ଗ୍ରୀନ କେମେଷ୍ଟ୍ରି ଖାତା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ: ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିଲେ ବିଦ୍ୟାର୍ଥୀ

ବ୍ରହ୍ମପୁର ଅଫିସ,୧୩ା୯-ବୁଗୁଡା ପିପୁଲସ୍‌ କଲେଜ ଯୁକ୍ତ ୩ ରସାୟନ ବିଜ୍ଞାନ ସମ୍ମାନର ପରୀକ୍ଷା ଖାତା ମୂଲ୍ୟାୟନରେ ତ୍ରୁଟି ହୋଇଛି ା ୫ ସେମିଷ୍ଟାରର ଗ୍ରିନ କେମେଷ୍ଟ୍ରି ବିଷୟର ପରୀକ୍ଷା ଖାତା ମୂଲ୍ୟାୟନରେ ତ୍ରୁଟି ହୋଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଆର୍‌ଟିଆଇରେ ମଗାଯାଇଥିବା ଉତ୍ତରଖାତାର ନକଲ ଧରି ଶୁକ୍ରବାର କେତେଜଣ ଛାତ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପହଞ୍ଚି ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ପୁର୍ନବାର ପରୀକ୍ଷା ଖାତା ମୁଲ୍ୟାୟନ କରିବାକୁ ସେମାନେ ଦାବି କରିଛନ୍ତି ା
ଛାତ୍ରୀଛାତ୍ରଙ୍କ ଅଭିଯୋଗ ଯେ, ୫ମ ସେମିଷ୍ଟାରର ଗ୍ରୀନ କେମେଷ୍ଟ୍ରି ବିଷୟର ପରୀକ୍ଷା ଖାତା ମୂଲ୍ୟାୟନ ବେଳେ ପ୍ରଶ୍ନପତ୍ର ବଦଳ ହୋଇଥିବା ଯୋଗୁ ଏଭଳି ତ୍ରୁଟି ହୋଇଛି। ଯାହାଫଳରେ ପିପୁଲସ୍‌ କଲେଜର ଉକ୍ତ ବିଭାଗର ୨୯ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୬ ଜଣ ଫେଲ ହୋଇଛନ୍ତି ା ଅନ୍ୟପକ୍ଷରେ ୱେବସାଇଟରେ ପ୍ରକାଶିତ ଫଳାଫଳ ଓ ପରୀକ୍ଷା ଖାତା ମୂଲ୍ୟାୟନ ଫଳରେ ମଧ୍ୟ ତାଳମେଳ ରହୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଆର୍‌ଟିଆଇରେ ଆସିଥିବା ୧୩ ଜଣଙ୍କ ପରୀକ୍ଷା ଖାତା ନକଲରେ ଦେଖାଯାଇଛି ଯେ, ଅଧିକାଂଶ ପ୍ରଶ୍ନର ଉତ୍ତର ଠିକ ଥାଇ ବି ମାର୍କ ଦିଆଯାଇ ନାହିଁ ା ପରୀକ୍ଷା ଖାତା ନକଲ ମଗାଯାଇଥିବା ସମସ୍ତ ୧୩ ଛାତ୍ର ସର୍ବନିମ୍ନ ପାସ ମାର୍କ ଆଣିବାକୁ ଯୋଗ୍ୟ ଅଛନ୍ତି ା ଏ ନେଇ ୩ ମାସ ପୂର୍ବରୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଅବଗତ କରାଯାଇଛି ା ତଥାପି କୌଣସି ପଦକ୍ଷେପ ନିଆଯାଇନାହିଁ ା ଛାତ୍ରୀ ଶୁଭଶ୍ରୀ ଜେନା କହିଛନ୍ତି, ୩ ମାସ ହେଲା ଅଭିଯୋଗ କରାଯିବା ସତ୍ତ୍ୱେ ଖାତା ପୁନଃ ମୁଲ୍ୟାୟନ ଓ ଫଳାଫଳ ପ୍ରକାଶ ଦିଗରେ ପଦକ୍ଷେପ ନିଆଯାଇ ନାହିଁ ା ଯାହାଦ୍ୱାରା ଜଣେ ଛାତ୍ରୀ ପୂର୍ବରୁ ବିିଇଡି ପାଇଥିବା ସତ୍ତ୍ୱେ ନାମଲେଖାଇ ପାରି ନ ଥିବା ସେ କହିଛନ୍ତି ା ଆସନ୍ତା ୧୯ରେ କୋଲକାତାର ଟିସିଏସରେ ନିଯୁକ୍ତି ସୁଯୋଗ ପାଇଥିଲେ ମଧ୍ୟ ଉକ୍ତ ତ୍ରୁଟି ବିଷୟର ଫଳାଫଳ ପ୍ରକାଶରେ ବିଳମ୍ବ ଯୋଗୁଁ କାର୍ଯ୍ୟରେ ଯୋଗଦେବାରେ ସମସ୍ୟା ସୃଷ୍ଟି ହୋଇଥିବା ସେ କହିଛନ୍ତି ା ସେହିପରି ଶିବାନୀ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ଆରପିଏଫରେ ନିଯୁକ୍ତି ସୁଯୋଗ ମିଳିଛି ା କିନ୍ତୁ ପରୀକ୍ଷା ଫଳାଫଳଜନିତ ତ୍ରୁଟିରୁ କାର୍ଯ୍ୟରେ ଯୋଗଦେବାରେ ବାଧା ସୃଷ୍ଟି ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି ା ଅନ୍ୟପକ୍ଷରେ ପରୀକ୍ଷା ନିୟନ୍ତ୍ରକ ସୁରେନ୍ଦ୍ର ସେଠୀ କହିଛନ୍ତି, ପରୀକ୍ଷା ଖାତା ମୂଲ୍ୟାୟନରେ ତ୍ରୁଟି ରହିଛି ା ନୂତନ କୁଳପତି ନିଯୁକ୍ତି ହେବା ପରେ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ା ବର୍ତ୍ତମାନ ନିଯୁକ୍ତି ସୁଯୋଗ ପାଇଥିବା ଛାତ୍ରୀଙ୍କୁ ଜରୁରୀକାଳିନ ଭାବେ ଅଣ୍ଡରଟେକିଂ ଦିଆଯାଇଥିବା ସେ ସୂଚାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri