ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ନେଇ ପ୍ରଥମଥର ର଼୍ୟାମ୍ପ ଶୋ’ ତଥା ଲୋଇସିଂହା ସୁନ୍ଦରୀ ପ୍ରତିଯୋଗିତା ହୋଇଥିଲା। ଏଥିରେ ଲୋଇସିଂହା ସମେତ ବିଭିନ୍ନ ଅଞ୍ଚଳରୁ ୧୬ ଜଣ ପ୍ରତିଯୋଗୀ ଭାଗନେଇଥିଲେ। ଲୋଇସିଂହା ଢୋଲମହୁଲର ଖ୍ରୀଷ୍ଟିୟାନା ନାଗ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ ହାସଲ କରିଥିଲେ। ସେହିପରି ବାଳକ ବର୍ଗରେ ଅନୁଷ୍ଠିତ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ସମ୍ବଲପୁରକୁ ହରାଇ ଛଡିଶଗଡ଼ ମହାସମୁନ୍ଦ ଦଳ ଚାମ୍ପିୟନ ହୋଇ ଟ୍ରଫି ସହିତ ୧୫ ହଜାର ଟଙ୍କା ପୁରସ୍କାର ଗ୍ରହଣ କରିଥିଲେ। ବାଳିକା ବର୍ଗରେ ଅନୁଷ୍ଠିତ କବାଡ଼ି ପ୍ରତିଯୋଗିତାରେ ବଲାଙ୍ଗୀରକୁ ହରାଇ ସମ୍ବଲପୁର ଟିମ୍‌ ଚାମ୍ପିୟନ ହୋଇ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ଗ୍ରହଣ କରିଛି। ସେହିପରି ଉତ୍ସବରେ ଅନୁଷ୍ଠିତ ୧୬ଟି ପ୍ରତିଗୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ଏଥିସହ ଅବସରପ୍ରାପ୍ତ ବନ ଅଧିକାରୀ ରାଜକିଶୋର ନାଏକ, ନନ୍ଦକିଶୋର ନାଏକ, ଯୁବ ପ୍ରଶାସକ ଅମିତ ମେହେର, ବିଶିଷ୍ଟ କଳାକାର ଶଙ୍କର ବେହେରା, ମହେନ୍ଦ୍ର ସାହୁ, ପ୍ରଭାକର ସାହୁ ଓ ସାରଙ୍ଗ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବ ଅବସରରେ ୨ ଦିନ ଧରି ସନ୍ଧ୍ୟା ସମୟରେ ସାଂସ୍କୃତିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ସଭାରେ ଅଞ୍ଚଳର ପ୍ରତିଷ୍ଠିତ ରାଜନେତା ଓ ବ୍ୟକ୍ତିବିଶେଷ ଯୋଗଦେଇ ମହୋତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ। ଆୟୋଜକ କମିଟି ସଭାପତି ପ୍ରଣବ କିଶୋର ସିଂ ରାଏ, କାର୍ଯ୍ୟକାରୀ ସଭାପତି ଭୂତନାଥ ନାଏକ, ସମ୍ପାଦକ ରବୀନ୍ଦ୍ର ପୁଟେଲ, ଆନନ୍ଦ ପୁଟେଲ, ପ୍ରଶାନ୍ତ ସାହୁ, ଭୂଳାନାଥ ସାହୁ, ସୁଶୀଲ ବିଶ୍ୱାଳ, ପ୍ରକାଶ ମହାରଣା ପ୍ରମୁଖ ମହୋତ୍ସବର ପୁରୋଧା ଥିଲେ। ଉଦ୍‌ଯାପନୀ ସନ୍ଧ୍ୟାରେ ମହିଳାଙ୍କ କୀର୍ତ୍ତନ, ହାସ୍ୟ ଅଭିନେତା ହରିଭାଇଙ୍କ କମେଡିର ଭରପୂର ମଜା ନେଇଥିଲେ ଦର୍ଶକ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବାପା ଓ ପଡୋଶୀକୁ ହାଣି ହତ୍ୟା

ବାରିପଦା, ୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ କୁଶପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଆକ୍ରମଣରେ ବାପା ସହ...

ଆଟଲାଣ୍ଟିକ ମହାସାଗରରେ ଯୁଦ୍ଧ ପରିସ୍ଥିତି: ରୁଷିଆ ପତକା ଲାଗିଥିବା ତେଲ ଟ୍ୟାଙ୍କର୍‌କୁ ଜବତ କଲା ଆମେରିକା, ଏସ୍କଟ୍‌ କରୁଥିଲା ମସ୍କୋ! 

ଓ୍ବାଶିଂଟନ,୭।୧: ଭେନେଜୁଏଲା ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ଏବେ ଆଟଲାଣ୍ଟିକ ମହାସାଗରରେ ରୁଷୀୟ ପତାକାଯୁକ୍ତ ଏକ ତୈଳ ଟ୍ୟାଙ୍କର ‘ମାରିନେରା’କୁ ଜବତ କରିଛି। ଆମେରିକୀୟ...

ଦିଗପହଣ୍ଡି ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ, ୪୦୯ ହିତାଧିକାରୀଙ୍କୁ ବିଧାୟକ….  

ଦିଗପହଣ୍ଡି,୭ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ...

ଭୋଜିରେ ଯୋଗଦେବାକୁ ଯିବା ହେଲା କାଳ, ବିଦ୍ୟୁତ ଆଘାତରେ ହୋମଗାର୍ଡଙ୍କ ମୃତ୍ୟୁ

ଛତ୍ରପୁର,୭ା୧(ଦିଲ୍ଲୀପ ସାମଲ): ବିଦ୍ୟୁତ ଆଘାତରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତ ହୋମଗାର୍ଡ ଜଣକ ହେଲେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଟଣା...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ୨ଜଣଙ୍କ ଜୀବନ

ପାତ୍ରପୁର,୭ା୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅଧିନସ୍ଥ ତମ୍ୱାପୂର ମନ୍ଦରଡ଼ା ରାସ୍ତା ଲୁହୁରୁଣି ବଟଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି...

୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି, କୋରାପୁଟ କଫି…

କୋରାପୁଟ, ୭ା୧(ଅମିତାଭ ବେହେରା ): କୋରାପୁଟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ବୁଧବାର ଅପରାହ୍ନରେ ଏକ ପ୍ରସ୍ତୁତି...

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ନିଜ ଗାଡ଼ିରେ ନେଇ ହସ୍ପିଟାଲ ଗଲେ ଉପଜିଲାପାଳ

ଆନନ୍ଦପୁର ୦୭/୦୧(ସୁଶାନ୍ତ କୁମାର ସାହୁ): ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା । ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡିଥିବା ଜଣେ ମହିଳାଙ୍କୁ...

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟରେ…

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ବାଣପୁର ପଲଟଣ ପଡ଼ିଆଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri