ସ୍ମାର୍ଟ ୱାଟର୍‌ ଡିସ୍‌ପେନସର୍‌ ପ୍ରକଳ୍ପ: ବିଶ୍ୱନାଥଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ୍‌,୧୧ା୧୨-ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ପି.ବିଶ୍ୱନାଥ ପାତ୍ର ତାଙ୍କର ଉଦ୍ଭାବନ ‘ସ୍ମାର୍ଟ ୱାଟର୍‌ ଡିସ୍‌ପେନସର୍‌’କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ଜଳ ଅପଚୟ ରୋକିବାରେ ସହାୟକ ଏହି ପ୍ରକଳ୍ପକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ପ୍ରଶଂସା କରିଛନ୍ତି। ଏହା ପରଠୁ ବିଶ୍ୱନାଥଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ମଙ୍ଗଳବାର ଏ ନେଇ ‘ଧରିତ୍ରୀ’ରେ ‘ଜଳ ଅପଚୟ ରୋକିବ ସ୍ମାର୍ଟ ୱାଟର୍‌ ଡିସ୍‌ପେନସର୍‌, ବ୍ରହ୍ମପୁର ଛାତ୍ରଙ୍କ ପ୍ରକଳ୍ପକୁ ରୁଷିଆ ରାଷ୍ଟ୍ରପତିଙ୍କ ପ୍ରଶଂସା’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଅନ୍ୟପଟେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଶ୍ୱନାଥଙ୍କୁ ପ୍ରଶଂସା କରିଛନ୍ତି। ଉଭୟ ଟୁଇଟର୍‌ ଏବଂ ଫେସ୍‌ବୁକ୍‌ରେ ମୁଖ୍ୟମନ୍ତ୍ରୀ ବିଶ୍ୱନାଥଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ଲେଖିଛନ୍ତି । ବିଶ୍ୱନାଥଙ୍କ ପ୍ରକଳ୍ପ କିଭଳି ରୁଷିଆ ରାଷ୍ଟ୍ରପତିଙ୍କୁ ପ୍ରଭାବିତ କରିଥିଲା, ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି। ସେହିଭଳି ବିଶ୍ୱନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବିଘ୍ନେଶ୍ୱର ପଟ୍ଟନାୟକ ଏବଂ ଆସିଷ୍ଟାଣ୍ଟ କମିଶନର୍‌ ଜ୍ୟୋତି କୁମାରଙ୍କ ସମେତ ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ‘ନୀତି’ ଆୟୋଗର ଅଟଲ୍‌ ଇନୋଭେଶନ୍‌ ମିଶନ୍‌(ଏଆଇଏମ୍‌)ରେ ଦେଶବ୍ୟାପୀ ଶ୍ରେଷ୍ଠ ୧୦୦ ପ୍ରକଳ୍ପରେ ସ୍ଥାନ ପାଇଥିଲା। ଏଥିରେ ବିଶ୍ୱନାଥଙ୍କ ‘ସ୍ମାର୍ଟ ୱାଟର୍‌ ଡିସ୍‌ପେନ୍‌ସର୍‌’ ପ୍ରକଳ୍ପ ସ୍ଥାନୀତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଦେଶର ଶ୍ରେଷ୍ଠ ୫୦ ପ୍ରକଳ୍ପରେ ରହିଥିଲା। ଏଣୁ ଭାରତ ତରଫରୁ ପ୍ରତିନିଧିତ୍ୱ କରିବାକୁ ସେ ସୁଯୋଗ ପାଇଥିଲେ। ନଭେମ୍ବର ୨୯ରୁ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ରୁଷ୍‌ର ସୋଚିଠାରେ ଭାରତ ଏବଂ ରୁଷ୍‌ର ବଛାବଛା ଛାତ୍ରୀଛାତ୍ରଙ୍କୁ ନେଇ ଆୟୋଜିତ ଅନ୍ତର୍ଜାତୀୟ କର୍ମଶାଳାରେ ବିଶ୍ୱନାଥ ଭାରତ ତରଫରୁ ସୁଯୋଗ ପାଇଥିଲେ। ଭାରତରୁ ୨୫ ଛାତ୍ରୀଛାତ୍ର ଏଥିରେ ଭାଗ ନେଇଥିଲେ। ତେବେ ବିଶ୍ୱନାଥଙ୍କ ପ୍ରକଳ୍ପ ରୁଷିଆ ରାଷ୍ଟ୍ରପତି ପୁଟିିନ୍‌ଙ୍କୁ ପ୍ରଭାବିତ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

କୋଳି ଖାଇବାକୁ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ରାସ୍ତାରେ ବସିଲେ ବିଭିନ୍ନ ରାଜନୈତିକ ଦଳ

ଭଦ୍ରକ/ଚାନ୍ଦବାଲି,୨୫ା୧୨(ସନାତନ ରାଉତ/ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ବାଲିଗାଁଠାରେ ୨ ଦିନ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ଚାନ୍ଦବାଲି...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri