Posted inଖେଳ

ଦୁଲୀପ ଟ୍ରଫି: ଇଣ୍ଡିଆ ରେଡ୍‌ ଚାମ୍ପିୟନ

ବେଙ୍ଗାଲୁରୁ,୭।୯(ପି.ଟି.)-ବିଦର୍ଭ ସ୍ପିନର ଅକ୍ଷୟ ଓ୍ବାଖରେଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଣ୍ଡିଆ ରେଡ୍‌ ଦୁଲୀପ ଟ୍ରଫି ଟାଇଟଲ ହାସଲ କରିଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳଯାଇଥିବା ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ରେଡ ଏକ ଇନିଂସ ଓ ୩୮ ରନରେ ଇଣ୍ଡିଆ ଗ୍ରୀନ୍‌କୁ ହରାଇ ଚାମ୍ପିୟନ ହୋଇଛି। ଦ୍ୱିତୀୟ ଇନିଂସରେ ଓ୍ବାଖରେ ୫.୫ ଓଭର ବୋଲିଂ କରି ଗୋଟିଏ ମେଡେନ ନେବା ସହ ମାତ୍ର ୧୩ ରନ ବ୍ୟାୟ କରି ମୂଲ୍ୟବାନ ୫ ଉଇକେଟ ଅକ୍ତିଆର କରି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ଟସ୍‌ ଜିତି ଗ୍ରୀନ୍‌ ପ୍ରଥମ ଇନିଂସରେ ୭୨.୧ ଓଭରରେ ୨୩୧ ରନ କରି ଅଲଆଉଟ ହୋଇଥିଲା। ଜବାବରେ ରେଡ୍‌ ୧୩୫ ଓଭରରେ ୩୮୮ ରନ କରି ଅଲଆଉଟ ହୋଇଥିଲା। ଫଳରେ ରେଡ୍‌ ୧୫୭ ରନରେ ଅଗ୍ରଣୀ ହାସଲ କରିଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଗ୍ରୀନ୍‌ ଶନିବାର ଚତୁର୍ଥ ତଥା ଅନ୍ତିମ ଦିବସରେ ୩୯.୫ ଓଭରରେ ୧୧୯ ରନ କରି ଅଲଆଉଟ ହେବା ସହ ଇନିଂସ ପରାଜୟ ବରଣ କରିଛି। ପ୍ରଥମ ଇନିଂସରେ ୧୫୩ ରନର ବୃହତ୍‌ ଶତକୀୟ ପାଳି ଖେଳିଥିବା ରେଡ୍‌ ଓପନର ଅଭିମନ୍ୟୁ ଇଶ୍ୱରନ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ତୃତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୪୫/୬ରୁ ରେଡ୍‌ ଶନିବାର ଖେଳ ଆରମ୍ଭ କରି ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଆଦିତ୍ୟ ସରବତେ ଓ ଜୟଦେବ ଉନାଡକଟ ଯଥାକ୍ରମେ ୩୦ ଓ ୧୦ ରନରୁ ଖେଳ ଆରମ୍ଭ କରିଥିଲେ। ଆଦିତ୍ୟ ୩୮ ରନକରି ଧର୍ମେନ୍ଦ୍ରସିନ ଜାଡେଜଙ୍କ ବଲ୍‌ରେ ଉଇକେଟକିପର ଅକ୍ଷୟ ଓ୍ବାଦେକରଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇଥିଲେ। ସେହିପରି ଉନାଡକଟ୍‌ ୩୨ ରନର କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ଅକ୍ଷୟ ଓ୍ବାଖରେ ଖାତା ଖୋଲିପାରି ନ ଥିଲେ। ଏହାପରେ ଆଭେସ ଖାଁ ୧୨ ଓ ସନ୍ଦୀପ ଓ୍ବାରିୟର ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଙ୍କିତ୍‌ ରାଜପୁତ ଓ ବାମ୍‌ହାତୀ ସ୍ପିନର ଜାଡେଜା ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ତନବୀର ଉଲ୍‌ ହକ ୨ ଓ ମୟଙ୍କ ମାର୍କଣ୍ଡେ ଓ ଧ୍ରୁବ ସୋରେ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଏହା ପରେ ଇନିଂସ ପରାଜୟ ଏଡାଇବା ପାଇଁ ୧୫୭ ରନ ଆବଶ୍ୟକ କରୁଥିବା ଗ୍ରୀନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ୮ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଦଳ ପକ୍ଷରୁ ମୁମ୍ବାଇ ବ୍ୟାଟ୍ସମ୍ୟାନ ସିଦ୍ଧେସ ଲାଡ ସର୍ବାଧିକ ୪୨, ଆକାଶନାଥ ରେଡ୍ଡୀ ୩୩, ଅଧିନାୟକ ତଥା ଫୈଜ ଫଜଲ ୧୦ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଧ୍ରୁବ ସୋରେ ୫, ଆକଶଦୀପନାଥ ୪, ଉଇକେଟକିପର ବ୍ୟାଟ୍ସମ୍ୟାନ ଅକ୍ଷୟ ଓ୍ବାଦେକର ୭, ଜାଡେଜା ୭, ତନବୀର ଉଲ ହକ ୪ ରନ କରି ଆଉଟ ହୋଇଥିଲେ। ରାଜେଶ ମହାନ୍ତି ୪ ରନ କରି ଅପରାଜିତ ରହିଥିବା ବେଳେ ଅଙ୍କିତ୍‌ ରାଜପୁତ ଖାତା ଖୋଲି ପାରି ନ ଥିଲେ। ମୟଙ୍କ ମାର୍କଣ୍ଡେ ଆବସେଣ୍ଟ ହର୍ଟ ରହିଥିଲେ। ଓ୍ବାଖରେ ଗ୍ରୀନର ବିପର୍ଯ୍ୟୟ ଘଟାଇଥିଲେ। ବୋଲିରେ ଓ୍ବାଖରେ ସର୍ବାଧିକ ୫, ଆଭେସ ଖାଁ ୩, ଉନାଡକଟ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ ପ୍ରଥମ ଇନିଂସ- ୭୨.୧ ଓଭରରେ ୨୩୧ ଅଲଆଉଟ
(ମୟଙ୍କ ମାର୍କଣ୍ଡେ- ୭୬*, ଅଙ୍କିତ ରାଜପୁତ- ୩୦, ଆକାଶଦୀପ ନାଥ- ୨୯, ଜୟଦେବ ଉନାଡକଟ- ୪/୮୩, ସନ୍ଦୀପ ଓ୍ବାରିୟର- ୨/୩୯, ଆଭେସ ଖାଁ- ୨/୫୬)।
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ- ୧୩୫ ଓଭରରେ ୩୮୮ ଅଲଆଉଟ୍‌
(ଅଭିମନ୍ୟୁ ଈଶ୍ୱରନ- ୧୫୩, ପ୍ରିୟଙ୍କ ପଞ୍ଚାଲ- ୩୩, ଇଶାନ କିଷନ- ୩୯, ଅଙ୍କିତ୍‌ କଲସି- ୩୦, ଆଦିତ୍ୟ ସରବତେ- ୩୮, ଜୟଦେବ ଉନାଡକଟ- ୩୨*, ଅଙ୍କିତ ରାଜପୁତ- ୩/୧୦୧, ଧର୍ମେନ୍ଦ୍ରସିନ ଜାଡେଜା- ୩/୯୩, ତନବୀର ଉଲ ହକ- ୨/୬୬, ମୟଙ୍କ ମାର୍କଣ୍ଡେ- ୧/ ୨୪, ଦ୍ରୁବ ସେରେ- ୧/୧୨)।
ଇଣ୍ଡିଆ ଗ୍ରୀନ୍‌ ଦ୍ୱିତୀୟ ଇନିଂସ- ୩୯.୫ ଓଭରରେ ୧୧୯ ଅଲଆଉଟ୍‌
(ସିଦ୍ଧେସ ଲାଡ- ୪୨, ଆକାଶନାଥ ରେଡ୍ଡୀ- ୩୩, ଫୈଜ ଫଜଲ- ୧୦, ଅକ୍ଷୟ ଓ୍ବାଖରେ- ୫/ ୧୩, ଆଭେସ ଖାଁ- ୩/୩୮, ଜୟଦେବ ଉନାଡକଟ- ୧/୩୫ )।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri