ବଦଳିବ ‘ଡିପିଆର’, ସାମିଲ ହେବ ପାରାଦୀପ: ନୂଆ ରୂପରେ ଆସିବ ମେଟ୍ରୋ ରେଳ

ଭୁବନେଶ୍ୱର,୧୯।୧(ରବିନାରାୟଣ ଜେନା): ଦୀର୍ଘଦିନ ଧରି ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପ କାର୍ଯ୍ୟ ଅନିଶ୍ଚିତତା ଭିତରେ ରହିଛି। ଏହାକୁ ନେଇ ଲୋକେ ଆଶା ଓ ଆଶଙ୍କାରେ ରହିଥିବାବେଳେ ରାଜ୍ୟ ସରକାର ମଧ୍ୟ ବ୍ୟାକ୍‌ଫୁଟ୍‌ରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସରକାରୀସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ମେଟ୍ରୋ ରେଳ ପ୍ରକଳ୍ପ ନୂତନ ରୂପରେ ଆସିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣାପଡ଼ିଛି।
ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ‘ଡିପିଆର୍‌’କୁ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବରୁ ଏହା କେବଳ ଭୁବନେଶ୍ୱର-କଟକ-ପୁରୀ ମଧ୍ୟରେ ଗଡ଼ିବ ବୋଲି ପ୍ରସ୍ତାବ ରହିଥିଲା। ପୂର୍ବ ସରକାର ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଯେଉଁ ‘ଡିପିଆର୍‌’ ପ୍ରସ୍ତୁତ କରିଥିଲେ ସେଥିରେ ବହୁତ କିଛି ପରିବର୍ତ୍ତନ କରାଯିବ। ଏହାକୁ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ଯୋଡ଼ିବା ପାଇଁ ସରକାରୀସ୍ତରରେ ଏକପ୍ରକାର ନିଷ୍ପତ୍ତି ହୋଇଛି। ଆସନ୍ତା ୨୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏସମ୍ପର୍କରେ ପୂର୍ଣ୍ଣାଙ୍ଗ ରୂପରେଖ ଜଣାପଡ଼ିବ। ତେବେ ପୂର୍ବ ସରକାର ସମୟରେ ୬୪କି.ମି.ର ମେଟ୍ରୋ ରେଳପ୍ରକଳ୍ପ ପାଇଁ ୬ହଜାର ୨୫୫କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଏହାକୁ ନେଇ ପୂର୍ବ ସରକାର ତରବରିଆ ଭାବେ ଏହାକୁ କ୍ୟାବିନେଟ୍‌ରେ ପାରିତ କରିଥିଲେ। ଏହାପରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେଶନ ସହିତ ରାଜ୍ୟ ସରକାରଙ୍କ ଏକ ବୁଝାମଣା ହୋଇଥିଲା। କଟକଠାରୁ ତ୍ରିଶୂଳିଆ-ବାରଙ୍ଗ ଦେଇ ଖୋର୍ଦ୍ଧା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ରେଳ ପ୍ରକଳ୍ପ ହେବାକୁ ଯୋଜନା ରହିଥିଲା। ମାତ୍ର ବର୍ତ୍ତମାନ ପରିବର୍ତ୍ତନ ହୋଇ ଏହି ଡିପିଆର୍‌ରେ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ଖୋର୍ଦ୍ଧା ରିଜିଅନକୁ ଯୋଡ଼ିବାପାଇଁ ପ୍ରସ୍ତାବ ରହିଛି। ଏହାଦ୍ୱାରା ରାଜ୍ୟର ବିକାଶ ତ୍ୱରାନ୍ବିତ ହେବ। ରାଜ୍ୟ ସରକାରଙ୍କ ଭିଜନ-୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ମେଟ୍ରୋ ରେଳପ୍ରକଳ୍ପକୁ ଏହିସବୁ ଅଞ୍ଚଳକୁ ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ରହିଛି। ଏହାସହିତ କେନ୍ଦ୍ର ସରକାରଙ୍କ ସହିତ ମିଶି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବାକୁ ରହିଛି, ଯାହାଫଳରେ ରାଜ୍ୟ ଉପରେ ଏତେବଡ଼ ଆର୍ଥିକବୋଝ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏହାର ରୂପରେଖ ସ୍ପଷ୍ଟ ହେବ ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି।
ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯିବାକୁ ଥିବା ଏହି ମେଟ୍ରୋ ରେଳପ୍ରକଳ୍ପ ଯଦି ପାରାଦୀପ ଓ ରାଉରକେଲା ପର୍ଯ୍ୟନ୍ତ ଗଡ଼ିବ ତାହା କେତେଦୂର ଆର୍ଥିକ ଦୃଷ୍ଟିକୋଣରୁ ଉଚିତ ହେବ ତାକୁ ନେଇ ସରକାର କେତେଦୂର ଚିନ୍ତା କରୁଛନ୍ତି ତାହା ଦେଖିବାର ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ହତ୍ୟାକାଣ୍ଡ, ସ୍ପଷ୍ଟ ଦିବାଲୋକରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୯।୧: ସୋମବାର ଅପରାହ୍ନରେ ଉତ୍ତରପ୍ରଦେଶର ଏଟା ଜିଲାରେ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ନଗର କୋତୱାଲି ଅଞ୍ଚଳର ଅଧିକାର କ୍ଷେତ୍ର ଅନ୍ତର୍ଗତ ନାଗଲା...

ଅନୁଷ୍କାଙ୍କୁ ‘ମ୍ୟାଡାମ୍‌’ ଡାକିଦେଲେ ଏହି କ୍ରିକେଟର୍‌: ଶୁଣିକି ଏମିତି କହିଦେଲେ କୋହଲି

ନୂଆଦିଲ୍ଲୀ,୧୯।୧: ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ପ୍ରାୟତଃ ପଡ଼ିଆରେ ତାଙ୍କର ଆକ୍ରମଣାତ୍ମକ ଶୈଳୀ ପାଇଁ ଜଣାଶୁଣା। ଡ୍ରେସିଂ ରୁମ ଭିତରେ ସେ ସମ୍ପୂର୍ଣ୍ଣ ନିଆରା।...

ମାନବିକତା ଦେଖାଇଲେ ବିଧାୟକ: ଦୁର୍ଘଟଣାରେ ଗୁରୁତରଙ୍କୁ ନିଜ ଗାଡ଼ିରେ ନେଇ…

ଗଞ୍ଜାମ/ ଦିଗପହଣ୍ଡି,୧୯।୦୧(ଅନାଥ ତରାଇ/ ବିଦ୍ୟାଧର ସାହୁ/ ଅଶେଷ ନାଥ ମିଶ୍ର): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।  ସୋମବାର ହୁମ୍ମା ଗସ୍ତ ସମୟରେ...

ଖୁସି ଖବର! ଆବଶ୍ୟକ ବେଳେ ଆକାଉଣ୍ଟକୁ ଆସିଯିବ ଟଙ୍କା, ୧ ଏପ୍ରିଲରୁ EPFO…

ନୂଆଦିଲ୍ଲୀ,୧୯।୧: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟମାନଙ୍କ ପାଇଁ ଏକ ଖୁସି ଖବର ଅଛି । ୧ ଏପ୍ରିଲ, ୨୦୨୬ ଠାରୁ, EPFO ​​ସଦସ୍ୟମାନେ...

୧୪ ଦିନ ପର୍ଯ୍ୟନ୍ତ ଚିନି ନ ଖାଇଲେ ଶରୀରରେ ଦେଖିବାକୁ ପାଇବେ ଏସବୁ ପରିବର୍ତ୍ତନ

ସ୍ବାସ୍ଥ୍ୟଗତ କାରଣରୁ, ସାଧାରଣତଃ ଚିନିମୁକ୍ତ ଖାଦ୍ୟ ଅନୁସରଣ କରିବାକୁ ପରାମର୍ଶ ଦିଆଯାଏ, ଅର୍ଥାତ୍‌ ଖାଦ୍ୟରୁ ଚିନିକୁ ଦୂରେଇ ରଖିବା ଉଚିତ୍‌। ତଥାପି, ଏହା ପ୍ରାୟତଃ ଅତ୍ୟନ୍ତ...

ଯେଉଁ ଖେଳାଳିଙ୍କ ପାଇଁ ହାରିଲା ଭାରତ, ତାଙ୍କୁ ଗିଫ୍ଟ ଦେଇ ଚର୍ଚ୍ଚାରେ ବିରାଟ କୋହଲି

ଇନ୍ଦୋର,୧୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆର ଷ୍ଟାର...

ଯଦି T20 ବିଶ୍ୱକପରୁ ବାଂଲାଦେଶ ବାଦ ପଡେ, ଏହି ଟିମ୍‌କୁ ମିଳିବ ଏଣ୍ଟ୍ରି

ନୂଆଦିଲ୍ଲୀ,୧୯।୧: ଟି-୨୦ ବିଶ୍ୱକପ ବିବାଦ ଘନୀଭୂତ ହେଉଛି। ଗୋଟିଏ ପଟେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜାନୁଆରୀ ୨୧ ସୁଦ୍ଧା ବାଂଲାଦେଶକୁ ତାର ସ୍ଥିତି ସ୍ପଷ୍ଟ...

ଶିକ୍ଷୟିତ୍ରୀଙ୍କ ପାଇଁ ଗେଟ୍‌ରେ ପଡ଼ିଲା ତାଲା: ବାହାରେ ରହିଗଲେ…

ସାକ୍ଷୀଗୋପାଳ,୧୩।୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଜେନାଙ୍କ ବଦଳି ବାତିଲ ଦାବିକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri