ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ରାଜ୍ୟରେ ଲଗାତର ପଞ୍ଚମଥର ପାଇଁ ସରକାର ଗଢ଼ିବାକୁ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉଭୟ ଲୋକ ସଭା ଏବଂ ବିଧାନସଭାରେ ବିଜେଡିକୁ ଜନ ସମର୍ଥନ ମିଳିଛି। ଏଥିପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେଡିକୁ ଲଗାତରଭାବେ ବିଜୟୀ କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ। ରାଜ୍ୟବାସୀ ବହୁସଂଖ୍ୟାରେ ଭୋଟଦାନ ପ୍ରକ୍ରିୟାରେ ଭାଗ ନେଇଥିଲେ। ଏଥିପାଇଁ ସମସ୍ତ ଜନସାଧାରଣଙ୍କ ସହ ବିଶେଷଭାବେ ମହିଳାମାନଙ୍କୁ ଧନ୍ୟବାଦ। ଦଳ ପାଇଁ ଉତ୍ସର୍ଗୀକୃତ ହୋଇ କାମ କରିଥିବା କର୍ମୀ ଓ ତୃଣମୂଳସ୍ତରୀୟ ନେତାମାନଙ୍କୁ ମଧ୍ୟ ନବୀନ କୃତଜ୍ଞତା ଜଣାଇଛନ୍ତି ା
ବିଜେଡି ନିର୍ବାଚନ ପୂର୍ବରୁ କୌଣସି ଦଳ ସହ ବୁଝାମଣା କରି ନ ଥିଲା। ପୂର୍ବାପେକ୍ଷା କମ୍‌ ଲୋକ ସଭା ଆସନ ପାଇଥିଲେ ମଧ୍ୟ ମୋଦିଙ୍କ ହାୱାର ମୁକାବିଲା କରିବାରେ ଦଳ ସଫଳ ହୋଇଛି। ତେଣୁ ବିଜେଡି କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହେବ କି ନାହିଁ , ସେନେଇ ସମସ୍ତଙ୍କ ନଜର ରହିଛି। ଏହି ପ୍ରସଙ୍ଗରେ ନବୀନ କହିଛନ୍ତି, ଅପେକ୍ଷା କରନ୍ତୁ ଏବଂ ଦେଖନ୍ତୁ। ବିଜେଡି କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସମ୍ପର୍କ ରକ୍ଷା କରିବ। ଓଡ଼ିଶାବାସୀଙ୍କ ବିକାଶ ପାଇଁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ ବୋଲି ନବୀନ କହିଛନ୍ତି।
ଦିନସାରା ଭୋଟ ଫଳାଫଳ ନେଇ ଉତ୍କଣ୍ଠା ଜାରି ରହିଥିଲା। ହେଲେ ରାତି ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜର ପ୍ରତିକ୍ରିୟା ଦେଇଥିଲେ। ଏହି ଅବସରରେ ବିଜେଡି କର୍ମୀ ଓ ନେତାମାନେ ନବୀନଙ୍କୁ ଫୁଲମାଳ ଅର୍ପଣ କରି କୃତଜ୍ଞତା ଜଣାଇଥିଲେ। ସାମୁଦ୍ରିକ ଝଡ଼ ଫନୀ ଉପକୂଳ ଓଡ଼ିଶାର ପ୍ରଭୂତ କ୍ଷତିସାଧନ କରିଛି। ଏହି ପରିପ୍ରେକ୍ଷୀରେ ବିଜୟକୁ ବିଜେଡି ପକ୍ଷରୁ ଅପେକ୍ଷାକୃତ ନିରାଡମ୍ବରଭାବେ ପାଳନ କରାଯାଉଥିବା ଜଣାପଡିଛି। ହେଲେ ପାର୍ଟି ଅଫିସ ଏବଂ ରାଜ୍ୟର ଅନେକ ସ୍ଥାନରେ କର୍ମୀ ନିଜ ନିଜ ଢଙ୍ଗରେ ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri