଲରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପ୍ରିଲ ୨୯ରେ ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ସେବେଠାରୁ ଅନେକ ଲୋକଙ୍କର...

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୧୮ ଲୋକଙ୍କ ମୃତ୍ୟୁ, ଅନେକ ଅଞ୍ଚଳ ଅନ୍ଧାର

ଓ୍ବାଶିଂଟନ,୨୭।୫: ସେଣ୍ଟ୍ରାଲ ଆମେରିକାରେ ଘାତକ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି। ସମ୍ପ୍ରତି ଏହି ଝଡ଼ରେ ପିଲାମାନଙ୍କ ସମେତ ୧୮ଜଣଙ୍କ ଜୀବନ ଯାଇଛି। ସିଏନଏନ ଏହି ସୂଚନା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri