Posted inଭଦ୍ରକ

୪ ଶହ ବର୍ଷରେ କଲ୍ୟାଣୀନଗରୀ ଦୁର୍ଗାପୂଜା

ଧାମନଗର, ୫।୧୦ (ଡି.ଏନ.ଏ.) – ରଙ୍ଗିନ ଆଲୋକମାଳାରେ ଝଲସିଲାଣି ପୂଜା ମଣ୍ଡପ। ମଣ୍ଡପରେ ମା’ଙ୍କୁ ଆରାଧନା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଶାରଦୀୟ ଦୁର୍ଗାପୂଜା ପାଇଁ ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ବ୍ଲକର ସର୍ବପୁରାତନ କଲ୍ୟାଣୀ ନଗରୀ ଦୂର୍ଗାପୂଜା ୪ ଶହ ବର୍ଷରେ ପଦାର୍ପଣ କରିଛି। ଶୁକ୍ରବାରଠାରୁ ଷଷ୍ଠୀ ଅବସରରେ ବିଲ୍ବବରଣୀ କରାଯାଇଛି। ସପ୍ତମୀରେ ନବପତ୍ରିକା ପୂଜା ସାଙ୍ଗକୁ ବିଶାଳ କଳସ ଶୋଭାଯାତ୍ରା ବାହାରି ରେବ ନଦୀର ଦେବୀଘାଟରୁ ଜଳା ଉଠାଯିବ। କଳସ ବୁଡ଼ା ପରେ ମା’ଙ୍କର ଚକ୍ଷୁଦାନ ଓ ପରେ ଗୋଟିଏ କଖାରୁ ବଳି ଦିଆଯାଇ ସାଧାରଣ କଖାରୁ ବଳି ଆରମ୍ଭ ହେବ। ବିଶୁଦ୍ଧ ପଞ୍ଜିକା ଅନୁସାରେ ପାରମ୍ପରିକ ପୂଜାପାଠ ପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବା ବେଳେ ଚଳିତବର୍ଷ ପ୍ରସିଦ୍ଧ ଝୁଣାଜଳା ପର୍ବ ପାଇଁ ସମୟ ନିର୍ଘଣ୍ଟ ହୋଇଛି।
ପୂଜା କମିଟି ସମ୍ପାଦକ ରମେଶ ଚନ୍ଦ୍ର ଦତ୍ତ ସୂଚନା ଦେଇ କହିଛନ୍ତି ଯେ, ଚଳିତବର୍ଷ ପ୍ରସିଦ୍ଧ ଝୁଣାଜଳା ପର୍ବ ମହାଷ୍ଟମୀ ତିଥି ରବିବାର ଅପରାହ୍ନ ୨ଟା ୩୧ରେ ଆରମ୍ଭ ହେବ। ୩ଟା ୧୯ ପର୍ଯ୍ୟନ୍ତ ସାର୍ବଜନୀନ ଝୁଣାଜଳା ପର୍ବ ଅନୁଷ୍ଠିତ ହେବ। ଏହି ପର୍ବରେ ପୂର୍ବରୁ ଉକ୍ତ ଗ୍ରାମର ମହିଳାମାନେ ନିର୍ଦ୍ଦିଷ୍ଟ ସମୟରେ ଉପବାସ ରହି ମଣ୍ଡପକୁ ଆସିଥାନ୍ତି। ଧାଡ଼ି ଧାଡ଼ି ହୋଇ ମହିଳାମାନେ ବସିବା ପରେ ସେମାନଙ୍କ ମୁଣ୍ଡ ଉପରେ ଏକ ମୁଚୁଳା ଦିଆଯାଇ ଝୁଣାଦାନୀକୁ ରଖାଯାଏ। ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସମ୍ମୁଖରେ ମହିଳାମାନେ ମୁଣ୍ଡ ଉପରେ ଝୁଣା ଦାନୀ କିମ୍ବା ମାଟି ପଲମ ରଖି ତା ଉପରେ ନିଅଁା ଦେଇ ଝୁଣା ପକାଇଥାନ୍ତି। ବହିରାଗତ ଭକ୍ତମାନେ ଝୁଣା ଆଣି ଝୁଣାଦାନୀରେ ପକାନ୍ତି। ଝୁଣାଜଳା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିବେଶ ସମ୍ପୂର୍ଣ୍ଣ ଝୁଣା ଧୂଅଁାମୟ ଦୃଶ୍ୟ ନିଆରା। ପୂର୍ବରୁ ଏଥିରେ କେବଳ ସ୍ଥାନୀୟ ମହିଳା ଭାଗ ନେଇ ଆସୁଥିବାବେଳେ ଏବେ ବାହାର ମହିଳା ଭକ୍ତଙ୍କୁ ସୁଯୋଗ ଦିଆଯାଉଛି। ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ପୂଜା ହୋଇଥାଏ ବୋଲି ସଭାପତି ପାଣ୍ଡବ ଦତ୍ତ ପ୍ରକାଶ କରିଛନ୍ତି। ଅଷ୍ଟମୀରେ ସନ୍ଧିପୂଜା ଏବଂ ନବମୀରେ ନବମୀ ପୂଜା ସହିତ ହଜାର ହଜାର କଖାରୁ ବଳି ଦିଆଯିବ। ଦଶହରା ଦିନ କଖାରୁ ବଳି ନ ପଡ଼ି ଆଖୁ, କାକୁଡ଼ି ଏବଂ ଜହ୍ନି ବଳି ଦିଆଯିବ। ଦଶହରା ରାତିରେ ବିସର୍ଜନ ପରେ ଏକାଦଶୀ ତିଥିରେ ଭସାଣି ପର୍ବ ରହିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖନୀୟ ଯେ, କଲ୍ୟାଣୀନଗରୀରେ ଦୁର୍ଗାପୂଜା ଶହ ଶହ ବର୍ଷ ଧରି ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିରେ ଅନୁଷ୍ଠିତ ହୋଇଆସୁଛି। ପ୍ରାୟ ୪ ଶହ ବର୍ଷ ତଳେ ବଙ୍ଗଳାର ବର୍ଦ୍ଧମାନ ଜିଲାରୁ କେତେକ ବଙ୍ଗୀୟ ପରିବାର ଏଠାକୁ ଆସି ବସତି ସ୍ଥାପନ କରିଥିଲେ। ଅନୁକୂଳ ପରିବେଶ ଯୋଗୁ ସେମାନେ ପାନ ବରଜ ଆରମ୍ଭ କରି ଜୀବିକା ନିର୍ବାହ କରିଆସୁଛନ୍ତି। ସେବେଠାରୁ ଉକ୍ତ ବଙ୍ଗୀୟ ପରିବାରଙ୍କ ଦ୍ୱାରା ପାର୍ବଣ ପୂଜା ଆରମ୍ଭ ହୋଇଥିଲା। ପୂର୍ବରୁ ଝାଟିମାଟି ଘରେ ପୂଜା ହୋଇଆସୁଥିଲା। ଏବେ ସ୍ଥାୟୀ ମନ୍ଦିର, ବିଶାଳ ନାଟ ମଣ୍ଡପ କରାଯାଇ ମା’ଙ୍କୁ ଆରାଧନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri