ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ନିଜର ଆଭ୍ୟନ୍ତରୀଣ ସର୍ଭେ ଆଧାରରେ ଏକ ବଡ଼ ଦାବି କରିଛି। ଦଳର ଆକଳନ ଅନୁଯାୟୀ, ଆଗାମୀ ନିର୍ବାଚନରେ TVK ୩୦ ପ୍ରତିଶତରୁ ଅଧିକ ଭୋଟ୍ ଶେୟାର ହାସଲ କରିବ।
ଇଣ୍ଡିଆ ଟୁଡେକୁ ମିଳିଥିବା ଏହି ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଅନୁଯାୟୀ, ୩୨.୯% ଭୋଟ୍ ସହ ପ୍ରଥମ ସ୍ଥାନରେ ରହିବା ସମ୍ଭାବନା (୧୦୪ଟି ଆସନ)। ଟିଭିକେ ୩୧.୭% ଭୋଟ୍ ସହ ଦ୍ୱିତୀୟ ସ୍ଥାନରେ ରହିବାର ଆକଳନ (୭୪ଟି ଆସନ)। AIADMK ୨୭.୩% ଭୋଟ୍ ସହ ତୃତୀୟ ସ୍ଥାନକୁ ଖସିପାରେ (୫୬ଟି ଆସନ)।
TVK ନେତା ସି.ଟି. ନିର୍ମଳ କୁମାର କହିଛନ୍ତି ଯେ, “ଆଜି ଲୋକମାନେ ଜାଣିଛନ୍ତି ଯେ TVK ସର୍ବାଧିକ ସମର୍ଥନ ପାଉଥିବା ଦଳ। ଅନେକ ସର୍ଭେ ରିପୋର୍ଟ ଦର୍ଶାଉଛି ଯେ ଆମର ଭୋଟ୍ ଶେୟାର ୩୦%ରୁ ଅଧିକ ରହିଛି। ଶାସକ DMK ୨୧% ମଧ୍ୟ ଅତିକ୍ରମ କରିପାରିବ ନାହିଁ। ଆମ ନେତା ବିଜୟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ତାମିଲନାଡୁବାସୀ ସଂକଳ୍ପବଦ୍ଧ।”
ଏହି ସର୍ଭେ ଅନୁଯାୟୀ ଚେନ୍ନାଇ, ଚେଙ୍ଗଲପଟ୍ଟୁ, ଧର୍ମପୁରୀ, ମଦୁରାଇ, ପୁଦୁକୋଟ୍ଟାଇ, ରାଣୀପେଟ୍, ତେନକାସୀ ଏବଂ ଥୋଥୁକୁଡି ଭଳି ଜିଲ୍ଲାଗୁଡ଼ିକରେ TVK ର ସ୍ଥିତି ବେଶ୍ ମଜବୁତ ରହିଛି।


