୨୯ ବର୍ଷ ହେଲା ଚାଲିଛି ମାନସିକ ପୂରଣ

ବଇଣ୍ଡା,୨୪।୧୧: ଟିଏ ପଟେ ବୁଡ଼ି ଯାଉଥିବା କଳା, ସଂସ୍କୃତିକୁ ଉଜ୍ଜୀବିତ କରିବାକୁ ପ୍ରୟାସ ତ ଅନ୍ୟପଟେ ଧାର୍ମିକ ଭାବନା ବା ମାନସିକ ପୂରଣ ପାଇଁ ଚାଲିଛି ପ୍ରଚେଷ୍ଟା। ଏମିତି ବର୍ଷ ପରେ ବର୍ଷ ୨୯ ବର୍ଷ ଧରି ପାଲା ପରିବେଷଣ କରିଆସୁଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ବଇଣ୍ଡା ଗ୍ରାମର ଜଗତ ମୋହନ ମିଶ୍ର।

ଜଗତ ମୋହନ କହିଛନ୍ତି, ୧୯୮୬ରେ ସେ ବିବାହ କରିଥିଲେ। ୪ ବର୍ଷ ବିତିଯିବା ପରେ ବି ପିଲାଟିଏ ନ ହେବାରୁ ସେ ଚିନ୍ତିତ ହୋଇପଡ଼ିଥିଲେ। ପୁଅଟିଏ ହେଲେ ଆଜୀବନ ପାଲା ପରିବେଷଣ କରିବେ ବୋଲି ପ୍ରଭୁ ସତ୍ୟନାରାୟଣଙ୍କ ନିକଟରେ ମାନସିକ କରିଥିଲେ। ଈଶ୍ୱରଙ୍କ କୃପାରୁ ୧୯୯୧ରେ ତାଙ୍କୁ ପୁତ୍ର ସନ୍ତାନଟିଏ ପ୍ରାପ୍ତ ହେଲା। ତେଣୁ ଠାକୁରଙ୍କ ନିକଟରେ କରିଥିବା ମାନସିକ ପୂରଣ ପାଇଁ ସେ ପାଲା ପରିବେଷଣ କ୍ଷେତ୍ରରେ ପାଦ ଦେଲେ। ଗୁରୁ ନବୀନ କୁମାର ରଥଙ୍କଠାରୁ ଶିକ୍ଷା ନେଇ ସେ ୫ଜଣ ସାଥୀଙ୍କୁ ଧରି ପାଲା ଗାୟନ ଆରମ୍ଭ କଲେ। ବର୍ଷକୁ ୧୦୦ରୁ ଅଧିକ ପାଲା ପରିବେଷଣ କରୁଛନ୍ତି। ପାରିଶ୍ରମିକ ବାବଦରେ କଳାକାର ପିଛା ମାତ୍ର ୪ରୁ ୫ଶହ ଟଙ୍କା ପାରିଶ୍ରମିକ ମିଳୁଥିବାରୁ ପରିବାର ଚଳାଇବା ବଡ଼ କଷ୍ଟକର ହେଉଛି। ତଥାପି ଏହାକୁ ନେଇ ସେ କେବେ ନିରାଶ ହୋଇନାହାନ୍ତି କି କାର୍ଯ୍ୟ ପ୍ରତି ବିମୁଖ ଭାବ ପ୍ରକଟ କରିନାହାନ୍ତି। କାରଣ ଈଶ୍ୱରଙ୍କ ଆଶୀର୍ବାଦ ତାଙ୍କ ସହ ପରିବାର ଉପରେ ଥିବାରୁ ସେ ମାନସିକ ପୂରଣ କରିବାକୁ ଜିଇଁଥିବା ଯାଏ ସତ୍ୟନାରାୟଙ୍କ ପାଲା ଗାନ କରି ଚାଲିଥିବେ। ଏହାଛଡ଼ା ସାମାଜିକ, ଧାର୍ମିକ ସଚେତନତା ସୃଷ୍ଟିରେ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ଏହି କଳା, ସଂସ୍କୃତି ଧୀରେ ଧୀରେ ତା’ର ଦିଗ ହରାଉଥିବାରୁ ତାହାକୁ ବଞ୍ଚାଇ ରଖିବା ନିମନ୍ତେ ତାଙ୍କ ଉଦ୍ୟମ ଫଳପ୍ରସୂ ହେଉ ବୋଲି ସେ ଚାହାନ୍ତି। କିଶୋରନଗର ବ୍ଲକ ଅଞ୍ଚଳରେ ସେ ପାଲା ପରିବେଷଣ କରି ୨୧ଟି ପୁରସ୍କାର ପାଇଛନ୍ତି। ଏହାଛଡ଼ା ଜିଲାରୁ ୨୨ଟି ଶେଷ୍ଠ ପୁରସ୍କାର ତାଙ୍କୁ ମିଳିଛି। ଗ୍ରାମାଞ୍ଚଳରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର କରାଯାଉଥିବା ବେଳେ ତାଙ୍କ ସାଥୀଙ୍କୁ ଏପରି କିଛି କାର୍ଯ୍ୟ ଦିଆଯାଇଛି। କିନ୍ତୁ କଳାକାରଟିଏ ବଞ୍ଚିବା ପାଇଁ ସେଥିରୁ ମିଳୁଥିବା ପ୍ରାପ୍ୟ ପର୍ଯ୍ୟାପ୍ତ ହେଉନାହିଁ। ଏ ଦିଗରେ ସରକାର ଦୃଷ୍ଟି ଦେବା ସହ କଳାକାରଙ୍କ ଉନ୍ନତି ପାଇଁ ଅଧିକ ଯୋଜନା କଲେ ତାଙ୍କ ପରି ଅନ୍ୟମାନେ ଉପକୃତ ହେବା ସହ କଳା, ସଂସ୍କୃତିକୁ ଅବକ୍ଷୟ ମୁହଁରୁ ଫେରାଇ ଅଣାଯାଇପାରିବ ବୋଲି ଜଗତମୋହନ ପ୍ରକାଶ କରିଛନ୍ତି।

ପରିକ୍ଷିତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଥାନା ଘେରିଲେ ଗ୍ରାମବାସୀ, ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅମରପାଲି,୧୨।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡମାଳ ଗ୍ରାମବାସୀ ଥାନା ଘେରିଛନ୍ତି। ଗ୍ରାମର କେତେଜଣ ବ୍ୟକ୍ତିଙ୍କ ନାମରେ ପଡୋଶୀ ଗ୍ରାମର ଜଣେ ବ୍ୟକ୍ତି...

ଥାନାରେ କୀଟନାଶକ ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତୁତି ଖବର ପାଇ..

ଦେବଗଡ, ୧୨।୧୨ (ଶଶାଙ୍କ ଶେଖର ଝାଙ୍କର): ଅଭିଯୋଗ କରିବାକୁ ଆସିଥିବା ମହିଳା ଦେବଗଡ ଥାନା ଭିତରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ...

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

ଜଙ୍ଗଲକୁ ଟେକିନେଇ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କଲେ ୪୩ ବର୍ଷୀୟ ବ୍ୟକ୍ତି, ଧରାପଡିବା ପରେ…

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନା ଅଞ୍ଚଳରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ଘରକୁ ଡାକି ବଳାତ୍କାର କରିଥିଲେ ବୃଦ୍ଧ, ହେଲା ଆଜୀବନ କାରାଦଣ୍ଡ

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ବଳାତ୍କାର ମାମଲାର ବିଚାରକରି ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ଜଣେ ବୃଦ୍ଧଙ୍କୁ ଗୁରୁବାର ଆଜୀବନ କାରାଦଣ୍ଡ ସହ ୧୦,୦୦୦...

ପେସାରେ ଅଧ୍ୟାପନା, ନିଶାରେ କଳା ସାଧନା

ଲୋଇସିଂହା,୧୨।୧୨(ସୁଶାନ୍ତ ବାରିକ): ପେଶା ତାଙ୍କର ଅଧ୍ୟାପନା, ନିଶା କଳା ସାଧନା କରିବା ା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ଡ. ଲିଙ୍ଗରାଜ ମେହେର। ସେ...

ମହିଳାଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା, ସମ୍ପର୍କୀୟ ଶ୍ୱଶୁରଙ୍କୁ ଅଧାଲଣ୍ଡା କରି…

ଭବାନୀପାଟଣା, ୧୨ା୧୨ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ବାଦିଲି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ପଡ଼ାର...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri