ବିଜୁ କନ୍ୟାରତ୍ନ ଯୋଜନା ବାଟବଣା; କମୁଛନ୍ତି ଶିଶୁ କନ୍ୟା

ଅନୁଗୋଳ ଅଫିସ, ୩୦।୯: ଗଞ୍ଜାମ, ନୟାଗଡ ସମେତ ଅନୁଗୋଳରେ ଶିଶୁ କନ୍ୟା ହାର କମିବାରୁ ରାଜ୍ୟ ସରକାର ୨୦୧୬ରେ ଏହି ଜିଲାରେ ଆରମ୍ଭ କରିଥିଲେ ବିଜୁ କନ୍ୟା ରତ୍ନ ଯୋଜନାର ପାଇଲଟ ପ୍ରକଳ୍ପ। ଏଥିପାଇଁ ପ୍ରତି ଜିଲାକୁ ବାର୍ଷିକ ୨୦ ଲକ୍ଷ ଲେଖାଏ ଟଙ୍କା ରାଜକୋଷରୁ ଖର୍ଚ୍ଚ ମଧ୍ୟ ହୋଇଛି। ହେଲେ ଅନୁଗୋଳ ଜିଲାରେ କନ୍ୟା ସଂଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ହେବା ଏହି ପାଇଲଟ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁ ପୂର୍ବ ସଂଖ୍ୟା ତୁଳନାରେ ଲିଙ୍ଗଗତ ତାରତମ୍ୟ ବଢି ଚାଲିଥିବାରୁ ଯୋଜନା ବାଟବଣା ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ଜିଲାର ବୁଦ୍ଧିଜୀବୀମାନେ।
୨୦୧୧ ଜନଗଣନା ଅନୁଯାୟୀ ଅନୁଗୋଳରେ ୧ ହଜାର ପୁଅରେ ୮୮୯ ଶିଶୁ କନ୍ୟା ରହିଥିଲେ। ହେଲେ ଏବେ ଶିଶୁକନ୍ୟା ସଂଖ୍ୟା ୮୮୩ରେ ପହଞ୍ଚିଥିବା ପିଏନ୍‌ଡିଟି ଦାୟିତ୍ୱରେ ଥିବା ପର୍ଶୁରାମ ପଣ୍ଡା ସୂଚନା ଦେଇଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ଶିଶୁକନ୍ୟା ହାର କମିବାକୁ ନେଇ ବିଭିନ୍ନ ମହଲରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ବାଳିକା ଓ ମହିଳା ନୀତି ୨୦୧୪ ଅନୁଯାୟୀ ବାଳିକାମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା, ଲିଙ୍ଗଗତ ପକ୍ଷପାତିତା ଦୂର କରିବା, ସାମାଜିକ ବ୍ୟବହାରରେ ପରିବର୍ତ୍ତନ ମାଧ୍ୟମରେ କିଶୋରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ୨୦୧୬ରେ ବିଜୁ କନ୍ୟା ରତ୍ନ(ଆମ କନ୍ୟା ଆମ ରତ୍ନ) ଯୋଜନା ଆରମ୍ଭ କରିଥିଲେ। କନ୍ୟାଭ୍ରୂଣ ହତ୍ୟା ରୋକିବା, ଶିଶୁ କନ୍ୟା ଜନ୍ମ ହେବା ପରେ ସେମାନଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଅନ୍ୟମାନଙ୍କୁ ମଧ୍ୟ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା, କନ୍ୟା ଶିଶୁ ବଞ୍ଚତ୍ ରହିବା, ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟି, ଶିକ୍ଷା, ନିରାପତ୍ତା ଆଦି ସୁନିଶ୍ଚିତ କରିବା। ଇତି ମଧ୍ୟରେ ଯୋଜନାର ସମୟ ସୀମା ଶେଷ ହୋଇଥିଲେ ଏହା ଲକ୍ଷ୍ୟ ହାସଲ କରିବାରେ ସଫଳତା ପାଇ ନ ଥିବା ଅଭିଯୋଗ ହେଉଛି। ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ଆରମ୍ଭରୁ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଯାଇଥିଲେ ମଧ୍ୟ ପରେ ତାହା ଶିଥିଳ ପଡିଯାଇଥିଲା। ଜିଲାପାଳଙ୍କ ନେତୃତ୍ୱରେ ୮ଟି ବ୍ଲକର ବିଡିଓ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ପଞ୍ଚାୟତ ଅଧିକାରୀ, ବ୍ଲକ ପୋଗ୍ରାମ ମ୍ୟାନେଜର, ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ ପ୍ରମୁଖଙ୍କୁ ନେଇ ଜିଲାରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ୩ ବର୍ଷ ମଧ୍ୟରେ ୨୦ ଲକ୍ଷ ଲେଖାଏ ମୋଟ ୬୦ ଲକ୍ଷ ଟଙ୍କା ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବାକୁ ମଞ୍ଜୁର ହୋଇଥିଲା। ହେଲେ ୩ ବର୍ଷ ମଧ୍ୟରେ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ଆସିଛି। ଯୋଜନାରେ ଜିଲାର ୧୩୦ଟି ଉଚ୍ଚ ବିଦ୍ୟାଳୟ ଏବଂ ୮ଟି ବ୍ଲକର ଗୋଟିଏ ଲେଖାଏ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ଯୋଜନାର ନୋଡାଲ ଅଫିସର ସୂଚନା ଦେଇଛନ୍ତି। ଗାଁ କଲ୍ୟାଣ ସମିତିର ୧୫ ଶହରୁ ଊଦ୍ଧର୍‌ବ ସଦସ୍ୟ, ସ୍ବୟଂସହାୟକ ଗୋଷ୍ଠୀଙ୍କ ସହ ଆଶା ଓ ଅଙ୍ଗନୱାଡି ଦିଦିଙ୍କୁ ସଚେତନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୮୦ ଜଣ ଝିଅଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ୨୦୧୭ରେ ଆଶାକର୍ମୀଙ୍କୁ ଲଗାଯାଇ ଘର ଘର ସର୍ଭେ କରାଯିବା ପରେ ଶିଶୁ କନ୍ୟା ସଂଖ୍ୟାରେ ବୃଦ୍ଧି ଘଟିଥିବା ସେତେବେଳେ କୁହାଯାଇଥିଲା। ହେଲେ ଏବେ ପ୍ରକୃତ ସତ୍ୟ ସାମ୍‌ନାକୁ ଆସିଛି। ଏପରି କି ୩ ବର୍ଷ ମଧ୍ୟରେ ଜିଲାରେ ଲିଙ୍ଗ ନିରୂପଣ କରିବା ଅଭିଯୋଗରେ ଜଣେ ହେଲେ ବି ଧରାପଡି ନ ଥିବା ଜଣାପଡିଛି। ଲୋକେ ଜିଲା ବାହାରେ ଯାଇ ଲିଙ୍ଗ ନିରୂପଣ କରୁଥିବାରୁ ସେମାନଙ୍କୁ ଧରିବା କଷ୍ଟକର ବ୍ୟାପାର ବୋଲି ଜିଲାର ଅଧିକାରୀମାନେ ସଫେଇ ଦେଇଛନ୍ତି। ତେଣୁ ପ୍ରକଳ୍ପ ଏବଂ ଏହା ଅଧୀନରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ କେତେ ସଫଳ ହୋଇଛି ସେ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ବିଜୁ କନ୍ୟା ରତ୍ନ ଯୋଜନାର ଅନୁଗୋଳ ନୋଡାଲ ଅଫିସର ଗୌରୀଶଙ୍କର ବେହେରା କହିଛନ୍ତି, ଲୋକଙ୍କୁ ସଚେତନ କରାଯାଇଛି। ଲୋକେ ସଚେତନ ହେଲେ ହିଁ ଯୋଜନା ସଫଳ ହୋଇଥାଏ। ଏବେ ବି ଲୋକଙ୍କ ମାନସିକ ସ୍ଥିତିରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri