କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ବନ୍ୟଜନ୍ତୁ ସହରମୁଖୀ ହେବାରେ ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଏକ ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନସ୍ଥ ତଥା କାଲିମେଳା ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଏମଭି ୭୨ ଶାନ୍ତି ନଗର ନିକଟରୁ ସୋମବାର ଭୋର୍ ସମୟରେ ହେଟା ବାଘର ମୃତଦେହ ଉଦ୍ଧାର କରାଯାଇଛି। କୌଣସି ଅଜଣା ଗାଡି ହେଟା ବାଘକୁ ଧକ୍କା ଦେବା ଯୋଗୁ ବାଘଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବରପାଇ କାଲିମେଳା ରେଞ୍ଜର ବିଜୟ କୁମାର ନାୟକ, ଫରେଷ୍ଟର ମୃତ୍ୟୁଞ୍ଜୟ ସେଠୀ ଏବଂ ଅନ୍ୟାନ୍ୟ କର୍ମଚାରୀ ପହଞ୍ଚି ହେଟା ବାଘର ମୃତଦେହ ଜବତ କରିବା ପରେ କାଲିମେଳା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ବ୍ୟବଚ୍ଛେଦ କରିଥିବା ଜଣାପଡିଛି । ଏହା ଅଣ୍ଡିରା ବାଘ ହୋଇଥିବା ବେଳେ ଏହାର ବୟସ ପ୍ରାୟ ୫ ବର୍ଷ ଏବଂ ଉଚ୍ଚତା ସାଡେ ତିନି ଫୁଟ ହେବ ବୋଲି ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ପରେ ହେଟାକୁ ନେଇ ପୋତି ଦିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

