ଭୁବନେଶ୍ୱର,୨୩।୧୨: ୨୦୦୧ରେ ବିଶ୍ୱ ମଞ୍ଚରେ ଆତଙ୍କବାଦ ବିରୋଧୀ ଯୁଦ୍ଧ (War Against Terrorism) ସମୟରେ, ଭାରତୀୟ ନୌସେନାର ଅନେକ ଯୁଦ୍ଧଜାହାଜ ପର୍ସିଆନ୍ ଗଲ୍ଫ୍ ଅଞ୍ଚଳରେ ମୁତୟନ କରାଯାଇଥିଲା। ସେହିସମୟରେ ଆନ୍ତର୍ଜାତିକ ନୌସେନା ଓ ବାୟୁ ଶକ୍ତି ସହ ଏକ ଅତ୍ୟନ୍ତ ସମ୍ୱେଦନଶୀଳ ପରିବେଶରେ କାର୍ଯ୍ୟ ଥିଲା। ଏହିଅଭିଯାନରେ INS Mysore ଯୁଦ୍ଧଜାହାଜରେ କାର୍ଯ୍ୟରତ ଥିବା ଓଡିଆ ପୁଅ(ଗମ୍ଭାରୀପଦା, କାକଟପୁର ପୁରୀ) ଭାରତୀୟ ନୌସେନାର ପେଟି ଅଫିସର (ରେଡିଓ ସ୍ପେଶାଲ) ବିଦ୍ୟାଧର ନାୟକ ଇଲେକ୍ଟୋ୍ରନିକ୍ସ ଏବଂ ସିଗ୍ନାଲ ଇଣ୍ଟେଲିଜେନ୍ସ ସମ୍ୱନ୍ଧରେ ବିଶେଷ ଦାୟିତ୍ୱ ପାଳନ କରୁଥିଲେ। ସେତିକିବେଳେ ସେ ପ୍ରଥମ ଥର AWACS ସମ୍ୱନ୍ଧରେ ଗୋଇନ୍ଦା ତଥ୍ୟ ଦେଶକୁ ପ୍ରଦାନ କରିଥିଲେ। ଏହା ପାଇଁ ଉଚ୍ଚମାନର ପ୍ରଶିକ୍ଷଣ, ଅଧିକ ସଚେତନତା ଓ ବୈଷୟିକ କୌଶଳର ଆବଶ୍ୟକତା ରହିଥିଲା।
୨୪ବର୍ଷ ପରେ ୨୦୨୪-୨୦୨୫ରେ ସେହିସମୟର ବୃତ୍ତିଗତ ଭୂମିକା ସମ୍ପର୍କରେ ସ୍ପଷ୍ଟତା ଏବଂ ସ୍ୱୀକୃତି ପାଇଁ ସମ୍ୱିଧାନ ସମ୍ମତ ମାର୍ଗରେ ଆବେଦନ କରିଥିଲେ। ବର୍ତ୍ତମାନ ଏହି ବିଷୟଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ନୌସେନା ମୁଖ୍ୟାଳୟ ଦ୍ୱାରା ଔପରାରିକ ଭାବେ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ପ୍ରକ୍ରିୟାରେ ଏହା ସ୍ୱୀକୃତି ହୋଇଛି ଯେ, ୨୦୦୧ରେ ଏହି ଅଭିଯାନ ସମୟରେ ବିଦ୍ୟାଧର ସମ୍ମିଳିତ ଥିଲେ। ଯଦିଓ ପୁରସ୍କାର ସମ୍ୱନ୍ଧୀୟ ନିଷ୍ପତ୍ତି ବର୍ତ୍ତମାନ ନୀତି ଅନୁଯାୟୀ ହାଇଛି, ତଥାପି ଘଟଣାର ସତ୍ୟତା ଓ ତାଙ୍କ ଅବଦାନ ସମ୍ପୂର୍ଣ୍ଣ ଭାବେ ସ୍ୱୀକୃତ। ବିଦ୍ୟାଧରଙ୍କ ମତ ଅନୁସାରେ ସେନା ଜୀବନରେ କର୍ତ୍ତବ୍ୟ ପାଳନ କରାଯାଏ ଆଶା ରଖି ନୁହେଁ। ଦେଶ ସବୁବେଳେ ବ୍ୟକ୍ତିଠାରୁ ବଡ଼। ଏହି ସ୍ୱୀକୃତି ଓଡିଆ ଯୁବତୀ ଯୁବକଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।


