ଟ୍ରକ୍‌ ଚାଳକଙ୍କ ଉନ୍ମତ୍ତକାଣ୍ଡ : ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇବା ଉଦ୍ୟମ

ନୟାଗଡ଼ ଅଫିସ,୪ା୧୦: ନୟାଗଡ଼ ଜିଲା ଦେଇ ଯାଇଥିବା ୫୭ନଂ. ଜାତୀୟ ରାଜପଥ-୫୭ରେ ଗୁରୁବାର ଜଣେ ଟ୍ରକ୍‌ ଚାଳକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁ ୨ ବାଇକ୍‌ ସମେତ ପୋଲିସ ଚେକ୍‌ପୋଷ୍ଟ ଭାଙ୍ଗି ଚୂରମାର୍‌ ହୋଇଯାଇଛି। ସେହିଭଳି ଗାଡିଟି ଜଣେ ଥାନା ଅଧିକାରୀଙ୍କ ଉପରେ ଚଢାଇବାକୁ ଉଦ୍ୟମ କରିଥିଲା। ମାତ୍ର କୌଶଳକ୍ରମେ ସେ ବର୍ତ୍ତିଯାଇଛନ୍ତି। ପ୍ରକାଶ ଯେ, ସିଜି୦୬ଜିପି-୫୨୩୯ ନଂ. ବିଶିଷ୍ଟ ଟ୍ରକ୍‌ ବରଗଡ଼ରୁ ମକାଗୁଣ୍ଡ ବୋଝେଇ କରି କଟକ ଅଭିମୁଖେ ଯାଉଥିଲା। ନୂଆଗାଁ ବ୍ଲକ ମହିତମା ଛକଠାରେ ଅପରାହ୍ନରେ ଆର୍‌ଟିଓ ପକ୍ଷରୁ ଚେକିଂ ହେଉଥିଲା। ଏହି ସମୟରେ ଚେକିଂ ଦାୟତ୍ୱିରେ ଥିବା ଟ୍ରାଫିକ୍‌ ସବ୍‌ଇନ୍ସପେକ୍ଟର ସ୍ବୟଂପ୍ରଭା ରାଉତ ଗାଡ଼ିଟିକୁ ଅଟକାଇଥିଲେ। ହେଲେ ଚାଳକ ଜଣକ ଟ୍ରକଟିକୁ ଦ୍ରୁତଗତିରେ ନେଇ ପଳାଇ ଆସିଥିଲେ। ଏହା ପରେ ଏସ୍‌ଆଇ ରାଉତ ଏ ବିଷୟରେ ଏମ୍‌ଭିଆଇଙ୍କୁ କହିଥିଲେ। ଏମ୍‌ଭିଆଇ ଦୁର୍ଗାପ୍ରସାଦ ରାଓ ମହିପୁର ପାଖରେ ଗାଡ଼ିଟିକୁ ଅଟକାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସଦର ପୋଲିସ ପକ୍ଷରୁ ନୂଆ ବସ୍‌ଷ୍ଟାଣ୍ଡଠାରେ ଚେକ୍‌ପୋଷ୍ଟ ରଖାଯାଇ ଗାଡ଼ିକୁ ଅଟକାଇବା ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ଚାଳକ ଏହାକୁ ଅମାନ୍ୟ କରି ଚେକ୍‌ପୋଷ୍ଟ ଉପରେ ଗାଡ଼ି ଚଢ଼ାଇ ପଳାଇଥିଲେ। ସେ ସମୟରେ ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରାଙ୍କୁ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରିଥିବାବେଳେ ସେ କୌଶଳ କରି ଖସିଯାଇଥିଲେ। ଟ୍ରକଟି ଦ୍ରୁତଗତିରେ ଇଟାମାଟି ଅଭିମୁଖେ ଯାଉଥିବା ବେଳେ ଇଟାମାଟି ଥାନାକୁ ଏ ନେଇ ଖବର ଦିଆଯାଇଥିଲା। ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପୋଲିସ ଟିମ୍‌ ସହ ସିନେମା ହଲ୍‌ଠାରେ ଏକ ଟ୍ରକ୍‌ ଓ ଷ୍ଟାଣ୍ଡପୋଷ୍ଟକୁ ରଖି ଜଗି ରହିଥିଲେ। ଏହି ସମୟରେ ଚାଳକ ଜଣକ କୌଶଳ କରି ସାଲୁଣି ଆଡକୁ ଗାଡି ବୁଲାଇ ଦେଇଥିଲେ। ଥାନା ଅଧିକାରୀ ପାତ୍ର ଟ୍ରକ୍‌ ପାଖକୁ ଆସିବା କ୍ଷଣି ଚାଳକ ହଠାତ୍‌ ଗାଡ଼ିଟିକୁ ବୁଲାଇ ପଳାଇଯାଇଥିଲେ। ଫଳରେ ଆଘାତ ପାଇ ଥାନା ଅଧିକାରୀ ପଡ଼ିଯିବା ସହ ଏଏସ୍‌ଆଇ ଆହତ ହୋଇଥିଲେ। ସେଠାରେ ଥିବା ଦୁଇଟି ବାଇକ୍‌କୁ ଚାପି ଦେଇ ଚାଳକ ପଳାଇ ଯାଇଥିଲେ। ଖବର ଦେବାରୁ ବୋଲଗଡ଼ ପୋଲିସ ଦୁଇଟି ଟ୍ରକ୍‌ ରାସ୍ତା ମଝିରେ ରଖିଦେଇଥିଲେ। ଫଳରେ ଦ୍ରୁତଗତିରେ ଯାଉଥିବା ଟ୍ରକ୍‌ଟି ଅନ୍ୟ ଏକ କଚ୍ଚା ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତା ନ ଥିବାରୁ ଆଗକୁ ଯାଇପାରି ନ ଥିଲା। ପରେ ଚାଳକ ଟ୍ରକ୍‌ଟିକୁ ଛାଡ଼ି ଦେଇ ଫେରାର୍‌ ହୋଇଯାଇଥିଲେ। ପୋଲିସ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲା। କିଛି ସମୟ ପରେ ଚାଳକଙ୍କୁ ଏକ ବୁଦାମୂଳରୁ ଧରାଯାଇଥିଲା। ସେ ହେଲେ ଛତିଶଗଡ଼ର ମହାସମୁଦ ଜିଲା ଝିଲିମିଲା ଗ୍ରାମର ଚନ୍ଦ୍ରମଣି ବନଜାରା। ଏମ୍‌ଭିଆଇଙ୍କ ଏତଲାକୁ ଭିତ୍ତିକରି ଥାନାରେ ୧୨୨/୧୯ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ଗାଡ଼ି ଜବତ ସହ ଚାଳକଙ୍କୁ ଗିରଫ କରାଯାଇଥିବା ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରା ପ୍ରକାଶ କରିଛନ୍ତି। ପୋଲିସ ଗୋଡ଼ାଇବାରୁ ସେ ଭୟଭୀତ ହୋଇ ଏଭଳି କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri