କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି କି ପ୍ରଯୋଜକଙ୍କ ଫୋନ୍‌ କଲ୍‌ ମଧ୍ୟ ରିସିଭ୍‌ କରୁନାହାନ୍ତି। ତେଣୁ ପୂର୍ୱରୁ ଅକ୍ଷୟଙ୍କ ସହ ନୂଆ ସିନେମା ପାଇଁ ଚୁକ୍ତି କରିଥିବା ମେକର୍ସ ଏବେ ହତାଶ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ‘ଦୃଶ୍ୟମ୍‌ ୩’ର ପ୍ରଯୋଜନା କରୁଥିବା ପାନୋରାମା ଷ୍ଟୁଡିଓ ପ୍ରଡ୍ୟୁସର କୁମାର ମଙ୍ଗତ ପାଠକ୍‌ ଅକ୍ଷୟଙ୍କୁ ଆଇନର କାଠଗଡ଼ାକୁ ଟାଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ପ୍ରଥମେ ‘ଛାବା’ ଆଉ ଏବେ ‘ଧୁରନ୍ଧର’। ଲଗାତର ୨ଟି ହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟୁଥିବା ବଲିଉଡ୍‌ ଅଭିନେତା ଅକ୍ଷୟ ଖାନ୍ନାଙ୍କୁ ଆଉ ଦୃଶ୍ୟମ୍‌ ସିକ୍ୱେଲର ତୃତୀୟ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ ନାହିଁ। ବିଶେଷକରି ‘ଧୁରନ୍ଧର’ର ବକ୍ସ ଅଫିସ କଲେକ୍ସନ ୧୦୦ କୋଟି ଟଙ୍କା ପାର୍‌ କରିବା ପରେ ଅକ୍ଷୟ ଆଉ ଲୋ ବଜେଟ୍‌ରେ କାମ ନ କରିବାକୁ ପଣ କରିଛନ୍ତି। ତେଣୁ ‘ଦୃଶ୍ୟମ୍‌ ୩’ ପାଇଁ ନିଜ ପ୍ରାଇସ୍‌ ପ୍ରାୟ ୩ ଗୁଣା ଅର୍ଥାତ୍‌ ୨୧ କୋଟି ଟଙ୍କାକୁ ବଢ଼ାଇ ଦେଇଛନ୍ତି। ଏନେଇ ସହପ୍ରଯୋଜକ କୁମାର ମଙ୍ଗତ କହିଛନ୍ତି, ‘ଦୃଶ୍ୟମ୍‌ ୩’ର ପୋଲିସ ଆଇଜି ତରୁଣ ଅହଲାଓ୍ୱତ୍‌ ଚରିତ୍ରରେ ଅକ୍ଷୟ ଆଉ ନିଜ ଚନ୍ଦାପଣ ଦେଖାଇବାକୁ ଚାହୁଁନାହାନ୍ତି। ହେୟାର ଷ୍ଟାଇଲ୍‌କୁ ନେଇ ଏପରି ମତଭେଦ ରହିଛି। ଅଜୟ ଦେବଗନ୍‌ଙ୍କ ଅଭିନୀତ ନୂଆ ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା ପରଠୁ ଅକ୍ଷୟ ଆଉ ତାଙ୍କ ଫୋନ୍‌ କଲ୍‌ ଉଠାଉନାହାନ୍ତି। ଅକ୍ଷୟ ଚୁକ୍ତି ଖିଲାପ କରିଥିବାରୁ ତାଙ୍କୁ ଲିଗାଲ ନୋଟିସ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କୁମାର ମଙ୍ଗତ ମିଡିଆକୁ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଡିସେମ୍ୱର ୫ରେ ମୁକ୍ତିଲାଭ କରିଥିବା ଆଦିତ୍ୟ ଧରଙ୍କ ‘ଧୁରନ୍ଧର’ରେ ରଣବୀର ସିଂ, ସଞ୍ଜୟ ଦତ୍ତ, ଆର୍‌. ମାଧବନ୍‌ ଓ ଅର୍ଜୁନ ରାମପାଲଙ୍କ ଭଳି ଷ୍ଟାରଙ୍କ ଚମକ ଅକ୍ଷୟ ଖାନ୍ନାଙ୍କ ଅଭିନୟ ଆଗରେ ଫିକା ପଡ଼ିଯାଇଛି। ପାକିସ୍ତାନର କରାଚୀସ୍ଥିତ ଲ୍ୟାରିରେ ଆପରାଧିକ ନେଟ୍‌ଓ୍ୱର୍କକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଏଥିରେ ରହମାନ ଡକୈତ ଭୂମିକାରେ ନିଖୁଣ ଅଭିନୟ ପରେ ଅକ୍ଷୟଙ୍କ ଡିମାଣ୍ଡ ବଢ଼ିଯାଇଛି। ଧୁରନ୍ଧର ନିର୍ମାତା ୨୦୨୬ ମାର୍ଚ୍ଚରେ ଏହାର ସିକ୍ୱେଲ ଆଣିବା ନେଇ ଘୋଷଣା କରିସାରିଥିବାବେଳେ ‘ଡକାୟତ’ ଅକ୍ଷୟ ଖାନ୍ନାଙ୍କ ମନୋପଲିକୁ ଆଦରି ନେଇଛନ୍ତି ଦର୍ଶକେ। କିନ୍ତୁ ପ୍ରଡ୍ୟୁସର୍ସ ଏହାକୁ ଗ୍ରହଣ କରିପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

କାହା ପାଇଁ ପ୍ରଭାତ ପିନ୍ଧୁଛନ୍ତି ଲାଲ ପୋଷାକ, କିଏ ସଜାଇ ଛନ୍ତି ତାଙ୍କୁ ନାଲି ବାବା, ସବୁ ଗୁମର ଖୋଲିଦେଲେ…

ଭୁବନେଶ୍ୱର,୨୯।୧୨: ଦେବାଶିଷ ସାମନ୍ତରାୟଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ପ୍ରଭାତ ବିଶ୍ୱାଳ। ପ୍ରଭାତ କହିଛନ୍ତି, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି। ଦେବାଶିଷଙ୍କ ନାଲି...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

ବରୁଣେଶ୍ୱର ମକର ମେଳା: ୫ରୁ ମିଳିବ ବ୍ୟବସାୟୀଙ୍କୁ ଷ୍ଟଲ ରସିଦ

ବିଞ୍ଝାରପୁର,୨୮ା୧୨(ରାମକୃଷ୍ଣ ଦାସ): ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତିଠାରୁ ବିଞ୍ଝାରପୁର ବ୍ଲକ୍‌ ଅଧୀନ ଅରେଇ ପଞ୍ଚାୟତର ବରୁଣେଶ୍ୱର ମକର ମେଳା ପଡ଼ିଆରେ ରାଜ୍ୟସ୍ତରୀୟ ମେଳା ଅନୁଷ୍ଠିତ...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri