ରାନୁଙ୍କ ଟ୍ରୋଲର୍‌ଙ୍କୁ ପ୍ରଶଂସକଙ୍କ ଜବାବ: ତାଙ୍କୁ ଯାହା କୁହାଯାଉଛି, ସେ ତାହା କରୁଛନ୍ତି

ବମ୍ବେ: ରାଣାଘାଟ ଷ୍ଟେଶନରେ ଗୀତ ଗାଉଥିବା ଜଣେ ସାଧାରଣ ମହିଳାରୁ ଇଣ୍ଟରନେଟ୍‌ ସେନ୍‌ଶେସନ୍‌ ପାଲଟଥିବା ରାନୁ ମଣ୍ଡଳ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ପ୍ରଥମେ ସଙ୍ଗୀତ ଆଉ ଏବେ ମେକ୍‌ଓଭରକୁ ନେଇ ରାନୁଙ୍କୁ ଟ୍ରୋଲ କରାଯାଉଛି। ହେଲେ କିଛି ପ୍ରଶଂସକ ଏହାକୁ ସମାଲୋଚନା କରୁଥିବା ଲୋକଙ୍କୁ କଟାକ୍ଷ କରୁଥିବା ଦେଖାଯାଇଛି।

ନିକଟରେ ଏକ କାର୍ଯ୍ୟକ୍ରମରେ ରାନୁ ଲେହେଙ୍ଗା ସହ ହେଭି ମେକ୍‌ଅପ୍‌ ନେଇ ର଼୍ୟାମ୍ପ ଓ୍ବାକ୍‌ କରିଥିଲେ। ଏହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। କେହି କେହି ତାଙ୍କ ମେକ୍‌ଅପ୍‌କୁ ନେଇ ମେମ୍ସ ମଧ୍ୟ କରିଥିଲେ। ହେଲେ ଏସବୁକୁ ପସନ୍ଦ କରୁନାହାନ୍ତି ରାନୁଙ୍କ କିଛି ପ୍ରଶଂସକ।

ରାନୁ ଅତ୍ୟନ୍ତ ଗରୀବ ଘରୁ ଆସିଛନ୍ତି। ସେ ସଂଘର୍ଷ କରି ନିଜର ପେଟ ପୋଷୁଥିଲେ। ହେଲେ ଏବେ ସେ ହଠାତ୍‌ ସେଲିବ୍ରିଟି ପାଲଟିଯାଇଛନ୍ତି। ସେ ଏହାକୁ କିଭଳି ଭାବେ ଗ୍ରହଣ କରିବେ ଜାଣିପାରୁନାହାନ୍ତି। ତାଙ୍କୁ ଯାହା କୁହାଯାଉଛି, ସେ ସେଭଳି କରୁଛନ୍ତି। ସେ ଶିକ୍ଷିତ ନୁହନ୍ତି। ଏଣୁ ତାଙ୍କୁ କଟାକ୍ଷ କରାଯିବା ଅନୁଚିତ ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି। ସେହିଭଳି ଯେଉଁମାନେ ତାଙ୍କୁ ସମାଲୋଚନା କରି ବ୍ୟଙ୍ଗ କରୁଛନ୍ତି, ସେମାନଙ୍କ ପାଖରେ ବାସ୍ତବରେ କିଛି କାମ ନ ଥିବା ଅନ୍ୟଜଣେ ଟୁଇଟରରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri