କଳାହାଣ୍ଡି ପାଇଁ ଆଣିଲେ ଗୌରବ: ଲୋକକଳା ସମ୍ମାନ ପାଇଲେ ଯୁବ ପ୍ରତିଭା ସତ୍ୟବ୍ରତ ଦାଶ

ଭବାନୀପାଟଣା,୧୭।୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଜୟଦେବ ଭବନ ଠାରେ ରାଜ୍ୟ ସାହିତ୍ୟ ସଂସ୍କୃତି ବିଭାଗ ଏବଂ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବରିଷ୍ଠ କଳାକାରଙ୍କୁ ଶନିବାର ଲୋକକଳା ସମ୍ମାନ ରେ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡିର ଯୁବ ପ୍ରତିଭା, ବରିଷ୍ଠ କଳାକାର ତଥା ସଂଗୀତ ନିର୍ଦ୍ଦେଶକ ସତ୍ୟବ୍ରତ ଦାଶଙ୍କୁ “ଲୋକକଳା ସମ୍ମାନ ୨୦୨୬” ରେ ସମ୍ମାନିତ କରାଯାଇଛି। ଯାହାକୁ ନେଇ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଯେ, ସତ୍ୟବ୍ରତ ଭବାନୀପାଟଣା ଗଣନାଥପୁରର ବରିଷ୍ଠ ଶିକ୍ଷାବିତ୍‌ ସ୍ବର୍ଗତ ଦୟାନିଧି ଦାଶ ଏବଂ କାଞ୍ଚନବାଳା ଦାଶଙ୍କ ସୁପୁତ୍ର ଅଟନ୍ତି । ସେ ଏକାଧାରରେ ଜଣେ ରାଜ୍ୟ ଏବଂ ଜାତୀୟ ସ୍ତରୀୟ ତବଲା ବାଦକ, ଆକାଶବାଣୀ ଓ ଦୂରଦର୍ଶନ ସ୍ବୀକୃତି ପ୍ରାପ୍ତ କଳାକାର । ତାଙ୍କର ରଚନାର ବହୁ ଗୀତ ଶ୍ରୋତାଙ୍କ ମନମୁଗ୍ଧ କରିଛି । ବିଭିନ୍ନ ସଂଗୀତ ଯନ୍ତ୍ରାଂଶକୁ ଅତି ସୁନ୍ଦର ଭାବରେ ବହୁ ମଞ୍ଚରେ ଯାଦୁକରୀ ଭାବେ ପ୍ରଦର୍ଶନ କରି ଜିଲାର ଗୌରବକୁ ସତଗୁଣା କରିଛନ୍ତି । ପୂର୍ବରୁ ସେ ବିଭିନ୍ନ ସମ୍ମାନରେ ଯଥା କୌଶଳ ଗୌରବ, ପ୍ରାଇଡ ଅଫ ଓଡିଶା, ବେଷ୍ଟ ଫୋକ ରିସର୍ଚ୍ଚର ଅଫ ଓଡିଶା, ସଂଗୀତ ଯୁବ ରତ୍ନ, ଯୁବ ପ୍ରତିଭା ସମ୍ମାନରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି । କଳା ଓ ସଂସ୍କୃତିକୁ ଆହୁରି ଆଗକୁ ନେବା ନିମନ୍ତେ ତାଙ୍କୁ ସଂସ୍କୃତି ବିଭାଗ ତରଫରୁ ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର, ଓଡିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ବେଦ ବାଚସ୍ପତି ପଣ୍ଡିତ ବୀରେନ୍ଦ୍ର ତ୍ରିପାଠୀ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଲୋକକଳା ସମ୍ମାନରେ ସମ୍ମାନିତ କରିଥିଲେ। ଲୋକକଳା ସମ୍ମାନରେ
ସତ୍ୟବ୍ରତ ସମ୍ମାନୀତ ହୋଇ ଜିଲା ପାଇଁ ଗୌରବ ଆଣିଥିବାରୁ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜକୋଟ୍‌ ନାବାଳିକା ବଳାତ୍କାର ମାମଲା: ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରାଜକୋଟ୍‌,୧୭ା୧: ୭ ବର୍ଷର ବାଳିକାଙ୍କୁ ବଳାତ୍କାର କରିବା ସହ ଲୁହା ରଡ୍‌ରେ ଯୌନ ନିର୍ଯାତନା ଦେବା ମାମଲାରେ ଗୁଜରାଟ ରାଜକୋଟ୍‌ର ଏକ ଅଦାଲତ ଅଭିଯୁକ୍ତଙ୍କୁ ମୃତ୍ୟୁ...

U19 World Cup 2026: ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ହରାଇଲା ଭାରତ

ନୂଆଦିଲ୍ଲୀ,୧୭।୧: ୧୯ ବର୍ଷରୁ କମ୍ ବିଶ୍ୱକପର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଂଲାଦେଶକୁ ୧୮ ରନରେ ହରାଇଛି ଭାରତ। ବର୍ଷା ବାଧାପ୍ରାପ୍ତ ମୁକାବିଲାରେ ଡିଏଲଏସ ନିୟମରେ ପଡୋଶୀ...

୨ ଦିନ ବଢ଼ିଲା ଶିଶିର ସରସ ମେଳା

ଭୁବନେଶ୍ୱର,୧୭।୧: ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳାକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ଫଳରେ ୧୮ ତାରିଖ ପରିବର୍ତ୍ତେ...

ଗୌରୀଶଙ୍କର-ଚନ୍ଦନ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ବାଜି ମାରିଲା ଗୁମ୍ମା ଟିମ୍‌

ଦିଗପହଣ୍ଡି,୧୭ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଖମାରୀ ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମସ୍ଥିତ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପଡିଆ ଠାରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟସ କ୍ଲବ୍‌...

ମର୍ମନ୍ତୁଦ ଦୁର୍ଘଟଣା: ଅଟୋ ଡ୍ରାଇଭର ଜୀବନ୍ତ ଦଗ୍ଧ

ଫୁଲବାଣୀ/ଖଜୁରିପଡା, ୧୭ା୧(ରାକେଶ କୁମାର ରାଉତ/ବିଦୁର ବେହେରା)-କନ୍ଧମାଳ ଜିଲା ଫୁଲବାଣୀ ସହର ସରକାରୀ ଆଇଟିଆଇଠାରୁ ଅଳ୍ପ ଦୂର ସଦର ଥାନା ଅନ୍ତର୍ଗତ ଦାତପାଜୁ ନିକଟରେ ଏକ ମର୍ମନ୍ତୁଦ...

ଶଙ୍ଖ ଧରିଲେ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ, ପାରଳାଖେମୁଣ୍ଡି ବିଧାୟକଙ୍କ…

ପାରଳାଖେମୁଣ୍ଡି,୧୭।୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା କାଶୀନଗର ବ୍ଲକ ଶିଆଳି ପଞ୍ଚାୟତ କରଣୀବଦ୍ରା, ଓ ଖାଣ୍ଡବା ପଞ୍ଚାୟତ ପୂର୍ତୀଗୁଡ଼ା ଗ୍ରାମର  କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ ନେତା କର୍ମୀ...

ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ମହଙ୍ଗା ପଡ଼ିଲା: ବରିଷ୍ଠ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୭।୧: ଯାତ୍ରା ଡ୍ୟାନ୍ସର ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ନୃତ୍ୟ...

ଦିନକୁ ଦିନ ଖସୁଛି ପାରଦ: ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ

ଜି.ଉଦୟଗିରି,୧୭ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପ୍ରବଳ ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri