ଗ୍ରୀନ୍‌ଲାଣ୍ଡ ବିକ୍ରି ପାଇଁ ନୁହେଁ

ନୁକ୍‌,୧୯ା୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗ୍ରୀନ୍‌ଲାଣ୍ଡକୁ ଦଖଲ କରିବା ପାଇଁ ଚେତାବନୀ ଦେଇଥିବାବେଳେ ଏହାକୁ ବିରୋଧ କରି ସେଠାରେ ଟ୍ରମ୍ପ୍‌ ବିରୋଧୀ ବିକ୍ଷୋଭ ଜୋର୍‌ ଧରିଛି। ଅନେକ ହଜାର ଗ୍ରୀନ୍‌ଲାଣ୍ଡ ବାସିନ୍ଦା ତୁଷାର ଓ ବରଫାବୃତ ରାସ୍ତାରେ ଶୋଭାଯାତ୍ରାରେ ବାହାରି ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ସେମାନେ ନିଜ ଦେଶର ସ୍ବାୟତ୍ତ ଶାସନକୁ ସମର୍ଥନ କରିବା ସହ ‘ଗ୍ରୀନ୍‌ଲାଣ୍ଡ ବିକ୍ରି ପାଇଁ ନୁହେଁ’ ବୋଲି ସ୍ଲୋଗାନ ଦେଇଥିଲେ। ଗ୍ରୀନ୍‌ଲାଣ୍ଡ ରାଜଧାନୀ ନୁକ୍‌ ସହରରୁ ବିକ୍ଷୋଭକାରୀ ଶୋଭାଯାତ୍ରାରେ ଆମେରିକା ବାଣିଜି୍ୟକ ଦୂତାବାସ ଅଭିମୁଖେ ବାହାରିଥିଲେ। ବିନା ସଂଘର୍ଷରେ ଆମେ ପରାଜୟ ବରଣ କରିବୁ ନାହିଁ ବୋଲି ସେମାନେ କହିଛନ୍ତି। ରାଜଧାନୀ ନୁକ୍‌ ସହରର ଲୋକ ସଂଖ୍ୟା ୨୦,୦୦୦ ହୋଇଥିବାବେଳେ ବିକ୍ଷୋଭରେ ଏହାର ଏକଚତୁର୍ଥାଂଶ ସାମିଲ ହୋଇଥିଲେ। ଗ୍ରୀନ୍‌ଲାଣ୍ଡର ଅନ୍ୟ ସହର ସମେତ ଡେନ୍‌ମାର୍କର କୋପେନହାଗେନ୍‌ରେ ମଧ୍ୟ ଅନୁରୂପ ବିକ୍ଷୋଭ ଏବଂ ରାଲି କରାଯାଇଛି। ନୁକ୍‌ରେ ଅନୁଷ୍ଠିତ ବିକ୍ଷୋଭରେ ଗ୍ରୀନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ଜେନ୍ସ ଫ୍ରେଡେରିକ୍‌ ନିଏଲ୍‌ସେନ୍‌ ଯୋଗଦେଇଥିଲେ।
ସେପଟେ ଆମେରିକାର ଗ୍ରୀନ୍‌ଲାଣ୍ଡ ନିୟନ୍ତ୍ରଣ ଯୋଜନାକୁ ବିରୋଧ କରୁଥିବା ୮ଟି ୟୁରୋପୀୟ ଦେଶରୁ ଆମଦାନୀ ସାମଗ୍ରୀ ଉପରେ ଫେବୃଆରୀରୁ ୧୦ ପ୍ରତିଶତ ଟାରିଫ୍‌ ଲଗାଇବେ ବୋଲି ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ସେହି ଦେଶଗୁଡ଼ିକ ହେଲା ଡେନ୍‌ମାର୍କ, ନରଓ୍ବେ, ସୁଇଡେନ୍‌, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେଦରଲାଣ୍ଡସ ଏବଂ ଫିନ୍‌ଲାଣ୍ଡ। ଗ୍ରୀନ୍‌ଲାଣ୍ଡକୁ ସମ୍ପୂର୍ଣ୍ଣ କିଣିବା ପାଇଁ ଆମେରିକା ଚାହୁଁଥିବାବେଳେ ଏହି ଡିଲ୍‌ କାର୍ଯ୍ୟକାରୀ ହୋଇ ନ ପାରିଲେ ଜୁନ୍‌ ୧ରୁ ଟାରିଫ୍‌ ପରିମାଣ ୨୫%କୁ ବୃଦ୍ଧି କରିବେ ବୋଲି ଟ୍ରମ୍ପ୍‌ କହିଛନ୍ତି। ଟାରିଫ୍‌ ଧମକ ଟ୍ରମ୍ପ୍‌ ଏବଂ ନାଟୋ ସହଯୋଗୀଙ୍କ ମଧ୍ୟରେ ଗମ୍ଭୀର ଏବଂ ବିପଜ୍ଜନକ ଉତ୍ତେଜନା ସୃଷ୍ଟି କରିବ ବୋଲି କୁହାଯାଉଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଦ୍ୟାଳୟକୁ ୩୩ କୋଟି ଅନୁମୋଦନ: ଅଭିଭାବକ ମହଲରେ ଖୁସିର ଲହରୀ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ ତିନିଦିନ ପୂର୍ବେ ୩୩ କୋଟି ୧୧ ଲକ୍ଷ...

ରୋହିତ ଶର୍ମାଙ୍କ ଖରାପ ଫର୍ମକୁ ନେଇ ଶେଷରେ ମୁହଁ ଖୋଲିଲେ ଗିଲ: ସେ ଏବେ…

ଇନ୍ଦୋର,୧୯।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ୍‌ରେ...

ଭାଙ୍ଗିଲା ମୁଲାୟମଙ୍କ ପରିବାର: ସାନ ବୋହୂ ନେବେ ଛାଡ଼ପତ୍ର

ଲକ୍ଷ୍ନୌ,୧୯।୧: ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବ ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେଉଛନ୍ତି। ମୁଲାୟମ ପରିବାରର ବୋହୂ ଅପର୍ଣ୍ଣା...

ପ୍ରେମ ସମ୍ପର୍କ ଗୁଜବ ଉପରେ ନୀରବତା ଭାଙ୍ଗିଲେ ଗୋବିନ୍ଦା, କହିଲେ ଷଡ଼ଯନ୍ତ୍ର ସମସ୍ତଙ୍କ ସହିତ…

ନୂଆଦିଲ୍ଲୀ,୧୯।୧: ଅଭିନେତା ଗୋବିନ୍ଦା ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ସହିତ ତାଙ୍କ ବୈବାହିକ ଜୀବନକୁ ନେଇ ଗୁଜବ ଚାଲିଥିବା ବେଳେ ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ରରୁ...

ବିଜେଡିର ସବୁ ଗୁମର ଖୋଲିଦେଲେ ଶ୍ରୀମୟୀ: କହୁ କହୁ କହିଦେଲେ….

ଭୁବନେଶ୍ୱର,୧୯।୧: ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ...

କୋଟିଆ ବିବାଦ ସମାଧାନ କରିବାକୁ ଅଣ୍ଟା ଭିଡ଼ିଲା ଡିପିବିପି: ୬୪ ବ୍ଲକ୍‌କୁ ନେଇ…

ପଟ୍ଟାଙ୍ଗି,୧୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ କୁନ୍ଦୁଲି ସାପ୍ତାହିକ ହାଟସ୍ଥିତ କମ୍ୟୁନିଟି ହଲ୍‌ରେ ଦଣ୍ଡକାରଣ୍ୟ ପର୍ବତ ବିକାଶ ପରିଷଦ(ଡିପିବିପି) ପକ୍ଷରୁ...

ବୟସ ବଢିଲେ ବି ମୁହଁରେ ଦେଖାଯିବନି ଏହାର ଛାପ, ଖାଦ୍ୟରେ ସାମିଲ କରନ୍ତୁ ଏହି ଆଣ୍ଟି ଏଜିଂ ଫ୍ରୁଟ୍ସ

ନୂଆଦିଲ୍ଲୀ: ଯଦି କେହି କୁହନ୍ତି ଯେ ବୟସ ବୃଦ୍ଧିକୁ ରୋକିହେବ, ତେବେ ଆପଣ ହସିପାରନ୍ତି, କିନ୍ତୁ ସତ୍ୟ ହେଉଛି ଯେ ଆପଣଙ୍କ ପ୍ଲେଟରେ ଥିବା କିଛି...

ହାଇପରଟେନ୍‌ସନ କ’ଣ? ଜାଣନ୍ତୁ ଏହାର କାରଣ, ପ୍ରତିକାର…

ହାଇପରଟେନ୍‌ଶନ ବା ଉଚ୍ଚ ରକ୍ତଚାପ ଆଜି ଭାରତ ଓ ସାରା ବିଶ୍ୱରେ ସବୁଠୁ ଅଧିକ ଜୀବନ ବିପଦ ସୃଷ୍ଟି କରୁଥିବା ରୋଗମାନଙ୍କ ମଧ୍ୟରୁ ଅନ୍ୟତମ। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri