ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ ବ୍ୟାପୁଛି ତ ଆଉ କେଉଁଠି ଛାତ୍ରୀଛାତ୍ର ଯାତାୟାତରେ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି। ବାୟୁ ପ୍ରଦୂଷଣ ଏପରି ହେଲାଣି ଯେ, ସରକାର ପରିବହନ ଆଇନ କଡ଼ାକଡ଼ି ଲଗାଇବା ପର୍ଯ୍ୟନ୍ତ କଥା ଗଲାଣି। ଯେଉଁ ଗାଡ଼ିର ପ୍ରଦୂଷଣ କ୍ଲିୟରାନ୍ସ ପ୍ରମାଣପତ୍ର ନାହିଁ ତାକୁ ପେଟ୍ରୋଲ ମିଳିବ ନାହିଁ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ହେବା ପରେ ଲୋକେ ଏବେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାକୁ ନେଇ ଏବେ ବିଭିନ୍ନ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଆଗରେ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ଏପରିକି ଲୋକଙ୍କୁ ଦିନତମାମ୍‌ ଏଥିପାଇଁ ଅପେକ୍ଷା କରିବାକୁ ପଡୁଥିବାରୁ ଅସନ୍ତୋଷ ଦେଖାଦେଲାଣି।
ଏହି ପରିପ୍ରେକ୍ଷୀରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସହର ଓ ଖଣି ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅତ୍ୟଧିକ ରହୁଥିବାରୁ ୧୨ ଜିଲାପାଳଙ୍କୁ ପ୍ରଦୂଷଣ ମୁକାବିଲା ପଦକ୍ଷେପ ଗ୍ରହଣ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଉମା ନନ୍ଦୁରୀ ପତ୍ର ଲେଖିଛନ୍ତି। ଉମା ନିକଟରେ ଅନୁଗୋଳ, ବାଲେଶ୍ୱର, କଟକ, ଗଞ୍ଜାମ, ଯାଜପୁର, ଜଗତ୍‌ସିଂହପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାପାଳଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି, ବିଭିନ୍ନ ସହରର ବାୟୁରେ ପ୍ରଦୂଷଣ ମାତ୍ରା(ଏକ୍ୟୁଆଇ) ଅଧିକ ରହୁଛି। ଜିଲାରେ ଥିବା ଶିଳ୍ପପ୍ରକଳ୍ପଗୁଡ଼ିକ ସହରାଞ୍ଚଳ ଉପକଣ୍ଠରେ ରହୁଥିବାରୁ ଏକ୍ୟୁଆଇର ମାତ୍ରା ବଢୁଛି। ସଂପ୍ରତି ଶୀତଋତୁ ହୋଇଥିବାରୁ ବାୟୁ ପ୍ରଦୂଷଣ ଅଧିକ ରହୁଛି। ଏହା ଯେପରି ନିର୍ଦ୍ଦିଷ୍ଟ ମାନ ଭିତରେ ରହିବ ସେଥିପ୍ରତି ତୀକ୍ଷ୍ଣ ନଜର ଦେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନନ୍ଦୁରୀ ନିର୍ଦ୍ଦେଶ ଦେଇଛନ୍ତି। ସେ ପ୍ରଦାନ କରିଥିବା ଆକ୍ସନ ଟେକେନ୍‌ ରିପୋର୍ଟ(ଏଟିଆର୍‌)ରେ ଦର୍ଶାଇଛନ୍ତି, ଏଥିନେଇ ଗୋଟିଏ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କର। ଯେଉଁ ସ୍କ୍ବାଡ୍‌ ପ୍ରତିଦିନ ଜିଲା ତଥା ସହରର ବିଭିନ୍ନ ସ୍ଥାନରୁ ବାହାରୁଥିବା ଧୂଳିକଣା ଉପରେ ନଜର ରଖିବ। କେଉଁ କାରଣରୁ ଧୂଳିକଣା ସୃଷ୍ଟି ହେଉଛି ଏବଂ ତାହା କିଭଳି ପ୍ରତିହତ ହୋଇପାରିବ, ସେଦିଗରେ ପଦକ୍ଷେପ ଗ୍ରହଣ କରିବ। ଏହାସହିତ ପ୍ରତିଦିନ ରାସ୍ତାଘାଟ ରୋଡ୍‌କ୍ଲିନର ମାଧ୍ୟମରେ ସଫା ରଖିବାକୁ ପଡ଼ିବ। ଏହାବାଦ୍‌ ରାସ୍ତାରେ ପାଣି ମଧ୍ୟ ସିଞ୍ଚନ କରିବାକୁ ହେବ।
ନନ୍ଦୁରୀ ପୁଣି ଦର୍ଶାଇଛନ୍ତି, ରାସ୍ତାପାଖ ଢାବା ନିକଟରେ ଯେପରି କୋଇଲା ପ୍ରଭୃତି ବ୍ୟବହାର ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ। କୋଇଲା ଓ କାଠ ଜଳାଯାଉଥିବା ଢାବା ବିରୋଧରେ ପ୍ରଦୂଷଣ ନିୟମ ୧୯୫୪ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯାଇପାରିବ। ସେହିପରି ସରକାରଙ୍କ ପକ୍ଷରୁ ଯେତେସବୁ ସ୍ଥାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ସେଠାରେ ୧୦ ମିଟର ଜିସିଆଇ ଶିଟ୍‌ ବ୍ୟବହାର ହେଉଛି କି ନାହିଁ ତାହା ପରଖିବାକୁ ହେବ। ଯଦି କୌଣସିଠାରେ ଏହା କରାଯାଉ ନ ଥିବ ତେବେ ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି ନନ୍ଦୁରୀ ଦର୍ଶାଇଛନ୍ତି।
ସେହିପରି ଯେଉଁଠାରେ ଘର ଭଙ୍ଗାହେଉଛି ସେଠାରେ ପ୍ରଦୂଷଣ ନିୟମ ପାଳନ ହେଉଛି କି ନାହିଁ ତାହା ମଧ୍ୟ ପରଖିବାକୁ ହେବ। ବର୍ଜ୍ୟ ପରିଚାଳନା ନିୟମ-୨୦୧୬ ଅନୁଯାୟୀ, ସେଠାରୁ ବ୍ୟବସ୍ଥିତ ଢଙ୍ଗରେ ବର୍ଜ୍ୟ ଉଠାଇ ସ୍ଥାନାନ୍ତର କରିବାକୁ ପଡ଼ିବ। ଏହାସହିତ ରାସ୍ତାରେ ଗଡୁଥିବା ଗାଡ଼ି ମଧ୍ୟରୁ କେଉଁ ଗାଡ଼ି ଅଧିକ ଧୂଆଁ ଛାଡୁଛି ଏବଂ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି ତାହାକୁ ନିୟମିତ ଯାଞ୍ଚ କର। ଏହାବାଦ୍‌ ଶିଶୁ, ବୃଦ୍ଧାବୃଦ୍ଧମାନେ ଯେପରି ବାୟୁ ପ୍ରଦୂଷଣରେ ଛନ୍ଦି ନ ହେବେ ତାହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ଭିଡ଼ ଏଡ଼ାଇବା ଏବଂ ବିଦ୍ୟାଳୟକୁ ଯିବା ଓ ଛୁଟି ସମୟରେ ନିୟମିତ ତଦାରଖ କରିବାକୁ ସଦସ୍ୟ ସଚିବ ଦର୍ଶାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri