ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି ନାୟକଙ୍କୁ ପଥରରେ ଛେଚି ବୁଧବାର ରାତିରେ ହତ୍ୟା କରିଛନ୍ତି। ମୃତ କୁନିଙ୍କ ପୁଅ କାହ୍ନୁ ନାୟକ ଗୁରୁବାର ଏ ନେଇ ଅନୁଗୋଳ ସଦର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘର ଭିତରୁ ରକ୍ତାକ୍ତ ମୃତଦେହ ଜବତ କରିବା ସହ ଅଭିଯୁକ୍ତା ମା’ ଜୟନ୍ତୀ ସାହୁ ଓ ତାଙ୍କ ଝିଅ ତଥା ମୃତାଙ୍କ ବୋହୂ ସରିତା ସାହୁଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସଦର ଥାନା ଖଲାରୀ ଗଡ଼ପଦା ସାହି ଜାମୁବନ୍ଧ ଛକ ନିକଟରେ ଘଟିଥିବା ଏହି ହତ୍ୟାକାଣ୍ଡ ସହରରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ଅଭିଯୋଗ ଅନୁସାରେ, ଢେଙ୍କାନାଳ ଜିଲା ରାସୋଳ ଥାନା କଲୋନୀ ସାହିର କାହ୍ନୁ ମା’ କୁନିଙ୍କ ସହ କିଛି ବର୍ଷ ହେବ ଅନୁଗୋଳ ଖଲାରୀ ଗଡ଼ପଦା ସାହିସ୍ଥିତ ଏକ ଭଡ଼ା ଘରେ ରହୁଥିଲେ। କାହ୍ନୁ ଏକ ଦୋକାନରେ କାମ କରୁଥିବା ବେଳେ ପ୍ରାୟ ୮ ମାସ ତଳେ ସରିତାଙ୍କୁ ବିବାହ କରିଥିଲେ। ତେବେ ବିଭିନ୍ନ ଛୋଟମୋଟ ଘଟଣାକୁ ନେଇ ଶାଶୁ କୁନି ଓ ବୋହୂ ସରିତାଙ୍କ ମଧ୍ୟରେ ମନୋମାଳିନ୍ୟ ହେଉଥିଲା। ବୁଧବାର ସରିତାଙ୍କ ମା’ ଜୟନ୍ତୀ ଝିଅ ଘରକୁ ଆସିଥିଲେ। ସନ୍ଧ୍ୟାରେ କାହ୍ନୁ ଦୋକାନକୁ ଯାଇ ରାତି ପ୍ରାୟ ୧୦ଟାରେ ଫେରିଥିଲେ। ଶାଶୁ କେଉଁଠି ବୋଲି କାହ୍ନୁ ପଚାରିବାରୁ ସେ ଘରକୁ ପଳାଇଥିବା ସରିତା କହିଥିଲେ।

ଏହାପରେ କାହ୍ନୁ ମା’ଙ୍କୁ ଖାଇବା ପାଇଁ ଡାକିବାକୁ ଯିବାବେଳେ ସ୍ତ୍ରୀ ସରିତା ମନା କରିଥିଲେ। ମା’ଙ୍କ ଦେହ ଅସୁସ୍ଥ ଅଛି ଓ ସେ ଖାଇସାରି ଶୋଇଥିବା କହିଥିଲେ। କିଛି ସମୟ ପରେ ମା’ଙ୍କ ଅସୁସ୍ଥତା ସମ୍ପର୍କରେ ପଚାରି ବୁଝିବା ପାଇଁ କାହ୍ନୁ ପାଖ ରୁମ୍‌କୁ ଯାଇ ମା’ଙ୍କୁ ଡାକିଥିଲେ। କିନ୍ତୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ଘୋଡ଼ାଯାଇଥିବା ଚାଦର ହଟାଇବା ପରେ ମା’ଙ୍କ ମୁଣ୍ଡରେ ଗୁରୁତର ଆଘାତ ଓ ରକ୍ତସ୍ରାବ ହୋଇଥିବା ଦେଖିଥିଲେ। ମା’ଙ୍କ ମୃତ୍ୟୁ ହୋଇଥିବା ଜାଣି ତୁରନ୍ତ ସଦର ଥାନାକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ସ୍ତ୍ରୀ ସରିତା ଓ ଶାଶୁ ଜୟନ୍ତୀ ମିଶି ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି ବୋଲି କାହ୍ନୁ ଥାନାରେ ଅଭିଯୋଗ କରିବା ପରେ ସକାଳେ ସାଇଣ୍ଟିଫିକ ଟିମ୍‌ ସହ ସନ୍ଧାନୀ କୁକୁର ଆଣି ପୋଲିସ ଘଟଣାସ୍ଥଳରେ ତଦନ୍ତ କରିଥିଲା। ରକ୍ତ ନମୁନା, ଫିଙ୍ଗରପ୍ରିଣ୍ଟ, ପାଦଚିହ୍ନ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିଥିଲା। ଘଟଣାସ୍ଥଳରୁ ରକ୍ତଲାଗିଥିବା ଚାଦର, ଘରୋଇ ସାମଗ୍ରୀ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ସରିତା ଓ ଜୟନ୍ତୀଙ୍କୁ ପୋଲିସ ଅଟକ ରଖିଛି। କୁନିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri