ଶିଶୁଙ୍କୁ ମିଳିମିଳା ପ୍ରତିଷେଧକ ଟୀକା ଦେବା ବାଧ୍ୟତାମୂଳକ: ନ ଦେଲେ ୨ ଲକ୍ଷ ଜରିମାନା

ବର୍ଲିନ୍‌,୧୮।୧୧: ଜର୍ମାନୀ ସରକାର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ମିଳିମିଳା ପ୍ରତିଷେଧକ ଟୀକାକୁ ଦେଶରେ ବାଧ୍ୟତାମୂଳକ କରିଛନ୍ତି। ଏହାର ଅବମାନନା କରୁଥିବା ଅଭିଭାବକଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏନେଇ ଜର୍ମାନୀ ସଂସଦରେ ଏକ ପ୍ରସ୍ତାବ ସର୍ବସମ୍ମତ ଭାବେ ଆଇନରେ ପରିଣତ ହୋଇଛି। ସ୍କୁଲରେ ନାମ ଲେଖାଇବା ସମୟରେ ଏସମ୍ପର୍କିତ ସାର୍ଟିଫିକେଟ ମଧ୍ୟ ଦେବାକୁ ପଡ଼ିବ ବୋଲି ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଦେଶରେ ମିଳିମିଳା ସଂକ୍ରମଣ ସମସ୍ୟା ସୃଷ୍ଟି କରୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଆଇନ ୨୦୨୦ ମାର୍ଚ୍ଚ ଠାରୁ ଲାଗୁ ହେବ। ସୂଚନାଯୋଗ୍ୟ, ୨୦୧୮ରେ ଦେଶରେ ୩ ଲକ୍ଷ ୫୦ ହଜାରରୁ ଅଧିକ ମିଳିମିଳା ସଂକ୍ରମଣ ଘଟଣା ପଞ୍ଜିକୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ବାଛନ୍ତି କିମ ଜୋଙ୍ଗ ଉନ, ‘ପ୍ଲେଜର ସ୍କ୍ବାଡ’ରେ ସାମିଲ ଥିବା ଜଣେ ଯୁବତୀ କହିଲେ କିଛି ଅକୁହା କଥା

ପୋଙ୍ଗୟାଙ୍ଗ,୩।୫: ସମୟ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ...

ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ...

ପୁଣି ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ

ନ୍ୟୁୟର୍କ,୩।୫: ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ କରିଛି। ଭାରତ ପାକିସ୍ତାନକୁ ତୀବ୍ର ସମାଲୋଚନା କରି କହିଛି, ପାକିସ୍ତାନର ଟ୍ରାକ ରେକର୍ଡ...

ୟୁସିଏଲ୍‌ଏ କ୍ୟାମ୍ପସ୍‌ରେ ପୋଲିସ ବର୍ବରତା

ଲସ୍‌ ଏଞ୍ଜେଲସ୍‌,୩ା୫:କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ସ୍ଥିତ ବିଶ୍ୱବିଦ୍ୟାଳୟ (ୟୁସିଏଲ୍‌ଏ)ପରିସରରେ ପାଲେଷ୍ଟିନୀୟ ସପକ୍ଷବାଦୀ ଆନ୍ଦୋଳନ ଜାରି ରହିଥିବାବେଳେ ବିଳମ୍ବିତ ରାତିରେ ହେଲମେଟ ପିନ୍ଧିଥିବା ପୋଲିସ କ୍ୟାମ୍ପସ୍‌ରେ ପ୍ରବେଶ କରି...

ଭାରତକୁ ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୩ା୫:ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ସେନା ଅନୁପ୍ରବେଶ କରାଇ ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରଖିଥିବାବେଳେ ସିଆଚେନ୍‌ ନିକଟବର୍ତ୍ତୀ ଶକ୍ସଗାମ୍‌...

କିଏ ହେବେ ଆମେରିକାର ରାଷ୍ଟ୍ରପତି, ଭବିଷ୍ୟକାର କହିଲେ ଏମିତି…

ଓ୍ବାଶିଂଟନ,୨ା୫: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଲାନ ଲିକ୍ଟମ୍ୟାନ ପୁଣି ଥରେ ପୂର୍ବାନୁମାନ କରିଛନ୍ତି। ଆଲାନଙ୍କୁ ଆମେରିକାର ନୋଷ୍ଟ୍ରାଡାମସ ମଧ୍ୟ କୁହାଯାଏ। ଯିଏ ଗତ ଅନେକ...

ଭାରତ ବିରୋଧରେ ବିଷ ଓଗାଳିଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା, ରୁଷିଆ ଏବଂ ଭାରତ ବିରୁଦ୍ଧରେ ବିବାଦୀୟ ବୟାନ ଦେଇଛନ୍ତି, ଯେଉଁ କାରଣରୁ ସେ ବର୍ତ୍ତମାନ ଟାର୍ଗେଟର ଶିକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri