ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ରେ ଦେଉଥିଲେ ତଥ୍ୟ: ପାକିସ୍ତାନୀ ଏଜେଣ୍ଟ ହନି ଟ୍ରାପରେ ହିିଞ୍ଜିଳି ଯୁବକ

ହିିଞ୍ଜିଳିକାଟୁ,୯ା୧୧(ଡି.ଏନ.ଏ)- ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ହନି ଟ୍ରାପରେ ଫସି ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ରାଜସ୍ଥାନ ପୋଲିସ ୨ ଜଣ ଯବାନଙ୍କୁ ଗିରଫ କରିଥିଲା। ସେଥିମଧ୍ୟରୁ ଜଣେ ଯବାନ ଗଞ୍ଜାମ ଜିଲା ହିିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ସେ ହେଲେ ବିଚିତ୍ର ବେହେରା। ଖବର ପ୍ରକାଶ ପରେ ଗୁରୁବାର ରାତିରୁ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଶୁକ୍ରବାର ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାଶ ବିଚିତ୍ରଙ୍କ ଘରକୁ ଯାଇ ତଦନ୍ତ ଚଳାଇଛନ୍ତି। ବିଚିତ୍ର ଏପରି କାର୍ଯ୍ୟ କରିଥିବା ତାଙ୍କ ମା’ ବାପା ବିଶ୍ୱାସ କରୁ ନାହାନ୍ତି ବୋଲି କହିଛନ୍ତି। ପ୍ରକାଶ ଯେ, ଆଙ୍କୋରଡ଼ା ନୂଆଁସାହି ବାସିନ୍ଦା କଂଗ୍ରେସ ବେହେରା ଓ ମନୁଙ୍କ ପୁଅ ବିଚିତ୍ର । ୨୦୧୩ରେ ବିଚିତ୍ର ଫାୟାରମ୍ୟାନ ଭାବେ ଚାକିରି କରିଥିଲେ। ୫ମାସ ପରେ ସେ ସେନାବାହିନିରେ ସିପାହୀ ଭାବେ ଯୋଗ ଦେଇଥିଲେ। ପୂର୍ବରୁ ଜମ୍ମୁ କଶ୍ମୀରରେ ସେନା ବାହିନୀରେ କାମ କରୁଥିବା ବେଳେ ବର୍ତ୍ତମାନ ରାଜସ୍ଥାନର ପୋଖରାନରେ ସେନା ବାହିନୀରେ କାମ କରୁଥିଲେ। ସେଠାରେ ସାମାଜିକ ଗଣମାଧ୍ୟମରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ମହିଳା ଏଜେଣ୍ଟଙ୍କ ସମ୍ପର୍କରେ ଆସି ଫେସ୍‌ବୁକ ଓ ହ୍ବାଟ୍ସଆପ୍‌ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ପଇସା ପାଇଁ ବିଚିତ୍ର ଏହା କରିଥିବା ଜଣାପଡ଼ିଛି। ଶୁକ୍ରବାର ଗ୍ରାମରେ ମା’ କାଳୁଆଙ୍କ ଯାତ୍ରା ଚାଲିଥିବାରୁ ବିଚିତ୍ର ଆସିବାର ଥିଲା। କିନ୍ତୁ ରାଜସ୍ଥାନ ପୋଲିସର ଇଣ୍ଟେଲିଜେନ୍ସ ବୁ୍ୟୁରୋ ଓ ରାଜ୍ୟ ସିଆଇଡିର ଯୁଗ୍ମ ତଦନ୍ତରେ ୨ଜଣ ଯବାନ ଗିରଫ ହୋଇଥିଲେ। ସେଥିରେ ଜଣେ ଲାନ୍ସ ନାଏକ ରବି ବର୍ମା ଓ ବିଚିତ୍ର ଥିଲେ। ପୋଲିସ ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଛି। ଏହା ଶୁଣି ବିଚିତ୍ରଙ୍କ ପରିବାର ଲୋକେ ଚିନ୍ତାଗ୍ରସ୍ତ ଅଛନ୍ତି। ଯାତ୍ରା କମିଟି ସଭାପତି ତଥା ପୂର୍ବତନ ପୌରାଞ୍ଚଚଳ ଉପାଧ୍ୟକ୍ଷ ସୁବାସ ପଲେଇ ଏହି ଘଟଣା ପରେ ଗ୍ରାମରେ ଦୁଃଖ ପ୍ରକାଶ ପାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri