ମେମୁ ଟ୍ରେନ୍‌କୁ ବ୍ରହ୍ମପୁରରୁ ଚଳାଇବାକୁ ଦାବି

ବ୍ରହ୍ମପୁର ଅଫିସ୍‌,୨୭ା୧୧-ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍‌ ସିଟିଜେନ୍‌ ଫୋରମ୍‌ ତରଫରୁ ବିଭିନ୍ନ ଦାବି ସମ୍ପର୍କରେ ମଙ୍ଗଳବାର ଷ୍ଟେଶନ୍‌ ମ୍ୟାନେଜର୍‌ଙ୍କ ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ପୂର୍ବରୁ ମେମୁ ଟ୍ରେନ୍‌ ବ୍ରହ୍ମପୁରରୁ କଟକକୁ ଚଳାଚଳ କରୁଥିଲା । କିନ୍ତୁ ବର୍ତ୍ତମାନ ଏହି ଟ୍ରେନ୍‌ ଇଚ୍ଛାପୁରରୁ ଯାତ୍ରା ଆରମ୍ଭ କରୁଛି। ଫଳରେ ବ୍ରହ୍ମପୁରରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବଭଳି ଏହାକୁ ବ୍ରହ୍ମପୁରରୁ ଚଳାଚଳ କରିବାକୁ ଦାବି କରାଯାଇଛି। ଏଥିସହ ବ୍ରହ୍ମପୁର ଷ୍ଟେଶନ୍‌କୁ ଆଧୁନିକୀକରଣ କରିବା, ପଲାସା-କଟକ ଓ ପଲାସା-ଭୁବନେଶ୍ୱର ଟ୍ରେନ୍‌ ମଧ୍ୟରୁ ଗୋଟିଏକୁ ପୁରୀ ପର୍ଯ୍ୟନ୍ତ ଚଳାଇବା, ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଟିକେଟ୍‌ କାଉଣ୍ଟର୍‌ ଖୋଲିବା, ବିଶ୍ରାମାଗାର ଷ୍ଟେଶନ୍‌ ସମ୍ମୁଖରେ କରିବା, ୪ ନମ୍ବର ପ୍ଲାଟଫର୍ମ ପଟେ ପାର୍କିଂ ସ୍ଥାନ କରିବା, ପାସେଞ୍ଜର ହଲ୍‌ଟ ଇଣ୍ଡଷ୍ଟ୍ରିଆଲ୍‌ ଆଙ୍କୁଲିରେ କରିବା, ବ୍ରହ୍ମପୁରରୁ ସମ୍ବଲପୁର ରେଳ ଲାଇନ୍‌, ଡିଜିଟାଲ୍‌ ସିଷ୍ଟମ୍‌କୁ ତ୍ୱରାନ୍ବିତ, ମହିଳାଙ୍କ ଭଳି ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ବତନ୍ତ୍ର କୋଚ୍‌ର ବ୍ୟବସ୍ଥା ସହିତ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ରର ଏକ ନକଲ ରାଜ୍ୟ ପରିବହନ ମନ୍ତ୍ରୀ, ବ୍ରହ୍ମପୁର ଏମ୍‌ପି, ବିଧାୟକ ଏବଂ ଖୋର୍ଦ୍ଧା ରେଳ ଡିଭିଜନ ଜିଆର୍‌ଏମ୍‌ଙ୍କ ପାଖକୁ ପଠାଯାଇଛି। ଦାବିପତ୍ର ପ୍ରଦାନ ବେଳେ ସାଧାରଣ ସମ୍ପାଦକ ସୀମାଞ୍ଚଳ ପ୍ରସାଦ ବିଷୋୟୀ, ସମ୍ପାଦକ ବାସୁଦେବ ଲିମା, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ପ୍ରକାଶ ଚନ୍ଦ୍ର ପଣ୍ଡା, ଉପସଭାପତି ସୂର୍ଯ୍ୟକାନ୍ତ ପାତ୍ର, ଅଭିଯୋଗ ପ୍ରକୋଷ୍ଠ ଚେୟାର୍‌ମ୍ୟାନ୍‌ ପ୍ରଭାକର ସାହୁ, ଉପଦେଷ୍ଟା ଶ୍ରୀବତ୍ସ ଦଳେଇ, ବିଘ୍ନେଶ୍ୱର ପାଢୀ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାରଣା, ନରସିଂହ ସାହୁ, କାହ୍ନୁଚରଣ ପଣ୍ଡା, ରବୀନ୍ଦ୍ର କୁମାର ମହାରଣା, ଗରିବବନ୍ଧୁ ପଣ୍ଡା, ଗୌରହରି ଦାସ, ଶିଶିର କୁମାର ସାହୁ, ବିନୋଦ ଜେନା, ପ୍ରଶାନ୍ତ କୁମାର ମହାପାତ୍ର, ଏ. ରାଜା ରାଓ, ଜୟନ୍ତୀଲାଲ୍‌ ଚୌହ୍ବାନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri