Posted inଜାତୀୟ

ମମତା ପଶ୍ଚିମବଙ୍ଗରେ ପ୍ରଦାନ କରିଥିଲେ ୧.୬୯ କୋଟି SC-ST-OBC ପ୍ରମାଣପତ୍ର, କଡ଼ା ଯାଞ୍ଚ ନିର୍ଦ୍ଦେଶ ଦେଲେ ଶୁଭେନ୍ଦୁ ସରକାର

କୋଲକାତା,୧୬ା୫: ୨୦୧୧ରୁ ଜାରି ହୋଇଥିବା ସମସ୍ତ ୧.୬୯ କୋଟି SC-ST-OBC ବର୍ଗ ପ୍ରମାଣପତ୍ରକୁ ପୁନଃ ଯାଞ୍ଚ କରିବାକୁ ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ଜିଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଗତ କିଛି ବର୍ଷ ମଧ୍ୟରେ ଡକ୍ୟୁମେଣ୍ଟଗୁଡ଼ିକର ପ୍ରାମାଣିକତା ଉପରେ ପ୍ରଶ୍ନ ଉଠିଛି।

ଗୁରୁବାର ପଛୁଆବର୍ଗ କଲ୍ୟାଣ ବିଭାଗ (BCW) ସଚିବଙ୍କ ଦ୍ୱାରା ଜାରି ଏକ ଆଦେଶରେ କୁହାଯାଇଛି, ଆପଣମାନେ ଜାଣନ୍ତି ଯେ,୨୦୧୧ରୁ ପ୍ରାୟ ୧.୬୯ କୋଟି ଜାତି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏବେ ଦେଖାଯାଇଛି ୨୦୧୧ରୁ ଜାରି ହୋଇଥିବା କିଛି ଜାତି ପ୍ରମାଣପତ୍ରର ପ୍ରାମାଣିକତା ଏବଂ ସତ୍ୟତା ଉପରେ ବିଭିନ୍ନ ପକ୍ଷ ପ୍ରଶ୍ନ ଉଠାଇଛନ୍ତି।

ଆଦେଶରେ ଆହୁରି କୁହାଯାଇଛି ଯେ, ସମସ୍ତ ଉପ-ବିଭାଗୀୟ ଅଧିକାରୀମାନେ ସମସ୍ତ ଜାତି ପ୍ରମାଣପତ୍ର ପୁନଃ ଯାଞ୍ଚ କରିବାକୁ ପ୍ରମାଣପତ୍ର ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଉଚିତ।
ରିପୋର୍ଟ ଅନୁଯାୟୀ, ରାଜ୍ୟ ପ୍ରଶାସନର ସୂତ୍ର କହିଛନ୍ତି ଗତ କିଛି ବର୍ଷ ଧରି ଅଭିଯୋଗ ଆସିଛି ଯେ, ପୂର୍ବତନ ତୃଣମୂଳ କଂଗ୍ରେସ ସରକାର ଅଯୋଗ୍ୟ ଲୋକଙ୍କୁ ସେମାନଙ୍କର ପୃଷ୍ଠଭୂମି ଯାଞ୍ଚ ନ କରି ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ପ୍ରମାଣପତ୍ର ପ୍ରଦାନ କରିଥିଲେ। ୨୦୨୧ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ମମତା ସରକାର ନିଜର ଦଖଲକୁ ମଜବୁତ କରିବା ପାଇଁ ଅଯୋଗ୍ୟ ଲୋକଙ୍କୁ ଜାତି ପ୍ରମାଣପତ୍ର ପ୍ରଦାନ କରିଥିଲେ। ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ଅନେକ ଆସନ ଜିତିଥିଲା। ୨୦୨୦ରେ ସରକାର ଏହାର ‘ଦୁଆରେ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ଏହି ଧାରା ଆରମ୍ଭ ହୋଇଥିଲା।

‘ଦୁଆରେ ସରକାର’ ଶିବିରରେ ପ୍ରାପ୍ତ ଆବେଦନଗୁଡ଼ିକୁ ଆଧାର କରି ପ୍ରାୟ ୪୭.୮ ଲକ୍ଷ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଯେଉଁଥିରେ ୩୨.୫୧ ଲକ୍ଷ ଅନୁସୂଚିତ ଜାତି ପ୍ରମାଣପତ୍ର, ୬.୬୫ ଲକ୍ଷ ଅନୁସୂଚିତ ଜନଜାତି ପ୍ରମାଣପତ୍ର ଏବଂ ୮.୬୪ ଲକ୍ଷ ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରମାଣପତ୍ର ଅନ୍ତର୍ଭୁକ୍ତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢିଙ୍କ ପାଇଁ ବଡ଼ ଘୋଷଣା କଲେ ସୀତାରମଣ, Gen Z ପ୍ରସ୍ତୁତ କରିବେ ବଜେଟ୍‌

ନୂଆଦିଲ୍ଲୀ,୧୭।୧୧: କେନ୍ଦ୍ରୀୟ ବଜେଟ ୨୦୨୭-୨୮ ର ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ଏଥର ବଜେଟ ନିର୍ମାଣ ପ୍ରକ୍ରିୟାରେ ଏକ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିବ। ‘ଦି ଇକୋନୋମିକ…

ପ୍ରଶଂସକଙ୍କୁ ବଡ଼ ଝଟ୍‌କା: IPLରୁ ଅବସର ଘୋଷଣା କଲେ ଧୋନୀ, ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLରୁ ଅବସର ଘୋଷଣା କରିଛନ୍ତି। ସେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ମେଣ୍ଟର ହୋଇଛନ୍ତି। ଧୋନୀ IPLରୁ ଅବସର ନେବା ସହ…

ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ…

ଭୁବନେଶ୍ୱର, ୧୭।୧୧: ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ସମୁଦାୟ ମହଙ୍ଗା ଭତ୍ତା…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କହିଲେ ମା’ଙ୍କ ସମ୍ପତ୍ତିରେ ନାହିଁ ପୁଅଙ୍କ ଅଧିକାର!

ଚେନ୍ନାଇ,୧୭।୧୧: ଅନେକ ଲୋକଙ୍କର ଏପରି ଧାରଣା ଥାଏ ଯେ, ଆଇନଗତ ଉତ୍ତରାଧିକାରୀ ଭାବରେ ମାତାପିତାଙ୍କ ମୃତ୍ୟୁ ପରେ ସେମାନଙ୍କ ସନ୍ତାନମାନେ ସ୍ବତଃ ହିଁ ମାତାପିତାଙ୍କ ସମ୍ପତ୍ତି ଉପରେ…

ସରକାରଙ୍କ ବଡ଼ ଘୋଷଣା, ଏଣିକି ସରକାରୀ ଚାକିରି ପାଇଁ ମାଗଣା ଆବେଦନ!

କୋଲକାତା,୧୭।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋମବାର (ନଭେମ୍ବର ୧୬, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାରୀ ନିଯୁକ୍ତି ପରୀକ୍ଷାରେ ଅଂଶଗ୍ରହଣ…

ବିଳମ୍ବିତ ରାତିରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ହଠାତ୍‌ ବଢିଲା….

ନୂଆଦିଲ୍ଲୀ,୧୭।୧୧: ତେଲ କମ୍ପାନୀଗୁଡ଼ିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୋମବାର ବିଳମ୍ବିତ ରାତିରେ ସରକାର ଡିଜେଲ ଓ ବିମାନ ଇନ୍ଧନ (ATF) ରପ୍ତାନି…

QUAD ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଚାଇନାକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ,୧୭।୧୧: ଆମେରିକା, ଚାଇନା ଏବଂ ରୁଷିଆକୁ ନେଇ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକଗୁଡ଼ିକ ପୂର୍ବରୁ, ‘କ୍ୱାଡ’ (Quad) ସଦସ୍ୟ ରାଷ୍ଟ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ…

ପୋଲିସ ଏନ୍‌କାଉଣ୍ଟର

ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ୧୫ ନଭେମ୍ବରରେ ପୋଲିସ ଗୁଳିରେ ରତନ ଶେଖ୍‌ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ହତ୍ୟାକୁ ଏନ୍‌କାଉଣ୍ଟର ଆଖ୍ୟା ଦିଆଯାଇଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?