ମୃତକଙ୍କ ନାଁରେ ଉଠାଯାଉଛି ଭତ୍ତା

ତିହିଡ଼ି, ୧୪।୯ (ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏପରିକି ମୃତକଙ୍କ ନଁାରେ ୨ ବର୍ଷ ହେଲା ଭତ୍ତା ଟଙ୍କା ଉଠାଯାଉଛି ବୋଲି ପଞ୍ଚାୟତର କେତେକ ଅଧିବାସୀ ବିଡିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଭଳି ଅନିୟମିତତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆସନ୍ତା ୧୮ ତାରିଖରେ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ସେମାନେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ, ପଞ୍ଚାୟତର ୨୫ ଜଣ ହିତାଧିକାରୀଙ୍କର ୨ବର୍ଷ ତଳେ ମୃତ୍ୟୁ ଘଟିଛି। ହେଲେ ସେହି ହିତାଧିକାରୀଙ୍କ ନଁାରେ ଏବେବି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଉଠାଣ ହେଉଛି। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କ୍ରମିକ ନମ୍ବରରେ ପରିବର୍ତ୍ତନ କରାଯାଇଛି। ଗୃହ ନିର୍ମାଣ କରି ନ ଥିବା ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ବିଲ୍‌ ପ୍ରଦାନ କରାଯାଇଛି। ବିଭିନ୍ନ ସମୟରେ ଏ ସମ୍ପର୍କରେ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ସମିତିସଭ୍ୟ ଯଶୋବନ୍ତ ମଳିକ, ସୁରେନ୍ଦ୍ର ନାୟକ, ଟିକାୟତ ନାୟକ, ଦିଲୀପ ନାୟକ, ଦାଶରଥୀ ନାୟକ, ପ୍ରଦୀପ ପରିଡ଼ା ଓ ନିରଞ୍ଜନ ଦାସ ପ୍ରମୁଖ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଜମିକୁ କାମ କରିବା ପାଇଁ ଯାଉଥିବାବେଳେ ପାଗଳ ବିଲୁଆ କାମୁଡାରେ ୬ ଆହାତ, ଜଣେ ଗୁରୁତର

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନରସିଂହପୁର, କୁଶପଡ଼ା,ବିଜୟ ପଦ୍ମନାଭପୁର ପ୍ରଭୃତି ଗ୍ରାମର ୬ ଜଣଙ୍କୁ ସୋମବାର ପାଗଳ ବିଲୁଆ କାମୁଡି କ୍ଷତାକ୍ତ...

ଗୁଗଲ ମ୍ୟାପ୍‌ ଦେଖି ଟ୍ରକ୍‌ ଚଳାଉଥିଲେ ଡ୍ରାଇଭର୍‌: ହଠାତ୍‌ ଘଟିଗଲା…

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ):ଗୁଗଲ ମ୍ୟାପ୍‌ ଦେଖାଇଲା ଭୁଲ ରାସ୍ତା। ଆଉ ଭୁଲ ରାସ୍ତାରେ ଆସି ଟ୍ରକ ଦୁର୍ଘଟଣାଗ୍ରସ୍ତ। ଏଭଳି ଘଟଣା ନୂଆ ହୋଇ ନ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି: କମୁଛି ଅଭିଯୋଗ ପତ୍ର ସଂଖ୍ୟା

ରାଇକିଆ,୧୬।୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲାପାଳ ବେଦ ଭୂଷଣଙ୍କ ଦ୍ବାରା ଜନସାଧାରଣଙ୍କ ଦାରା ଅଭିଯୋଗ ଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।...

ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ୍

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ...

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ: ୪୫ ଲକ୍ଷ ମଞ୍ଜୁର ପରେ…

କେସିଙ୍ଗା,୧୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଜାତୀୟ ରାଜପଥର ଆମ୍ବେଦକର ଛକଠାରୁ କଲେଜ ରୋଡ଼ ଦେଇ ଡୁମେର ମୁଣ୍ଡା ସାହୁ ପଡା ଏବଂ ରୁପ୍ରା...

ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ

ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri