ଜରଉ ଘାଟିରୁ ୧୦ଫୁଟ ତଳକୁ ଖସିଲା ଅଟୋ, ୧୨ ସ୍କୁଲ ଛାତ୍ରୀଛାତ୍ର…

ମୋହନା, ୧୯।୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼କୁ ସଂଯୋଗ କରୁଥିବା ଜରଉ ଘାଟିରେ ଏକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏକ ଯାତ୍ରୀବାହୀ ଅଟୋ ଘାଟିରୁ ୧୦ଫୁଟ ତଳକୁ ଖସି ଚୁରମାର ହୋଇଯାଇଛି । ୧୨ ସ୍କୁଲ ଛାତ୍ରୀଛାତ୍ର ଆହତ ହୋଇଥିବା ସୂଚନା ରହିଛି ।

ସୂଚନା ପ୍ରକାରେ ସୋମବାର ଦିନ ସ୍କୁଲ ୧୨ ଜଣ ଛାତ୍ରୀଛାତ୍ର ଅଟୋରେ ଆସୁଥିଲେ । ତେବେ ଆହତ ପରେ ସମସ୍ତଙ୍କୁ ୧୦୮ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋବିନ୍ଦପୁର ସନ୍ତୋଷ ନାୟକ ଏକ ଘରୋଇ ବସ ଦ୍ୱାରା ୭ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ମୋହନା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଗ୍ୟାସ ଲିକ୍‌

କଟକ, ୧୯।୧(କାର୍ତ୍ତିକ ସାହୁ): ନିର୍ମାଣ କାମ ପାଇଁ ରାସ୍ତା ଖୋଳା ଯାଉଥିବା ବେଳେ ଗ୍ୟାସ୍‌ ପାଇପ ଲାଇନ ଫାଟିବାରୁ ଆତଙ୍କିତ ହୋଇ ପଡ଼ିଥିଲେ ସିଡିଏ ସେକ୍ଟର-୯ର...

ବାଂଲାଦେଶକୁ ଅଡୁଆରେ ପକାଇଲା ICC, ବିସିବି ପାଖରେ ଏବେ କେବଳ ଗୋଟିଏ ରାସ୍ତା

ନୂଆଦିଲ୍ଲୀ,୧୯।୧: ବାଂଲାଦେଶ ଟି-୨୦ ବିଶ୍ୱକପ ବିବାଦରେ ସବୁ ଦିଗରୁ ଘେରି ରହିଥିବା ପରି ମନେ ହେଉଛି, ଯାହା ଫଳରେ ଆଇସିସିର ଦାବି ପାଳନ କରିବା ବ୍ୟତୀତ...

ପାର୍ବତୀ ଗିରିଙ୍କ ପ୍ରଦର୍ଶିତ ଚଲାପଥକୁ ଅନୁସରଣ କରିବାକୁ ଆହ୍ବାନ ଦେଲେ ସଂସ୍କୃତି ମନ୍ତ୍ରୀ

ବରଗଡ଼,୧୯।୧(ପ୍ରେମାନନ୍ଦ ଖମାରୀ):ସ୍ବାଧୀନତା ସଂଗ୍ରାମର ଅଗ୍ନିଶିଖା ତଥା ମାନବ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବଡ ମା’ ପାର୍ବତୀ ଗିରିଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର...

ଚାମ୍ପିୟନ ହେଲେ ଗଜପତି ଜିଲାର ଗୁମ୍ମା ଟିମ୍‌: ଖେଳାଳିଙ୍କୁ ଉତ୍ସାହିତ କଲେ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପଡିଆଠାରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟସ...

ଟି୨୦ ବିଶ୍ୱକପ୍‌ ବିବାଦ: ବାଂଲାଦେଶ ଆଗରେ ଏହି ସର୍ତ୍ତ ରଖିଲା ଆଇସିସି

ବେଙ୍ଗାଲୁରୁ,୧୯।୧- ଆସନ୍ତା ଫେବୃଆରୀରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ବାଂଲାଦେଶ ଦଳ ଅଂଶଗ୍ରହଣ କରିବ କି ନାହିଁ, ସେ ନେଇ ଲାଗି ରହିଥିବା ଅନିଶ୍ଚିତତା ଜାରି...

ରିଙ୍କୁ ସିଂହଙ୍କ ବିରୋଧରେ FIR ଦାବି: ଦେବଦେବୀଙ୍କ ଅପମାନ ଅଭିଯୋଗରେ ଉତ୍ତେଜନା

ନୂଆଦିଲ୍ଲୀ,୧୯।୧: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ଶେୟାର କରି ଅଡୁଆରେ ପଡ଼ିଛନ୍ତି। ସନାତନ ଧର୍ମ ଏବଂ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ...

ପଞ୍ଜାବ ପାଇଁ ରଣଜୀ ଖେଳିବେ ଗିଲ୍‌

ନୂଆଦିଲ୍ଲୀ,୧୯।୧- ନ୍ୟୁଜିଲାଣ୍ଡଠାରୁ ୨-୧ ବ୍ୟବଧାନରେ ଦିନିକିଆ ସିରିଜ୍‌ରେ ପରାଜିତ ହେବା ପରେ ଭାରତର ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁବମନ ଗିଲ୍‌ କ୍ରିକେଟରୁ ବ୍ରେକ ନେବା...

ପ୍ରବଳ ରାଗିଗଲେ ଟ୍ରମ୍ପ: ନରୱେ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ଧମକପୂର୍ଣ୍ଣ ଚିଠି

ଓ୍ବାଶିଂଟନ,୧୯।୧: ନୋବେଲ ପୁରସ୍କାର ନ ପାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ରୋଧ ଏବେ ଭୀଷଣ ବଢିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ନରୱେ ପ୍ରଧାନମନ୍ତ୍ରୀ ଜୋନାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri