ରାସ୍ତାକୁ ନେଇ ବିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ,୧୪ା୯ -ଫୁଲବାଣୀ ବ୍ଲକ ଦଡକି ପଞ୍ଚାୟତର ଦୁବଗଡ ପିପଳସାହିରେ ଏକ ରାସ୍ତାକୁ ନେଇ ବିବାଦ ସୃଷ୍ଟି ହେବା ସହ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପିପଳସାହି ବାସିନ୍ଦା ଧ୍ୱଜ ବେହେରାଙ୍କ ପୈତୃକ ସମ୍ପତି ୩ ଏକର ଜାଗା ରହିଛି । ଏହି ଜାଗାକୁ ଲାଗି ଏକ ସରକାରୀ ଜାଗା ମଧ୍ୟ ରହିଛି । ଏହା ଅପରିସ୍କାର ଓ ଲଟାବୁଦା ଭର୍ତ୍ତି ହୋଇ ରହିଥିବାରୁ ବେଣାକେରା ଗଁ। ଲୋକେ ସେଠାରେ ମଳତ୍ୟାଗ କରୁଥିଲେ। ମାସେ ତଳେ ଉକ୍ତ ସରକାରୀ ଜାଗାକୁ ସଫା କରି ସେଠାରେ ଗଛ ଲଗାଇବାକୁ ଧ୍ୱଜ ବେହେରା ଉଦ୍ୟମ କରିଥିଲେ। ମାତ୍ର ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ। ଗଁ। ର ପିଲାମାନେ ଏଠାରେ ଖେଳକୁଦ କରୁଥିବା କହିଥିଲେ। ପରେ ଉଭୟ ଧ୍ୱଜ ବେହେରା ଓ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ଆର୍‌ଆଇଙ୍କୁ ପଠାଇ ସରକାରୀ ଜାଗା ଓ ଧ୍ୱଜ ବେହେରାଙ୍କ ଜାଗା ଚିହ୍ନଟ କରିଥିଲେ। ପରେ ଧ୍ୱଜ ନିଜ ଜାଗାକୁ ବାଡ ଘେରାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଧ୍ୱଜଙ୍କ ଚିହ୍ନଟ ଜାଗା ଦେଇ ଏକ ରାସ୍ତା ରହିଛି ଏବଂ ଉକ୍ତ ରାସ୍ତାଦେଇ ଜାଗାର ମାଲିକ ଧ୍ୱଜ ବେହେରାଙ୍କ ପରିବାର ସମେତ ଗ୍ରାମବାସୀ ଯାତାୟତ କରନ୍ତି। ଯେହେତୁ ଉକ୍ତ ରାସ୍ତା ଧ୍ୱଜ ବେହେରାଙ୍କ ପଟ୍ଟା ଜମି ତେଣୁ ସେ ତାହାକୁ ମଧ୍ୟ ବାଡ ପକାଇବାକୁ ଉଦ୍ୟମ କରିବାରୁ ବିବାଦ ଉପୁଜିଥିଲା। ଉକ୍ତ ରାସ୍ତା ଗ୍ରାମକୁ ଯିବାର ଏକମାତ୍ର ରାସ୍ତା ଓ ଦୀର୍ଘଦିନ ଧରି ଗ୍ରାମବାସୀ ସେହି ରାସ୍ତା ଦେଇ ଯାତାୟତ କରୁଥିବାରୁ ଏହି ରାସ୍ତା ଅବରୋଧକୁ ଗ୍ରାମବାସୀ ବିରୋଧ କରିଥିଲେ। ପାଟିତୁଣ୍ଡ ସହ ଧ୍ୱଜ ବେହେରାଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀ ମାଡମାରିଥିବା ନେଇ ନଂ.୭୧/୧୯ରେ ଫୁଲବାଣୀ ସଦର ଥାନାରେ ମାମଲା ହୋଇଛି। ବହୁ ସଂଖ୍ୟାରେ ଗ୍ରାମବାସୀ ରାସ୍ତା ଅବରୋଧ ହଟାଇବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ଉପଜିଲାପାଳ ବୀରେନ୍ଦ୍ର କୁମାର ଦାସ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହ ରାସ୍ତା ଅବରୋଧ ହଟାଇବାକୁ ପ୍ରତିଶ୍ରୁତି ଦେବାପରେ ଲୋକେ ଫେରିଥିଲେ। ଅନ୍ୟପକ୍ଷରେ ଧ୍ୱଜ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ଉକ୍ତ ରାସ୍ତା ତାଙ୍କ ପଟା ଜମିରେ ରହିଛି ଓ ସେ ନିଜେ ଏହି ରାସ୍ତାକୁ ତାଙ୍କ ଘରୋଇ ବ୍ୟବହାର ପାଇଁ ନିର୍ମାଣ କରିଥିଲେ। ପୂର୍ବରୁ ଗ୍ରାମବାସୀଙ୍କୁ ସେହି ରାସ୍ତା ବ୍ୟବହାର କରିବାକୁ ପ୍ରତିବନ୍ଧକ କରୁନ ଥିଲି। ଏପରିକି ତାଙ୍କ ଜାଗାରେ ହୋଇଥିବା ମଣ୍ଡପ, କୂଅକୁ ସେ ଗ୍ରାମବାସୀଙ୍କ ପାଇଁ ଛାଡି ଦେଇଥିଲେ। ତେବେ ତାଙ୍କ ପରିବାରର ଆବଶ୍ୟକତା ପାଇଁ ଏବଂ ଏବେ ଉପୁଜିଥିବା ସମସ୍ୟା ପାଇଁ ସେ ତହସିଲଦାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପଟ୍ଟା ଜାଗାକୁ ପୋଲିସ ଉପସ୍ଥିତରେ ବାଡ ପକାଇଛନ୍ତି ବୋଲି କହିଥିଲେ। ଏନେଇ ଉପଜିଲାପାଳ ଦାସଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉକ୍ତ ଜାଗାର ପଟ୍ଟା ଧ୍ୱଜ ବେହେରାଙ୍କ ନାମରେ ଥିଲେ ମଧ୍ୟ ଯେହେତୁ ରେକର୍ଡରେ ଉକ୍ତ ଜାଗା ରାସ୍ତା ଭାବେ ରହିଛି ଓ ଦୀର୍ଘବର୍ଷ ଧରି ଗ୍ରାମବାସୀ ସେହି ରାସ୍ତା ବ୍ୟବହାର କରି ଆସୁଛନ୍ତି ଏବଂ ଆଉ କୌଣସି ବିକଳ୍ପ ରାସ୍ତା ନାହିଁ ତେଣୁ ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ ା ତେଣୁ ସେ ତହସିଲଦାରଙ୍କୁ ଉକ୍ତ ରାସ୍ତା ଅବରୋଧ ହଟାଇବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ସକାଳୁ ଉଠିଲେ ପାଣି ପାଇଁ ସଂଘର୍ଷ: ୩୦ ପରିବାରକୁ ଗୋଟିଏ ନଳକୂପ

ଦାରିଙ୍ଗବାଡି, ୫/୧୨ (ଅରୁଣ ସାହୁ): ଭୋର ଉଠିଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri