ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି ହୋଇଥିବା ରାଜ୍ୟ ମୁଖ୍ୟାଳୟରୁ ଚିଠି ନଂ ୩୬୯୦ରେ ଉଲେଖ ରହିଛି। ବିରଞ୍ଚି ନାରାୟଣ ପଲେଇ ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଅଧୀନ ଶତ୍ରୁଶୋଲ ଗ୍ରାମର କୃଷ୍ଣଚନ୍ଦ୍ର ପଲେଇଙ୍କ କନିଷ୍ଠ ପୁତ୍ର ।
ବିରଞ୍ଚି ଜଣେ ଚାଷୀ ଘର ପୁଅ । କନଷ୍ଟେବଳ ଦରମାରୁ ପରିବାର ଚଳାଇବାଟା କଷ୍ଟକର ହେଉଥିବାରୁ କଠିନ ପରିଶ୍ରମ କରି ଏଏସଆଇ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ତେବେ ତାଙ୍କର ଏଭଳି ସଫଳତାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।


