ଭୁବନେଶ୍ୱର,୨୩।୧୩: ଶଙ୍ଖ ଭବନରେ ଚାଲିଛି ବିଜେଡି ମହିଳା ନେତ୍ରୀଙ୍କ ବୈଠକ। ଶଙ୍ଖ ଭବନରେ ସାମିଲ ହେଲେ ଏକାଧିକ ମହିଳା ନେତ୍ରୀ। ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି।
ଅନ୍ୟପକ୍ଷେ, ଏହି ବୈଠକ କାହାପାଇଁ ବସିଛି। କେଉଁ ବିଷୟରେ ଆଲୋଚନା ହୋଇଛି। ତାହା ସ୍ପଷ୍ଟ ହୋଇ ନ ଥିଲା ବେଳେ ଶ୍ରୀମୟୀଙ୍କ ତେରଛା ବାଣ ନେତ୍ରୀଙ୍କୁ ଅତିଷ୍ଠ କରି ପକାଇଥିବା ଚର୍ଚ୍ଚା ହେଉଛି।
ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା କାର୍ତ୍ତିକେୟ ପାଣ୍ଡିଆନଙ୍କୁ ସମାଲୋଚନା କରୁଛନ୍ତି। ଏବେ ସେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ସମ୍ଭାବନାକୁ ଟାର୍ଗେଟ୍ କରିଛନ୍ତି। ସୋସିଆଲ ମିଡିଆରେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନ ନେଇ ପରୋକ୍ଷରେ ସମାଲୋଚନା କରିଛନ୍ତି ଶ୍ରୀମୟୀ।
ସେ କବିତା ମାଧ୍ୟମରେ ଲେଖିଛନ୍ତି, ମହିଳା ନେତ୍ରୀଙ୍କୁ କରି ଏକତ୍ରିତ, ବୁଲି ଆସିବେ ମୁଖିଆ ନିବାସ। ମୁଖିଆଙ୍କୁ ମନାଇବାକୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି। କ୍ଷମତା ଲୋଭ ଯାହାକୁ ଗ୍ରାସିଛି, ସେ ତା’ ଅଭିଳାଷା ଆଦୌ ଛାଡ଼ିବେ ନାହିଁ। କିଛି ମହିଳା ନେତ୍ରୀଙ୍କୁ ନେଇ ସ୍ନେହାଙ୍ଗିନୀ ନବୀନ ନିବାସ ଯିବା ନେଇ ଚର୍ଚ୍ଚା ହେଉଛି। ଲବି ନେଇ ଶ୍ରୀମୟୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ଆଜି ଶଙ୍ଖ ଭବନରେ ମହିଳା ଶାଖାର ବୈଠକ ଅଛି ବୋଲି ସେ କହିଛନ୍ତି।


