ପିଲାଙ୍କୁ ଦିଅନ୍ତୁ ଉତ୍ତମ ଶିକ୍ଷା: ଧ୍ୟାନ ଦିଅନ୍ତୁ କେତୋଟି କଥାପ୍ରତି

ଛୋଟ ପିଲାମାନଙ୍କୁ ଉତ୍ତମ ବ୍ୟବହାର ସମ୍ପର୍କରେ ଶିକ୍ଷା ଦେବା ପ୍ରତ୍ୟେକ ଅଭିଭାବକଙ୍କ ଦାୟିତ୍ୱ। କାରଣ ଏହା ପିଲାର ବର୍ତ୍ତମାନ ସହିତ ଭବିଷ୍ୟତକୁ ସୁନ୍ଦରକରି ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ। ମାତ୍ର ଅଜାଣତରେ ଅଭିଭାବକ ଏମିତି କିଛି ଭୁଲ କରିଥାନ୍ତି, ଯାହାର ପ୍ରଭାବ ସିଧାସଳଖ ପିଲାଙ୍କ ଉପରେ ପଡ଼ିଥାଏ। ଫଳରେ ପିଲାମାନଙ୍କଠାରେ ଏହାର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ। ଅଜାଣତରେ ଅଭିଭାବକ କରୁଥିବା କେତୋଟି ଭୁଲ…

ବିନା କାରଣରେ ଗାଳି କରିବା:
ଭୁଲ ସମସ୍ତଙ୍କ ଦ୍ୱାରା ହୋଇଥାଏ। ବଡ ପିଲା ହେଉ ଅବା ଛୋଟ। କିନ୍ତୁ ଛୋଟ ପିଲା ଭୁଲ କଲେ ଅଭିଭାବକ ସେମାନଙ୍କୁ ଗାଳି କରିଥାନ୍ତି। ବେଳେବେଳେ ଆବଶ୍ୟକଠାରୁ ଅଧିକ ଗାଳି କରିଥାନ୍ତି। ଏପରି କରିବା ଦ୍ୱାରା ପିଲାମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।

ଅନ୍ୟ ସମ୍ମୁଖରେ ଗାଳି କରିବା:
ପିଲାମାନଙ୍କୁ ଅନୁଶାସନ ମଧ୍ୟରେ ରଖିବା ଭଲ କଥା। ହେଲେ ଅଧିକାଂଶ ଅଭିଭାବକ ପିଲାମାନଙ୍କୁ ଗାଳି କରିବା ସମୟରେ ଭୁଲି ଯାଇଥାନ୍ତି ଯେ, ସେମାନେ କାହା ସମ୍ମୁଖରେ ପିଲାମାନଙ୍କୁ ଗାଳି କରୁଛନ୍ତି। ବାହାର ଲୋକଙ୍କ ସମ୍ମୁଖରେ ଗାଳି କରିବା ଦ୍ୱାରା ପିଲାମାନେ ନିଜକୁ ଲଜ୍ଜିତ ମନେ କରିଥାନ୍ତି।

ଉତ୍ସାହିତ ନ କରିବା:
ସବୁ ସମୟରେ ପିଲାମାନଙ୍କୁ ଉପଦେଶ ଦେବା ଖରାପ କଥା। ପିଲା ଯେତେବେଳେ ନିଜେ କୌଣସି କାମ କରୁଛି ସେତେବେଳେ ତା’ର ଭୁଲ ବାହାର କରିବା ପରିବର୍ତ୍ତେ ତାକୁ ସବୁବେଳେ ଉତ୍ସାହିତ କରିବା ଆବଶ୍ୟକ। ଏପରି କରିବା ଦ୍ୱାରା ପିଲାର ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।

ଅନ୍ୟସହ ତୁଳନା କରିବା:
ପ୍ରତ୍ୟେକ ପିଲା ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। କିଏ ପାଠ ପଢ଼ାରେ ଭଲ ତ ଆଉ କିଏ ଡ୍ରଇଂରେ। ନିଜ ପିଲାର ଟ୍ୟାଲେଣ୍ଟକୁ ଜାଣନ୍ତୁ ଏବଂ ଅନ୍ୟ ପିଲା ସହ ତୁଳନା କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ପିଲା ଉପରେ ଚାପ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri