ଗୋପାଳପୁର,୨୨ା୧୨(ନବୀନ ରାଜ ଆଚାରୀ)-ଗତ କିଛି ଦିନ ହେଲା ଗୋପାଳପୁର ଥାନା ଅଞ୍ଚଳରେ ଚୋରି ଓ ଲୁଟପାଟ ବଢ଼ିବାରେ ଲାଗିଛି। ଆମ୍ୱପୁଆସ୍ଥିତ ପୋଲିସ କଲୋନୀ ଗଜାନନ ବିହାର ଦ୍ୱିତୀୟ ଗଳିର ଏକ ତାଲାବନ୍ଦ ଘରୁ ଦୁବୃର୍ତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ନେଇ ଚମ୍ପଟ ମାରିଛନ୍ତି।
ଏ ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆମ୍ୱପୁଆ ସ୍ଥିତ ପୋଲିସ କଲୋନୀ ନିକଟ ଗଜାନନ ବିହାର ଦ୍ୱିତୀୟ ଗଳିର ଯଜ୍ଞଦତ୍ତ ପଣ୍ଡା ଶନିବାର କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ରବିବାର ସକାଳେ ଘରେ ପହଞ୍ଚି ଦେଖିବା ବେଳକୁ ବାରିପଟ ଘରର ଝରକା କାଟି ଦୁର୍ୱୃତ୍ତମାନେ ଭିତରେ ପଶି ୩ଟି ଲାପଟପ, ଗୋଟିଏ ଟ୍ୟାବଲେଟ, ସୁନା ମୁଦି ୨ ଟି, କାନ ଫୁଲ ୨ ହଳ, ରୂପା ପାଉଁଜି ୩ ହଳ, ପ୍ରାୟ ୧୫ ହଜାର ଟଙ୍କା ଚୋରି ଜାଣିବାକୁ ପାଇଥିଲେ। ଏ ନେଇ ସେ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ।


