ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ। ଏହାକୁ ରିଟାୟାରିଂ ରୁମ୍‌ (Retiring Room) କୁହାଯାଏ। ଏହି ରୁମ୍‌ଗୁଡ଼ିକ ସିଙ୍ଗଲ୍‌, ଡବଲ୍‌ ଏବଂ ଡର୍ମିଟରୀ ପ୍ରକାରରେ ଉପଲବ୍ଧ, ଯାହା ଏସି ଏବଂ ନନ୍‌-ଏସି ଦୁହେଁ ମିଳେ।

IRCTC ର ସୁଲଭ ରୁମ୍‌ ସୁବିଧା:
IRCTC ର ଅଫିସିଆଲ ୱେବସାଇଟ ଅନୁଯାୟୀ, ଯଦି ଆପଣ ୨୪ ଘଣ୍ଟା ପାଇଁ ରିଟାୟାରିଂ ରୁମ୍‌ ବୁକ୍‌ କରନ୍ତି, ତେବେ ୨୦ ଟଙ୍କା ସର୍ଭିସ ଚାର୍ଜ ନିଆଯାଏ। ସେହିଭଳି ଡର୍ମିଟରୀ ବେଡ୍‌ ପାଇଁ ୧୦ ଟଙ୍କା ସର୍ଭିସ ଚାର୍ଜ ଲାଗେ। ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ରୁମ୍‌ ପାଇଁ ୪୦ ଟଙ୍କା ଏବଂ ଡର୍ମିଟରୀ ବେଡ ପାଇଁ ୨୦ ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡ଼େ। ଏହି ଚାର୍ଜ ବର୍ତ୍ତମାନ ପର୍ଯ୍ୟନ୍ତ (୨୦୨୬ ଅନୁଯାୟୀ) ସମାନ ରହିଛି। ଜଣେ ଯାତ୍ରୀଙ୍କୁ ଏକ ସିଙ୍ଗଲ/ଡବଲ ରୁମ କିମ୍ବା ଡର୍ମିଟରୀରେ ଗୋଟିଏ ବେଡ ଆଲର୍ଟ କରାଯାଏ।

କେବେ ବ୍ୟବହାର କରିପାରିବେ ରିଟାୟାରିଂ ରୁମ୍‌?
ଲମ୍ବା ଯାତ୍ରା, ଟ୍ରେନ ବଦଳାଇବା, ରାତିରେ କିମ୍ବା ସକାଳେ ଶୀଘ୍ର ଟ୍ରେନ ଥିବା ସମୟରେ ଏହି ରୁମ ବହୁତ ଉପଯୋଗୀ। ଏହା ଯାତ୍ରୀଙ୍କୁ ସୁରକ୍ଷିତ, ପରିଷ୍କାର ଓ କମ ଖର୍ଚ୍ଚରେ ଆରାମ ଦିଏ।

କିପରି ବୁକ କରିବେ?
-https://www.rr.irctc.co.in/ (କିମ୍ବା IRCTC Tourism ସାଇଟରୁ Retiring Room ଅପ୍ସନ) ଖୋଲନ୍ତୁ।
-Retiring Room ଅପ୍ସନ ଉପରେ କ୍ଲିକ କରନ୍ତୁ।
-ଆପଣଙ୍କର PNR ନମ୍ବର ପ୍ରବେଶ କରାଇ ସର୍ଚ କରନ୍ତୁ।
-ଯେଉଁ ଷ୍ଟେଶନରେ ରୁମ ଦରକାର, ତାହା ଚୟନ କରନ୍ତୁ।
-ବୁକିଙ୍ଗ ଡିଟେଲ୍ସ ଭରନ୍ତୁ (ଯାତ୍ରୀ ନାମ, ସମୟ ଆଦି)।
-Check Availability କ୍ଲିକ କରନ୍ତୁ।
-ଉପଲବ୍ଧ ଥିଲେ ବୁକ କରି ପେମେଣ୍ଟ କରନ୍ତୁ।
-ଏହି ସୁବିଧା ଯାତ୍ରୀଙ୍କ ପାଇଁ ବହୁତ ସହଜ ଓ ଶସ୍ତା।

ଅଧିକ ସୂଚନା ପାଇଁ IRCTC ର ଅଫିସିଆଲ ସାଇଟ୍‌ ଚେକ କରନ୍ତୁ!


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri