ଫାଇଲରେ ସୀମିତ ସିସିଟିଭି ସର୍ଭିଲାନ୍ସ ଯୋଜନା

ଭଦ୍ରକ ଅଫିସ, ୯।୯- ଭଦ୍ରକ ସହରରେ ଲୁଟ୍‌, ରାହାଜାନି, ଡକାୟତି, ଚୋରି ଘଟଣା ବୃଦ୍ଧି ପାଉଛି। ଜଣେ ମଧ୍ୟ ଅପରାଧୀ ପୋଲିସ ଦ୍ୱାରା କାବୁ ହେବାର ନଜିର ନାହିଁ। କାଁ ଭାଁ ଲୁଟେରାଙ୍କୁ ପୋଲିସ କାବୁ କରୁଥିଲେ ମଧ୍ୟ ହାର୍ଡକୋର୍‌ କ୍ରିମିନାଲ କିମ୍ବା ଡକାୟତ ଧରା ନ ପଡ଼ିବା ସହରବାସୀଙ୍କୁ ଚିନ୍ତାରେ ପକାଇଛି। ସହର ଓ ଏହା ଆଖପାଖ ଅଞ୍ଚଳକୁ ନିୟନ୍ତ୍ରଣ କରିବାକୁ ୩ଟି ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ପୁରୁଣାବଜାର ଥାନା ରହିଥିଲେ ମଧ୍ୟ ଅପରାଧୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧ ଘଟାଇବାକୁ ପଛାଉ ନାହଁାନ୍ତି। ଚଳିତବର୍ଷ ଟାଉନଥାନାରେ ବର୍ତ୍ତମାନ ସୁଦ୍ଧା ୨୬୨, ଗ୍ରାମାଞ୍ଚଳ ଥାନାରେ ୪୮୧ ଓ ପୁରୁଣାବଜାର ଥାନାରେ ୧୬୫ ମୋଟ ୯୦୮ଟି ମାମଲା ରୁଜୁ ହୋଇସାରିଛି। ଭଦ୍ରକ ସହରରେ ସିସିଟିଭି ସର୍ଭିଲାନ୍ସ ଯୋଜନା କେବଳ ଫାଇଲ୍‌ରେ ଅଟକି ରହିଛି।
ଉଲ୍ଲେଖନୀୟ ଯେ, ୨୦୧୮ ନଭେମ୍ବର ୧୨ ତାରିଖରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପୂର୍ବତନ ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଜିଲାର ବିଭିନ୍ନ ଥାନା ଅଞ୍ଚଳର ଅପରାଧ ଓ ପୋଲିସର ପଦକ୍ଷେପକୁ ନେଇ ସମୀକ୍ଷା କରିଥିଲେ। ଭଦ୍ରକ ଏକ ଅପରାଧ ପ୍ରବଣ ଜିଲା ହୋଇଥିବା କହିବା ସହ ସହରର ସମ୍ବେଦନଶୀଳ ସ୍ଥାନରେ ପୋଲିସ ପକ୍ଷରୁ ସିସିଟିଭି ଲଗାଯିବା ପାଇଁ ସ୍ଥିର କରାଯାଇଥିବା ସେ ସୂଚନା ଦେଇଥିଲେ। ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ମଡେଲ କଣ୍ଟ୍ରୋଲରୁମ୍‌ ସ୍ଥାପନ ପାଇଁ ରାଜ୍ୟ ପୋଲିସ ପ୍ରାଥମିକ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ସେ କହିଥିଲେ। ମାତ୍ର ଏହା ଏଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ। ସେହିପରି ଦୁଇମାସ ମଧ୍ୟରେ ସହରରୁ ୧୫ରୁ ଊର୍ଦ୍ଧ୍ୱ ବାଇକ୍‌ ଚୋରି ହୋଇଛି। ୫ରୁ ଊର୍ଦ୍ଧ୍ୱ ସ୍ଥାନରୁ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ସାଙ୍ଗକୁ ମହିଳା ଓ ବରିଷ୍ଠ ନାଗରିକଙ୍କଠାରୁ ପୋଲିସ ପରିଚୟ ଦେଇ ଏକା ଢଙ୍ଗରେ ଅଳଙ୍କାର ଲୁଟ୍‌ ଘଟଣା ଘଟିଛି। ଏହିଭଳି ବାରମ୍ବାର ଲୁଟ୍‌ ଘଟଣା ଘଟି ଚାଲିଥିବା ବେଳେ ପୋଲିସ କେବଳ ମାମଲା ରୁଜୁ କରି ଚୁପ୍‌ ହୋଇ ବସୁଛି ବୋଲି ଅଭିଯୋଗ ହେଉଛି। ଏଯାଏ ଜଣେ ହେଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇ ନ ଥିବା ଜଣାପଡ଼ିଛି। ସିସିଟିଭି ସର୍ଭିଲାନ୍ସ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଅପରାଧୀଙ୍କ ଗତିବିଧି ଉପରେ ନଜର ରହିପାରିଥାନ୍ତା ବୋଲି ଆଇନଜୀବୀ ଅତିଶ ବେହେରା ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ଜଳନ୍ଧର ଜାଲିଙ୍କୁ ପଚାରିବାରୁ କହିଛନ୍ତି, ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ପୋଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ସିସିଟିଭି ସର୍ଭିଲାନ୍ସ କାର୍ଯ୍ୟ କରିବା ଜିଲା ପ୍ରଶାସନ କିମ୍ବା ପୌରାଞ୍ଚଳର ଦାୟିତ୍ୱ। ଅନ୍ୟପକ୍ଷେ ପ୍ରଶାସନ ନିକଟରେ ପ୍ରଚୁର ଅର୍ଥ ନାହିଁ। ଏଣୁ ଜିଲା ପୋଲିସ କିମ୍ବା କୌଣସି ରାଜନୈତିକ ନେତାଙ୍କ ନିଜସ୍ବ ଫଣ୍ଡରୁ ଏହା କାର୍ଯ୍ୟକାରୀ କରାଗଲେ ଠିକ୍‌ ହେବ ବୋଲି ଜିଲାପାଳ ଜ୍ଞାନରଞ୍ଜନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri