ଖୋର୍ଦ୍ଧା-ନୟାଗଡ଼ ପାସେଞ୍ଜର ସମୟ ବଦଳିଲା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଖୋର୍ଦ୍ଧା-ନୟାଗଡ଼ ଚଳାଚଳ କରୁଥିବା ଦୁଇଟି ପାସେଞ୍ଜର ଟ୍ରେନର ସମୟ ସୂଚୀ ପରିବର୍ତ୍ତନ ହୋଇଛି। ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସ୍ପେଶାଲ ସେବା ଏକ୍ସପ୍ରେସର ଚଳାଚଳକୁ ଅଧିକ ସୁବିଧାଜନକ କରବା ଲାଗି ଏହି ସମୟ ସାରଣୀ ବଦଳାଯାଇଛି ବୋଲି କୁହାଯାଇଛି। ବର୍ତ୍ତମାନ ଚଳାଚଳ କରୁଥିବା(୫୮୪୩୧-୫୮୪୩୨) ଖୋର୍ଦ୍ଧାରୋଡ-ନୟାଗଡ଼ ଟାଉନ ପାସେଞ୍ଜର ଖୋର୍ଦ୍ଧାରୋଡ ଷ୍ଟେଶନରୁ ସକାଳ ୭ଟା ୧୫ ପରିବର୍ତ୍ତେ ୮ଟା ୨୦ମିନିଟ୍‌ରେ ଛାଡିବ। ନୟାଗଡ଼ ଟାଉନ ଷ୍ଟେଶନରେ ସକାଳ ୮ଟା ୫୫ ପରିବର୍ତ୍ତେ ୯ଟା ୪୫ରେ ପହଞ୍ଚତ୍ବ। ଫେରିବାବେଳେ ପୂର୍ବାହ୍ନ ୯ଟା ୨୦ ପରିବର୍ତ୍ତେ ୧୦ଟାରେ ଛାଡିବ। ଗନ୍ତବ୍ୟସ୍ଥଳ ଖୋର୍ଦ୍ଧାରୋଡରେ ୧୧ଟା ୦୫ ପରିବର୍ତ୍ତେ ୧୧ଟା ୪୫ମିନିଟ୍‌ରେ ପହଞ୍ଚତ୍ବ। ସେହିପରି (୫୮୪୨୯-୫୮୪୩୦) ଖୋର୍ଦ୍ଧାରୋଡ-ନୟାଗଡ଼ ଟାଉନ ପାସେଞ୍ଜର ଖୋର୍ଦ୍ଧାରୋଡଠାରୁ ସନ୍ଧ୍ୟା ୭ଟା ୩୦ ପରିବର୍ତ୍ତେ ୮ଟା ୧୫ରେ ଛାଡ଼ିବ। ନୟାଗଡ଼ ଟାଉନ ଷ୍ଟେଶନରେ ରାତି ୯ଟା୧୦ ବଦଳରେ ୯ଟା ୪୦ରେ ପହଞ୍ଚତ୍ବ। କିନ୍ତୁ ଫେରିବାବେଳେ ନୟାଗଡ଼ରୁ ଖୋର୍ଦ୍ଧାରୋଡ ମଧ୍ୟରେ ସମୟସାରଣୀ ଅପରିବର୍ତ୍ତିତ ରହିଛି। ନୟାଗଡ଼ଠାରୁ ସକାଳ ୫ଟାରୁ ଛାଡି ଖୋର୍ଦ୍ଧାରେ ସକାଳ ୬ଟା ୪୫ରେ ପହଞ୍ଚତ୍ବ।
ସୂଚନା ଥାଉ କି, ଭୁବନେଶ୍ୱରରୁ ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ଆସନ୍ତା ମଙ୍ଗଳବାର ଅପରାହ୍ନ ୧ଟା ୩୦ ସମୟରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବେ। ଭୁବନେଶ୍ୱର ଷ୍ଟେଶନରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୁରୀ ଏମ୍‌ପି ପିନାକୀ ମିଶ୍ର, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri