ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ରାତିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯାଇଛି । ଗ୍ରାମର ଵିଶ୍ଵନାଥ ମଳିକ ଓ ଶୁଶାନ୍ତ ମଳିକଙ୍କର ୨ଵଖରା ଲେଖାଏ ଘର ଜଳି ଯାଇଥିବା ଜଣାପଡିଛି । ଘରେ ଥିବା ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି ।
ଖବର ପାଇ ଭୁଵନ ଦମକଳ ବାହିନୀ ପହଞ୍ଚିଵା ପୂର୍ବରୁ ସମସ୍ତ ଆସବାବ ପତ୍ର ପାଉଁଶ ହୋଇଯାଇଥିଲା । ଶୁକ୍ରବାର ସକାଳ ସମୟରେ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ପହଞ୍ଚି କ୍ଷତିଗ୍ରସ୍ତ ପରିଵାରଙ୍କୁ ସାହଯ୍ୟ କରିଵା ସହିତ ପ୍ରଶାସନିକ ଅଧିକାରୀ ତଥା ଭୁବନ ଵିଡିଓ ,ତହସିଲଦାର ଓ ରାଜସ୍ବ ନିରିକ୍ଷକଙ୍କୁ ଡାକି ସମସ୍ତ ସହାୟତା ବ୍ୟବସ୍ଥା କରିଥିଲେ । କ୍ଷତିଗ୍ରସ୍ତ ପରିବାରଙ୍କୁ ସୁଖିଲା ଖାଦ୍ୟ ଓ ପଲିଥିନ ଯୋଗାଇ ଦିଆଯିବା ସହିତ ଯଥା ଶିଘ୍ର ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ବିଧାୟକ କହିଥିଲେ ।


