ହୋମଗାର୍ଡ ନିଯୁକ୍ତିରେ ଘୋଟାଲା ଅଭିଯୋଗ: ହାଇକୋର୍ଟଙ୍କ ନୋଟିସ୍

କଟକ,୧୫ା୧: ରାଜ୍ୟର ବିଭିନ୍ନ ଜିଲାରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅନେକ ଜିଲାରୁ ନିଯୁକ୍ତିରେ ଅନିୟମିତତା ଖବର ଆସିବାରେ ଲାଗିଛି। ଏହାରି ମଧ୍ୟରେ ନବରଙ୍ଗପୁର ଜିଲାରେ ହୋମଗାର୍ଡ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଓଡିଶା ହାଇକୋର୍ଟରେ ପହଞ୍ଚିଛି।

ହୋମଗାର୍ଡ ନିଯୁକ୍ତିରେ ହୋଇଥିବା ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ଗୁରୁବାର ହାଇକୋର୍ଟ ସୁବର୍ଣ୍ଣପୁର ଏସପି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

ସୁବର୍ଣ୍ଣପୁର ଜିଲାରେ ୯୨ଟି ହୋମଗାର୍ଡ ପଦବୀ ପାଇଁ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିୟମାବଳୀର ଉଲ୍ଲଙ୍ଘନ ହୋଇଥିବା ଦର୍ଶାଇ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।

ନିର୍ଦ୍ଦିଷ୍ଟ ଥାନା ଅଞ୍ଚଳର ପ୍ରାର୍ଥୀଙ୍କ ବଦଳରେ ଅନ୍ୟ ଅଞ୍ଚଳର ବାହାର ପିଲାଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଥାନା ଅଧୀନରେ ଥିବା ଯୋଗ୍ୟ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଣଦେଖା କରି ଅନ୍ୟ ପୁଲିସ ଷ୍ଟେସନ ସୀମାର ପ୍ରାର୍ଥୀଙ୍କୁ ଅଯଥା ଗୁରୁତ୍ୱ ଦିଆଯାଇଥିବା ଆବେଦନକାରୀ ଦର୍ଶାଇଛନ୍ତି।

ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟାର ବୈଧତା କୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ସମ୍ପୃକ୍ତ ଅଧିକାରୀଙ୍କୁ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୨୩ ତାରିଖରେ ହେବ। ସେପର୍ଯ୍ୟନ୍ତ ଏହି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ବ ଗ୍ରହଣ କଲେ ରାଇକିଆ ନୂତନ ଥାନା ଅଧିକାରୀ

ରାଇକିଆ,୧୫।୧(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ଥାନାର ନୂତନ ଅଧିକାରୀ ଭାବେ ଏ. ଏ ସ୍ବର୍ଣ୍ଣଲତା ପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ଥାନା...

ଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ବୁହାହେଲା ମୃତଦେହ

ଗଜପତି,୧୫।୧(ଗିରିଧାରୀ ପରିଚ୍ଛା): ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲା ଗୁମ୍ମା ବ୍ଲକରୁ ଏକ ଅତ୍ୟନ୍ତ ସ୍ପର୍ଶକାତର ତଥା...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଗଣିତ ଶିକ୍ଷକ

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ ): ଖୋର୍ଦ୍ଧାର ଏକ ସରକାରୀ ଇଂଲିଶ ମିଡିୟମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗୁରୁବାର ଆଦର୍ଶ ଥାନା...

ନବୀନଙ୍କ ଆକ୍ସନକୁ ନେଇ ବିଜୟ କହିଲେ- ମୁଁ ହତବାକ୍‌…

ଭୁବନେଶ୍ୱର,୧୫।୧: ଦଳୀୟ ବିଶୃଙ୍ଖଳାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ୨ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କରିଛନ୍ତି। ସେମାନଙ୍କ ମଧ୍ୟରେ ବରିଷ୍ଠ...

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବି ତେଜିଲା, ଦାବି ପୂରଣ ନ ହେଲେ…

କୁନ୍ଦୁରା,୧୫।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର ଶତାଧିକ ଲୋକେ ଗୁରୁବାର କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ହାତରେ ଦାବିପତ୍ର ଧରି...

ନୂଆପଡ଼ା ପରେ ଆରମ୍ଭ ହେଲା ବିଜେଡିର ରାଜ୍ୟ ସଭା ଡିଲ୍‌; ନବୀନଙ୍କ ଆକ୍ସନ ପରେ ଏଭଳି କହି ଚର୍ଚ୍ଚାରେ…

ଭୁବନେଶ୍ୱର,୧୫।୧: ନୂଆପଡ଼ା ପରେ ଆରମ୍ଭ ହେଲା ବିଜେଡିର ରାଜ୍ୟ ସଭା ଡିଲ। ସମଝଦାର କୋ ଇଶାରା କାଫି ହୈ। ବିଜେଡିର ୨ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ...

ଅଜାତିରେ ବାହା ହେଲା ଝିଅ, ବାପାଙ୍କ ମୃତଦେହ ପାଖ ମାଡ଼ିଲେନି ଗ୍ରାମବାସୀ, ୯ ଘଣ୍ଟା ଯାଏ…

ଜଗନ୍ନାଥ ପ୍ରସାଦ,୧୫ା୧(ବିଭୁ ପ୍ରସାଦ ପଟ୍ଟନାୟକ)- ଝିଅ ଅନ୍ୟ ଜାତିରେ ବାହା ହୋଇଗଲା ବୋଲି ଜାତିପ୍ରଥାକୁ ନେଇ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର।...

ବଡ଼ ଧରଣର ଡକାୟତି ଲାଗି କରିଥିଲେ ଯୋଜନା, ପଣ୍ଡ କରିଦେଲା ଅଡ଼ବା ପୋଲିସ, ୭ ଅପରାଧୀଙ୍କୁ…

ମୋହନା,୧୫ା୧(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସ ଗୁରୁବାର ମଧ୍ୟାହ୍ନରେ ଅପରାଧୀମାନଙ୍କ ଏକ ବଡଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଦେଇଛି। ଏଥିରେ ସମ୍ପୃକ୍ତ ୭ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri