ଚଳନ୍ତା କାର୍‌ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେବା ଘଟଣା: ଗିରଫ ହେଲେ ଅଭିଯୁକ୍ତ, କାର୍‌ ଜବତ

ଖୋର୍ଦ୍ଧା ଅଫିସ,୭।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପିଏନ୍‌ କଲେଜ ନିକଟ ଶ୍ମଶାନ ନିକଟରେ ଜଣେ ଯୁବତୀଙ୍କୁ ଚଳନ୍ତା କାର୍‌ରେ ବଳାତ୍କାର କରିବା ପରେ ଦୁର୍ବୃତ୍ତ ଫିଙ୍ଗି ଦେଇ ଚାଲିଯାଇଥିଲେ। ଏହି ଘଟଣାରେ ଗୁରୁବାର ଅଭିଯୁକ୍ତଙ୍କ ସହ ଉକ୍ତ କାର୍‌କୁ ଜବତ କରାଯାଇଛି। ଅଭିଯୁକ୍ତ ହେଲେ ଜଟଣୀ ଥାନା କୁଦିଆରୀ ଗ୍ରାମର ମନୋରଞ୍ଜନ ମହାନ୍ତି। ଏଥିସହ ଖଣ୍ଡଗିରି ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ଲାଗି କୋର୍ଟକୁ ମଧ୍ୟ ନିଆଯାଇଛି। ସେହିଭଳି ଖୋର୍ଦ୍ଧାରେ ମହିଳା କମିଶନ ପହଞ୍ଚି ଏସ୍‌ପିଙ୍କ ସହ ବଳାତ୍କାର ଘଟଣା ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ନୟାଗଡ଼ ଜିଲା ଗଣିଆ ଅଞ୍ଚଳର ପୀଡ଼ିତା ଯୁବତୀ ଜଣକ ଖୋର୍ଦ୍ଧାରେ ରୁହନ୍ତି। ବୁଧବାର କୌଣସି କାର୍ଯ୍ୟରେ ସେ ଭୁବନେଶ୍ୱର ଯାଇଥିଲେ। ଅପରାହ୍ନରେ ଖଣ୍ଡଗିରି ଛକରୁ ଏକ କାର୍‌ରେ ଲିଫ୍ଟ ମାଗି ଖୋର୍ଦ୍ଧା ଫେରୁଥିଲେ। ଫେରିବା ସମୟରେ କାର୍‌ରେ ଥିବା ଯୁବକମାନେ ତାଙ୍କୁ ବଳାତ୍କାର କରିବା ସହ ସେ ପିନ୍ଧିଥିବା ପୋଷାକକୁ ଚିରି ଦେଇଥିଲେ। ଯୁବତୀଜଣକ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଖୋର୍ଦ୍ଧା ନିକଟସ୍ଥ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ଶ୍ମଶାନ ନିକଟରେ କାର୍‌ରୁ ଠେଲିଦେଇ ଚାଲି ଯାଇଥିଲେ। ଯୁବତୀଜଣକ ମୁମୂର୍ଷୁ ଅବସ୍ଥାରେ ପଡ଼ି କାନ୍ଦୁ ଥିବାବେଳେ କିଛି ଲୋକ ଶୁଣି ସେଠାରେ ପହଞ୍ଚିଥିଲେ। କାରଣ ପଚାରିବାରୁ ଯୁବତୀ ଜଣକ ଆଉ ବଞ୍ଚିବାକୁ ଚାହୁଁ ନାହିଁ, ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଛି ବୋଲି କହି ଭୋ ଭୋ କାନ୍ଦିଥିଲେ। ପରେ ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖି ଲୋକମାନେ ସ୍ଥାନୀୟ ପୋଲିସ, ଆମ୍ବୁଲାନ୍ସ ଏବଂ ଦମକଳକୁ ଖବର ଦେଇଥିଲେ। ପରେ ଦମକଳ ବାହିନୀ ସେଠାରେ ପହଞ୍ଚି ପୀଡ଼ିତା ଯୁବତୀଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିଲେ। ଖବର ପାଇ ପୀଡ଼ିତାଙ୍କ ମା’ ହସ୍ପିଟାଲରେ ପହଞ୍ଚିବା ପରେ ଯୁବତୀ ଜଣକ ସବୁ କଥା ପୋଲିସ ନିକଟରେ ପ୍ରକାଶ କରିଥିଲେ। ପୀଡ଼ିତାଙ୍କ ବୟାନ ଓ ଅଭିଯୋଗକୁ ଭିତ୍ତି କରି ଖୋର୍ଦ୍ଧା ପୋଲିସ ଘଟଣାର ପରବର୍ତ୍ତୀ ତଦନ୍ତ ପାଇଁ ଏଫଆଇଆରକୁ ଖଣ୍ଡଗିରି ଥାନାକୁ ହସ୍ତାନ୍ତର କରିଥିଲା। ଖଣ୍ଡଗିରି ଆଇଆଇସି ଖୋର୍ଦ୍ଧା ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୀଡ଼ିତା ଖଣ୍ଡଗିରିରୁ ଲିଫ୍ଟ ମାଗି ଆସିବାବେଳେ ଘଟଣା ଘଟିଥିବାରୁ ଅଭିଯୋଗକୁ ସେଠାକୁ ସ୍ଥାନାନ୍ତର କରାଗଲା ବୋଲି ଖୋର୍ଦ୍ଧା ପୋଲିସ କହିଛି। ଭାଜପା ମହିଳା ମୋର୍ଚ୍ଚାର ଖୋର୍ଦ୍ଧା ମଣ୍ଡଳ ସଭାନେତ୍ରୀ ମୀନା ଦାସ ହସ୍ପିଟାଲ ଯାଇ ପୀଡିତାଙ୍କ ସହ ଆଲୋଚନା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାସ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri