ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳ ଅତ୍ୟନ୍ତ ମରୁଡ଼ିପ୍ରବଣ। ଏହି ଅଞ୍ଚଳରେ କୃଷି କ୍ଷତିଗ୍ରସ୍ତ ହେଉଥିବାରୁ କୃଷକ ଆତ୍ମହତ୍ୟା ହାର ଅଧିକ। ତେବେ ନିଜ ଗାଁ ଓ ତା’ ଆଖପାଖର ୬ଟି ଗାଁରେ ଜଳାଭାବ ଦୂର କରି କୃଷିକୁ ସହଜ କରିପାରିଛନ୍ତି ଅମୋଲ ଲାଙ୍ଗୋଟେ। ଅମୋଲ ରୁହନ୍ତି ଥୁଗାଁ ପିମ୍ପ୍ରିରେ। ଏହି ଗାଁର ଲୋକସଂଖ୍ୟା ୩,୦୦୦ ପାଖାପାଖି। ଗାଁ କଡ଼ ଦେଇ ପୂର୍ଣ୍ଣ ନଦୀ ପ୍ରବାହିତ । ବର୍ଷାଦିନକୁ ଛାଡ଼ିଦେଲେ ବର୍ଷର ଅନ୍ୟ ସମୟରେ ନଦୀରେ ଜଳ ପ୍ରବାହ ନ ଥାଏ। ଜଳାଭାବ ଯୋଗୁ ୨୦୧୮-୧୯ରେ, ବିଦର୍ଭର ଅମରାବତୀ ଜିଲା ଗମ୍ଭୀର ମରୁଡ଼ିକୁ ସାମ୍ନା କରିଥିଲା। ଏଥିରେ ଅମୋଲଙ୍କ ଲେମ୍ବୁଚାଷ ସମେତ ଅନେକ କୃଷକଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଏପରି କି ଲୋକଙ୍କୁ ପାନୀୟ ଜଳ ପାଇଁ ଟ୍ୟାଙ୍କର ଉପରେ ନିର୍ଭର କରିବାକୁ ପଡ଼ିଥିଲା। କାରଣ ଭୂତଳ ଜଳ ସ୍ତର ବହୁ ଗଭୀରକୁ ଚାଲିଯାଇଥିଲା। ତେବେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଅମୋଲ ତାଙ୍କ ଗାଁ ଲୋକଙ୍କୁ ଏକାଠି କରି ପୂର୍ଣ୍ଣ ନଦୀରେ ବାଲି ଓ ପଥରରେ ଏକ ଚେକ୍‌ଡ୍ୟାମ କରିଥିଲେ। ୨୦୧୯ରେ ତାଙ୍କ ନେତୃତ୍ୱରେ ପ୍ରାୟ ୩୦ଟି ଗାଁର ଲୋକେ ଏକାଠି ହୋଇ ଅଧିକ ଚେକ୍‌ଡ୍ୟାମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଗ୍ରାମବାସୀ ପ୍ରତ୍ୟେକ ୫୦୦ରୁ ୨୦୦୦ ଟଙ୍କା ଦାନ ଦେଇ ୬ଟି ଚେକ୍‌ଡ୍ୟାମ ନିର୍ମାଣ କରିପାରିଛନ୍ତି। ଏବେ ଚାଷ ଭଲ ହେଉଛି, ପାନୀୟ ଜଳ ସଙ୍କଟ ଟଳିଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଘୁମୁରା’ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜିଲା ପାଇଁ ଏତିକି କୋଟି ଟଙ୍କାର…

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ବର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର ଭବାନୀପାଟଣା ଲାଲ...

ବନ୍ଧୁକ ଦେଖାଇ ବଡ଼ବିଲ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ବଡ଼ବିଲ,୧୯।୧: କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ...

ଏଣିକି ବଲାଙ୍ଗୀରରେ କାମ କରିବା ମନା, କାହିଁକି ଏମିତି ନିଷ୍ପତ୍ତି ନେଲେ ଠିକାଦାର ସଂଘ, ଜାଣନ୍ତୁ…

ବଲାଙ୍ଗୀର,୧୯।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଖବରଦାତା ଭବନଠାରେ ଖବରଦାତା ସମ୍ମିଳନୀ କରାଯାଇଥିଲା। ବଲାଙ୍ଗୀର ଜିଲା ଭିତରେ...

କାଲିଠୁ ଡଲଫିନ ଗଣନା: ବନ୍ଦ ରହିବ ବୋଟ୍‌ ଚଳାଚଳ

ଭୁବନେଶ୍ୱର,୧୯।୧: ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ମଙ୍ଗଳବାରଠୁ ଡଲଫିନ ଗଣନା ଆରମ୍ଭ ହେବ। ଏହି ଗଣନା ୩...

ଜରଉ ଘାଟିରୁ ୧୦ଫୁଟ ତଳକୁ ଖସିଲା ଅଟୋ, ୧୨ ସ୍କୁଲ ଛାତ୍ରୀଛାତ୍ର…

ମୋହନା, ୧୯।୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼କୁ ସଂଯୋଗ କରୁଥିବା ଜରଉ ଘାଟିରେ...

ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ବିଶ୍ୱ ସ୍ତରରେ ଅନ୍ୟତମ ପ୍ରମୁଖ ସମସ୍ୟା ସାଜିଛି ଜଳବାୟୁ ପରିବର୍ତ୍ତନ। ଏହା ପଛରେ ଅନେକ କାରଣ ଥିଲେ ମଧ୍ୟ ଏବେ ପ୍ଲାଷ୍ଟିକଜନିତ ପ୍ରଦୂଷଣ ଦ୍ୱାରା...

ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ, ସର୍ବସମ୍ମୁଖରେ ନୂଆପଡ଼ା ବିଡିଓଙ୍କୁ ଚାପୁଡା

ନୂଆପଡା, ୧୯/୧ ( ମକାରୁ ବେମାଲ): ନୂଆପଡ଼ା ଜିଲାରେ ସୋମବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସୋମବାର ସକାଳୁ ନୂଆପଡ଼ା ସଦର ବିଡିଓ...

ଜାଣନ୍ତୁ କାହିଁକି ଦେଖାଦିଏ ଗଣ୍ଠିଜନିତ ରୋଗ

ଗଣ୍ଠିଜନିତ ରୋଗ ଯୋଗୁ ଚଳପ୍ରଚଳରେ ଅସୁବିଧା, ଗଣ୍ଠିରେ ଯନ୍ତ୍ରଣା ଓ କାର୍ଯ୍ୟ ନ କରିବା ପରି ଗୁରୁତର ଅବସ୍ଥା ହୋଇଥାଏ। ଯନ୍ତ୍ରଣା ଲାଘବ ପାଇଁ, ଦରଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri