ଡଗରପଡାରେ ‘ଶାମ୍‌-ଏ-ଗଜଲ’: ଅଲତାଫ ରାଜାଙ୍କ କଣ୍ଠର ଯାଦୁରେ ଝୁମିଲେ ଦର୍ଶକ

ଖଇରା, ୧୯।୧୧(ଡି.ଏନ.ଏ.)-ରବିବାରର ଶୀତୁଆ ସନ୍ଧ୍ୟାରେ କମ୍ପୁଥିଲା ବାଲେଶ୍ୱର ଜିଲା ଖଇରା ବ୍ଲକର ଡଗରପଡା ମାଟି ା ବଲିଉଡର ବିଶିଷ୍ଟ ଗଜଲ ଗାୟକ ଅଲତାଫ ରାଜାଙ୍କ କଣ୍ଠର ଯାଦୁରେ ମତୁଆଲା ହୋଇ ପଡୁଥିଲେ ଦର୍ଶକ ା କେବଳ ଖଇରା ବ୍ଲକର ଝିଙ୍କିରିଆ, କ୍ଷିରିପଦା, ମୁସ୍ତଫାବାଦ କିମ୍ବା ତେନ୍ତୁଳିଆପଡା ବସ୍ତିରୁ ନୁହେଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଛୁଟି ଆସୁଥିଲେ ହଜାର ହଜାର ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ା ଗଜଲ ଓ କବାଲି ସାଙ୍ଗକୁ ବାଦ୍ୟ ଝଙ୍କାରରେ ଫାଟି ପଡୁଥିଲା ଡଗରପଡା ମାଟି ା ଅଲତାଫ ତାଙ୍କର ନିଜସ୍ବ ଶୈଳୀରେ ଆରମ୍ଭ କରିଥିଲେ ହିନ୍ଦୀ ଫିଲ୍ମ ‘ବଜରଙ୍ଗ ଏ ଭାଇଜାନ’ର ସେହି ଚର୍ଚ୍ଚିତ ସଙ୍ଗୀତ ‘ଝୋଲି ଭରଦୋ ମେରି ୟା ମହମ୍ମଦ, ଲୋଟ କର ମେ ନାଆଉଙ୍ଗା ଖାଲି…..’ା ଏତିକିରେ ହଜାର ହଜାର କରତାଳିରେ ପୂରି ଉଠିଥିଲା ଡଗରପଡା ହାଇସ୍କୁଲ ପଡିଆ ା ତା ପରକୁ ବିଭିନ୍ନ ନାମୀଦାମୀ ଚଳଚ୍ଚିତ୍ର ଓ ଆଲବମ୍‌ର ଗୋଟିଏ ପରେ ଗୋଟିଏ ଗୀତର ତାଳରେ ତାଳ ଦେଇ ନାଚୁଥିଲା ସାରା ପଡିଆ ା ଏଭଳି ଏକ ମନଛୁଆଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଖଇରା ବ୍ଲକର ଡଗରପଡା ଗ୍ରାମରେ ା ଓଡିଶା ଉର୍ଦ୍ଦୁ ଏକାଡେମୀ ଭୁବନେଶ୍ୱର ଏବଂ ଓଡିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍‌ଘଟନ କରିବା ଅବସରରେ ଓଡିଶାର ଭାଷା ଓ ସଂସ୍କୃତି ସାରାଭାରତରେ ମୁଖବନ୍ଧ ପାଲଟିଛି ା ଏଭଳି ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହିନ୍ଦୁ ମୁସଲିମଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ପାଇଁ ଯଥେଷ୍ଟ ସହାୟକ ହେବ ବୋଲି କହିଥିଲେ ା ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ଭୁବନେଶ୍ୱର ଉର୍ଦ୍ଦୁ ଏକାଡେମୀର ସମ୍ପାଦକ ଡ ଶୟଦ ମୁସିର ଆଲାମ, ଜିଲା ପରିଷଦ ସଭ୍ୟ ଜୟନ୍ତୀ ମହଲା, ସରପଞ୍ଚ ବାସନ୍ତୀଲତା ମହାପାତ୍ର, ସମିତି ସଭ୍ୟା ରମ୍ଭାମଣି ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଭଳି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଡଗରପଡା ଭଳି ଗ୍ରମାଞ୍ଚଳରେ ଆୟୋଜନ ପାଇଁ ମନ୍ତ୍ରୀ ପାଣିଗ୍ରାହୀଙ୍କୁ ଧନ୍ୟବାଦ ଦେଇଥିଲେ। ଡଗରପଡା ଅଞ୍ଚଳର ସମସ୍ତ ବାସିନ୍ଦା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri