Odisha Elections 2024

ଦଶହରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ଓଡ଼ିଶାରେ ହାଇ ଆଲର୍ଟ, ବଢ଼ିଲା ସୁରକ୍ଷା

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ଭାରତକୁ ପାକିସ୍ତାନ ପଟୁ ପଶି ଆସିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଦିଲ୍ଲୀ ସମେତ ଦେଶର ବଡ଼ ବଡ଼ ସହରକୁ ଟାର୍ଗେଟ କରିଛି। ନବରାତ୍ରୀ ଓ ଦଶହରାରେ ବିସ୍ଫୋରଣ ପାଇଁ ଯୋଜନା କରୁଥିବା ଗୋଇନ୍ଦା ବିଭାଗ ସତର୍କ କରିବା ପରେ ଦିଲ୍ଲୀରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ କେନ୍ଦ୍ର ଗୋଇନ୍ଦା ବିଭାଗ ରାଜ୍ୟ ପୋଲିସକୁ ସତର୍କ କରାଇଛି। ପୂର୍ବରୁ ଆତଙ୍କବାଦୀଙ୍କ ଟାର୍ଗେଟରେ ଓଡ଼ିଶା ରହିଛି। ଏଠାରୁ ମଧ୍ୟ କେତେକ ଆତଙ୍କବାଦୀ ଧରାହୋଇଛନ୍ତି। ଏବେ ଗୋଇନ୍ଦା ରିପୋର୍ଟ ମିଳିବା ପରେ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର ଓ ଉପକୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦଶହରାରେ ପୂଜାମଣ୍ଡପ ନିକଟରେ ପ୍ରବଳ ଗହଳି ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ତଟ ଦେଇ ଆତଙ୍କବାଦୀମାନେ ପଶି ଆସିବାର ସମ୍ଭାବନା ଥିବାରୁ ଉପକୂଳରେ ସୁରକ୍ଷା ଓ ପାଟ୍ରୋଲିଂକୁ ଜୋର୍‌ଦାର କରିବାକୁ କୁହାଯାଇଛି। ସମୁଦ୍ରପଥ ଦେଇ ଆତଙ୍କବାଦୀମାନେ ପଶି ଆସିବା ସମ୍ଭାବନା ଥିବାରୁ ଓଡ଼ିଶା ପୋଲିସର ଚିନ୍ତା ବଢ଼ିଛି। ଆତଙ୍କବାଦୀଙ୍କୁ ଚ୍ୟାଲେଞ୍ଜ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।
ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖାଯାଇ ରେଲ୍‌ଓ୍ବେ ଷ୍ଟେଶନ, ବିମାନବନ୍ଦର ଓ ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ମେରାଇନ୍‌ ଥାନା ଅଧିକାରୀଙ୍କୁ ପାଟ୍ରୋଲିଂ କଡାକଡି କରାଯିବା ସହ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆତଙ୍କବାଦୀମାନେ ବିସ୍ଫୋରଣ ପାଇଁ ସାଇକେଲ, ବାଇକ ଓ କାର ବ୍ୟବହାର କରିପାରନ୍ତି। ପାର୍କିଂ ସ୍ଥଳରେ କିମ୍ବା ରାସ୍ତାରେ ଯାଉଥିବା କୌଣସି ଗାଡିକୁ ସନ୍ଦେହଜନକ ଅବସ୍ଥାରେ ରହିଥିବା ସୂଚନା ମିଳିଲେ ତୁରନ୍ତ ଯାଞ୍ଚ ସହ ତାହା ଉପରେ ନଜର ରଖାଯିବ। ସେହିଭଳି କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଲେ ପୋଲିସ ତୁରନ୍ତ ତାଙ୍କ ସମ୍ପର୍କରେ ତଥ୍ୟ ନେବାକୁ ପରାମର୍ଶ ଦିଆଯାଇଛି। ଏନେଇ ପୋଲିସ ଡିଜି ବି.କେ. ଶର୍ମାଙ୍କ ମତାମତ ମିଳିପାରିନି। ତେବେ କୋଷ୍ଟାଲ ସୁରକ୍ଷା ଏବଂ ରେଲ୍‌ଓ୍ବେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି, ଏନେଇ ସମୁଦ୍ର ତଟ ଓ ଉପକୂଳ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି ପାଇଁ କୁହାଯାଇଛି। ଏହାସହ ଟ୍ରେନରେ ଯାଉଥିବା ଯାତ୍ରୀଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ ସନ୍ଦେହଜନକ ବସ୍ତୁ ବା ବ୍ୟକ୍ତିଙ୍କ ଉପରେ ପୋଲିସ ନଜର ରଖିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନକବର୍ଦ୍ଧନଙ୍କ ଭବିଷ୍ୟବାଣୀ: ଏତିକି ଆସନ ସହ ଓଡ଼ିଶାରେ ସରକାର ଗଢିବ ଭାଜପା

ଭୁବନେଶ୍ୱର, ୨୬।୫: ଓଡ଼ିଶାରେ ୩ୟ ପର୍ଯ୍ୟାୟ ନିର୍ବାଚନ ସରିଛି। ଏଥର ଭାଜପା ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତାରେ ସରକାର ଗଢ଼ିବାକୁ ଯାଉଛି ବୋଲି ଗଣମାଧ୍ୟମ ଏବଂ...

ମାନସିକ ସ୍ଥିତି ହରାଇ ବସିଲେଣି ମୋଦି: କାହିଁକି ଏମିତି କହିଲେ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର, ୨୬।୫: ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନସିକ ସ୍ଥିତି ହରାଇ ବସିଲେଣି। ସେଥିପାଇଁ ସେ ଅତ୍ୟନ୍ତ ନିମ୍ନରୁଚିର କଥାବାର୍ତ୍ତା କରୁଛନ୍ତି। ଆଶାରାମ ବାପୁ,...

ମଧ୍ୟରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

୨୯ରେ ଖାର୍ଗେ, ୩୦ରେ ରାହୁଲ ଆସିବେ ଓଡ଼ିଶା

ଭୁବନେଶ୍ୱର,୨୬।୪: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଆସନ୍ତା...

ବିଜେଡି ସରକାର ଗଠନ କରିସାରିଛି, ବିରୋଧୀ ହାଓ୍ବା କରୁଛନ୍ତି: ପାଣ୍ଡିଆନ

ଭୁବନେଶ୍ୱର,୨୬ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ରହିଛି। ଭାଜପା ସରକାର ଗଠନ କରିବ ବୋଲି କହୁଥିବା ବେଳେ ବିଜେଡି ମଧ୍ୟ ଜୋର୍‌...

କହିଦେଲେ ଧର୍ମେନ୍ଦ୍ର, କାହାକୁ ଦେଲେ ଭୋଟ୍‌

ଭୁବନେଶ୍ୱର,୨୬।୫: ଓଡିଶା ସମେତ ସାରା ଦେଶରେ ଗଣତନ୍ତ୍ରର ବଡ଼ ପର୍ବ ନିର୍ବାଚନ ଚାଲିଛି। ରାଜ୍ୟରେ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ...

ସ୍ମୃତି ଇରାନୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ, କହିଲେ ସାହସ ଅଛି…

ଭୁବନେଶ୍ୱର,୨୬।୫: ଏକ ସାଧାରଣ ସଭାରେ ଯୋଗ ଦେଇ ସ୍ମୃତି ଇରାନୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶନିବାର ସ୍ମୃତି ଓଡ଼ିଶା...

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ଭୁବନେଶ୍ୱର,୨୬।୫: ରାଜ୍ୟରେ +୨ ପରୀକ୍ଷାଫଳ ପ୍ରକାଶ ପାଇଛି। ରବିବାର ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri