ଦୁର୍ଗାପୂଜା ପାଇଁ ୧୦ ସ୍ବତନ୍ତ୍ର ଟ୍ରେନ: ନିୟମିତ ଟ୍ରେନ୍‌ରେ କୋଚ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର, ୨୪ା୯(ବ୍ୟୁରୋ): ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା ଟ୍ରେନଗୁଡିକର ଅତିରିକ୍ତ କୋଚ୍‌ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନଗୁଡିକରେ ମାତ୍ରାଧିକ ଅପେକ୍ଷା ସୂଚୀ ଏଡାଇବାକୁ ଏହି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ତେବେ ଏହି ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ହେଲା ପୁରୀ-ସନ୍ତ୍ରାଗଚ୍ଛିି-ପୁରୀ ସ୍ପେଶାଲ, ପୁରୀ-ଶାଲିମାର-ପୁରୀ ସ୍ପେଶାଲ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା, କାଚେଗୁଡା-ଟାଟା-କାଚେଗୁଡା, ସନ୍ତରାଗଛି-ଚେନ୍ନାଇ-ସନ୍ତରାଗଛି, ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ, ସମ୍ବଲପୁର-ବନସଓ୍ବାଡି-ସମ୍ବଲପୁର ଓ ହବିବ୍‌ଗଞ୍ଜ-ପୁରୀ-ହବିବ୍‌ଗଞ୍ଜ।

ପୁରୀ-ସନ୍ତ୍ରାଗଚ୍ଛି-ପୁରୀ ଟ୍ରେନ୍‌ (୦୮୪୦୩/୦୮୪୦୪) ୪ ଅକ୍ଟୋବରରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ପୁରୀରୁ ରାତି ୯ଟା ୨୫ରେ ଛାଡ଼ିବ। ଏହି ତାରିଖ ମଧ୍ୟରେ ପୁରୀ-ଶାଲିମାର-ପୁରୀ ଟ୍ରେନ୍‌ (୦୮୦୩୭/୦୮୦୩୮) ୫ ଅକ୍ଟୋବରରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଶନିବାର ୧୧ଟା ୫୫ରେ ପୁରୀରୁ ଛାଡ଼ିବ। ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଏସି ଟ୍ରେନ ୩ ଅକ୍ଟୋବରରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଗୁରୁବାର ଅପରାହ୍ନ ୧ଟା ୨୦ରେ ଛାଡିବ। କାଚେଗୁଡା-ଟାଟା-କାଚେଗୁଡା(୦୭୪୩୮/୦୭୪୩୯) ୮ ଅକ୍ଟୋବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଟାଟାରୁ ପ୍ରତି ମଙ୍ଗଳବାର ରାତି ୧୦ଟା ୫୦ରେ ଛାଡିବ। ସନ୍ତ୍ରାଗଚ୍ଛି-ଚେନ୍ନାଇ-ସନ୍ତ୍ରାଗଚ୍ଛି (୦୨୮୪୧/୦୨୮୪୨) ୪ ଅକ୍ଟୋବରରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ସନ୍ତ୍ରାଗଚ୍ଛିରୁ ପ୍ରତି ଶୁକ୍ରବାର ଅପରାହ୍ନ ୧୨ଟା ୪୦ରେ ଓ ୫ ଅକ୍ଟୋବରରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ଚେନ୍ନାଇରୁ ପ୍ରତି ଶନିବାର ସନ୍ଧ୍ୟା ୬ଟା ୨୦ରେ ଛାଡିବ। ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ(୦୨୭୮୩/୦୨୭୮୪) ୩ ଅକ୍ଟୋବରରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରରୁ ପ୍ରତି ଗୁରୁବାର ଓ ରବିବାର ସନ୍ଧ୍ୟା ୬ଟାରେ ଛାଡିବ। ସମ୍ବଲପୁର-ବନସଓ୍ବାଡି-ସମ୍ବଲପୁର(୦୮୩୦୧/୦୮୩୦୨) ୨ ଅକ୍ଟୋବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସମ୍ବଲପୁରରୁ ପ୍ରତି ବୁଧବାର ସକାଳ ୯ଟା ୩୫ରେ ଛାଡିବ। ୩ ଅକ୍ଟୋବରରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ବନସଓ୍ବାଡିରୁ ପ୍ରତି ଗୁରୁବାର ରାତି ୧୧ଟା ୩୦ରେ ଛାଡିବ। ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା (୦୮୫୦୧/୦୮୫୦୨) ଅକ୍ଟୋବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଶାଖାପାଟଣାରୁ ପ୍ରତି ମଙ୍ଗଳବାର ରାତି ୧୧ଟାରେ ଛାଡିବ। ୨ଅକ୍ଟୋବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସିକନ୍ଦରାବାଦରୁ ପ୍ରତି ବୁଧବାର ଅପରାହ୍ନ ୪ଟା ୩୦ରେ ଛାଡିବ। ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ୭ ଅକ୍ଟୋବରରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ବିଶାଖାପାଟଣାରୁ ପ୍ରତି ସୋମବାର ରାତି ୧୦ଟା ୫୫ରେ ଓ ୮ ଅକ୍ଟୋବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ତିରୁପତିରୁ ପ୍ରତି ମଙ୍ଗଳବାର ଅପରାହ୍ନ ୩ଟା ୩୦ରେ ଛାଡିବ। ହବିବଗଞ୍ଜ-ପୁରୀ-ହବିବଗଞ୍ଜ(୦୧୬୬୧/୦୧୬୬୨) ୩୦ ଅକ୍ଟୋବର ପର୍ଯ୍ୟନ୍ତ ହବିବଗଞ୍ଜରୁ ପ୍ରତି ମଙ୍ଗଳବାର ସକାଳ ୭ଟା ୨୦ ଓ ପୁରୀଠାରୁ ପ୍ରତି ବୁଧବାର ଅପରାହ୍ନ ୩ଟାରେ ଛାଡିବାକୁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri