କ୍ରିସ୍‌ମାସ ପାଇଁ ଶୁଭରଙ୍ଗ

ଡିସେମ୍ବର ୨୫କୁ ପ୍ରଭୁ ଯିଶୁଙ୍କ ଜନ୍ମଦିବସ ବା କ୍ରିସ୍‌ମାସ ଭାବେ ପାଳନ କରାଯାଇଥାଏ। ଇସାଇ ଧର୍ମାବଲମ୍ବୀମାନେ ବେଶ୍‌ ଉତ୍ସାହର ସହ ଏହିଦିନକୁ ପାଳନ କରିଥାଆନ୍ତି। ରଙ୍ଗ ବେରଙ୍ଗର ଆଲୋକରେ ଘର ସଜାଇବାଠାରୁ ଆରମ୍ଭ କରି ଉପହାର ଦେବାର ପ୍ରଥା ମଧ୍ୟ ରହିଛି। ଏହି ସମୟରେ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ ଲୋକେ ଅଧିକ ପରିମାଣରେ ଲାଲ, ସବୁଜ ଓ ଗୋଲଡେନ୍‌ ବା ସୁନାରଙ୍ଗକୁ ବ୍ୟବହାର କରିଥାଆନ୍ତି। ସାନ୍ତା କ୍ଲଜ ବି କେବଳ ଲାଲ ରଙ୍ଗର ହୋଇଥିବା ସମସ୍ତେ ଦେଖିଥିବେ। ହେଲେ ଏହା ପଛରେ ମଧ୍ୟ କିଛି କାରଣ ରହିଛି।

ଲାଲ ରଙ୍ଗ: କ୍ରିସ୍‌ମାସରେ ଲାଲ ରଙ୍ଗକୁ ଅଧିକ ମହତ୍ୱ ଦିଆଯାଏ। ଶାନ୍ତା ଲାଲ ରଙ୍ଗର ପୋଷାକ ପିନ୍ଧି ଶାନ୍ତି ବାଣ୍ଟିଥାଏ ବୋଲି କୁହାଯାଏ। ଆହୁରି ମଧ୍ୟ ଲାଲକୁ ପ୍ରଭୁ ଯିଶୁଙ୍କ ରକ୍ତର ପ୍ରତୀକ ବୋଲି କୁହାଯାଏ। ଏହାଦ୍ୱାରା ଯିଶୁଙ୍କ ଉଦ୍ଦେଶ୍ୟରେ ପ୍ରେମ ଭାବ ଜାଗ୍ରତ ହୋଇଥାଏ ବୋଲି ଅନେକେ ମତ ଦିଅନ୍ତି।

ସବୁଜ ରଙ୍ଗ: ଇସାଇ ଧର୍ମରେ ସବୁଜ ରଙ୍ଗକୁ ପ୍ରଭୁ ଯିଶୁଙ୍କ ଶାଶ୍ୱତ ଜୀବନର ପ୍ରତୀକ ବୋଲି ଧରାଯାଏ। ଏହା ପ୍ରକୃତି ସହ ମଧ୍ୟ ଜଡିତ। ସେଥିପାଇଁ କ୍ରିସ୍‌ମାସ ଅବସରରେ ଏହି ରଙ୍ଗକୁ ବେଶି ମହତ୍ୱ ଦିଆଯାଇଥାଏ।

ଗୋଲଡେନ୍‌ କଲର ବା ସୁନା ରଙ୍ଗ: ଏହାକୁ ଉପହାରର ପ୍ରତୀକ ବୋଲି କୁହାଯାଏ। ଏହାକୁ କ୍ରିସ୍‌ମାସରେ ବ୍ୟବହାର କରିବାର ଅର୍ଥ ହେଉଛି ଖୁସି ବାଣ୍ଟିବା। ସେଥିପାଇଁ କ୍ରିସ୍‌ମାସ ଅବସରରେ ଏହି ରଙ୍ଗ ବ୍ୟବହାର କରି ଖୁସି ବଣ୍ଟାଯାଇଥାଏ ବୋଲି କୁହାଯାଏ।

ଶାନ୍ତା କ୍ଲଜ କୁହନ୍ତୁ ଅବା କ୍ରିସ୍‌ମାସ ଟ୍ରି। ଏହା ଖ୍ରୀଷ୍ଟଧର୍ମର ପରମ୍ପରା ଅନୁଯାୟୀ ପ୍ରସ୍ତୁତ କରାଯାଇଥାଏ। ତା’ସହ ସମସ୍ତଙ୍କୁ ମିଠା ଓ ଉପହାର ମଧ୍ୟ ଦିଆଯାଏ ଏହି କ୍ରିସ୍‌ମାସରେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri