ଆକ୍ରମଣ କରି ଟଙ୍କା, ବାଇକ ଲୁଟ୍‌ ଘଟଣା: ୩ ଗିରଫ

ଛତ୍ରପୁର,୨୧ା୯(ଡି.ଏନ.ଏ)- ଚମାଖଣ୍ଡି ଥାନା ଅଧୀନ ବନ୍ଦର ଗାଁକୁ ଯିବା ରାସ୍ତାରେ ଗତ ୧୭ ତାରିଖ ସ୍ପଷ୍ଟ ଦିବାଲୋକରେ ଏଲ୍‌. ଯୋଗେଶଙ୍କୁ ସଂଘବନ୍ଧ ଆକ୍ରମଣ କରାଯାଇଥିଲା। ତାଙ୍କଠାରୁ ୩୮ ହଜାର ଟଙ୍କା ଓ ବାଇକ୍‌ ଲୁଟ୍‌ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଚମାଖଣ୍ଡି ପୋଲିସ ଗିରଫ କରିଛି। ସେମାନେ ହେଲେ କୂଅପଲ୍ଲୀର ସନ୍ତୋଷ ପ୍ରଧାନ, ନାରାୟଣପୁରର ଗିରିଧାରୀ ପ୍ରଧାନ ଓ ଦିବାକର ପ୍ରଧାନ। ଏମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ସହଦେବ ମହାପାତ୍ର ସୂଚନା ଦେଇଛନ୍ତି। ଏଥିସହ ଲୁଟ୍‌ ହୋଇଥିବା ବାଇକ୍‌ ଉଦ୍ଧାର ହୋଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ୫ ଜଣଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି।
୧୭ ତାରିଖ ଅପରାହ୍ନରେ ବନ୍ଦର ଗାଁର ଯୋଗେଶ ବାଇକ ଯୋଗେ ଚମାଖଣ୍ଡିରୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କୁ ୮ ଜଣ ଅଟକାଇ ୮ ହଜାର ଟଙ୍କା ଛଡାଇ ନେଇଥିଲେ। ସେମାନେ ଯୋଗେଶଙ୍କ ଏଟିଏମ୍‌ କାର୍ଡ ନେଇଯାଇ ପିନ୍‌ ନମ୍ବର ମାଗିଥିଲେ। ଯୋଗେଶ ସେ ସମୟରେ ଭୁଲ୍‌ ନମ୍ବର କହିଥିଲେ। ୨ ଅଭିଯୁକ୍ତ ଯୋଗେଶଙ୍କ ବାଇକ୍‌ ଓ ଏଟିଏମ କାର୍ଡ ନେଇ ଟଙ୍କା ଉଠାଇବାକୁ ଯାଇଥିଲେ। ଅନ୍ୟମାନେ ନିକଟସ୍ଥ ଏକ ଜଙ୍ଗଲରେ ଯୋଗେଶଙ୍କୁ କାବୁ କରି ରଖିଥିଲେ। ପିନ୍‌ ନମ୍ବର ଭୁଲ ଯୋଗୁ ୨ ଅଭିଯୁକ୍ତ ଏଟିଏମରୁ ଟଙ୍କା ଉଠାଇ ପାରୁ ନ ଥିବା ତାଙ୍କ ସହଯୋଗୀଙ୍କୁ ଫୋନରେ କହିଥିଲେ। ପରେ ମାଡ ମାରି ଯୋଗେଶଙ୍କଠାରୁ ଠିକ୍‌ ପିନ୍‌ ନେଇ ଅଭିଯୁକ୍ତମାନେ ତାଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ଉଠାଇ ନେଇଥିଲେ। ପରେ ଯୋଗେଶଙ୍କୁ ସେମାନେ ଛାଡି ଚାଲି ଯାଇଥିଲେ। ଏ ନେଇ ଚମାଖଣ୍ଡି ଥାନାରେ ଯୋଗେଶଙ୍କ ଏତଲା ପ୍ରକାରେ ପୋଲିସ ଏକ ମାମଲା (ନଂ.୧୧୧/୧୯) ରୁଜୁ କରି ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri