ଜାତୀୟ ରାଜପଥ ୫୯ ନଂ. ଉପରେ ପାଣି

ହିଞ୍ଜିଳିକାଟୁ/ଶେରଗଡ,୭ା୯(ଡ଼ି.ଏନ୍‌.ଏ)-ଲଗାଣ ବର୍ଷାରେ ବେହାଲ ହୋଇଛି ହିଞ୍ଜିଳିକାଟୁ ଓ ଶେରଗଡ। ବର୍ଷା ପ୍ରଭାବରେ ଜାତୀୟ ରାଜପଥ ନଂ-୫୯ର ହିଞ୍ଜିଳିକାଟୁ ବ୍ଲକ ମକରଝୋଳ, ପୋଚିଲିମା, ସୋମପୁର, ପୋଡ଼ିଙ୍ଗୀଠାରେ ରାସ୍ତା ଉପରେ ୪ରୁ ୫ଫୁଟରେ ବର୍ଷାପାଣି ପ୍ରବାହିତ ହେଉଛି। ଫଳରେ ଗମନାଗମନ ବନ୍ଦ ରହିଛି। ଗୁରୁବାର ସକାଳ ୮ରୁ ଶୁକ୍ରବାର ସକାଳ ୮ ପର୍ଯ୍ୟନ୍ତ ଅଞ୍ଚଳରେ ୨୪୪ମିମି ବର୍ଷା ରେକର୍ଡ଼ ହୋଇଛି। ଯାହାକି ଜିଲାରେ ସର୍ବାଧିକ। ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥର ଡ଼ିଭାଇଡ଼ରକୁ ଭାଙ୍ଗି ବର୍ଷା ଜଳକୁ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ପ୍ରବାହିତ କରାଯାଇଛି। ରାସ୍ତା ପାର୍ଶ୍ୱ କେନାଲ ପୋତି ପାଣିର ଗତିପଥ ବଦଳାଇବାର ଏହା କୁପରିଣାମ ବୋଲି ଅଞ୍ଚଳବାସୀ କହିଛନ୍ତି। ଯେଉଁସବୁ ଅଞ୍ଚଳରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ସେଠାରେ ବ୍ୟାପକ ଚାଷ ଜମିକୁ ପ୍ଲଟ କରିବା ପାଇଁ ମାଟି ପକାଇ ଜଳର ଗତି ପଥକୁ ବନ୍ଦ କରାଯାଇଥିଲା। ଚୈତନ୍ୟପଡ଼ା ଠାରୁ ହିଞ୍ଜିଳିକାଟୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ କେନାଲ ପୋତି ହୋଇ ଯାାଇଛି। ଅନ୍ୟ ପକ୍ଷରେ ଜାନବିଲି ପ୍ରକଳ୍ପ ପାଇଁ ବ୍ରହ୍ମପୁର ସହରକୁ ପାଣି ପାଇପ ବିଛାଇବାବେଳେ ହିଞ୍ଜିଳି ଠାରୁ ଚୈତନ୍ୟପଡ଼ା ପର୍ଯ୍ୟନ୍ତ ଲମ୍ବିଥିବା କେନାଲକୁ ମାଟି ପକାଇ ବନ୍ଦ କରି ଦିଆଯାଇଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ମଧ୍ୟାହ୍ନରେ ହିଞ୍ଜିଳିକାଟୁ ଗ୍ରସ୍ତରେ ଆସି ବର୍ଷା ପ୍ରଭାବରେ ଜଳଘେରା ଅଞ୍ଚଳ ବୁଲି ଦେଖିଛନ୍ତି। ତାଙ୍କ ସହ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ବ୍ଲକ ଓ ପଞ୍ଚାୟତର ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। ବୁରୁପୋଡ଼ା, ନୂଆ ବୁରୁପୋଡ଼ା, ପୁଟିଆପଦର,ବାଳକୃଷ୍ଣପୁର, ପୋଡ଼ିଙ୍ଗୀ ଆଦି ଜଳବନ୍ଦୀ ଅଞ୍ଚଳ ଦେଖି ତୁରନ୍ତ ପାଣି ନିଷ୍କାସନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟତଃ ବାଳକୃଷ୍ଣପୁର ଠାରେ ବର୍ଷା ଜଳ ଋଷିକୂଲ୍ୟା ନଦୀକୁ ଠିକଭାବେ ନିଷ୍କାସନ ହୋଇ ପାରୁ ନ ଥିବାରୁ ପ୍ରତିବର୍ଷ ୬ରୁ ୮ହଜାର ଏକର ଚାଷ ଜମିର ଫସଲ ନଷ୍ଟ ହେଉଥିବା ବହୁ ଚାଷୀ ଜିଲାପାଳଙ୍କୁ କହିଥିଲେ। ସେହିପରି ଶେରଗଡ ବ୍ଲକର ପିତଳ, ତହଁର, ବ୍ରାହ୍ମଣଛାଇ ପଞ୍ଚାୟତବାସୀ ଏକ ପ୍ରକାର ଆତଙ୍କରେ ଅଛନ୍ତି। କାରଣ ତହଁର ଠାରୁ ବ୍ରାହ୍ମଣଛାଇ ସଂଯୋଗ କରୁଥିବା ଏକ ପୋଲ ତଳକୁ ଲାଗି ପାଣି ପ୍ରବାହିତ ହେଉଛି। ଫଳରେ ପିତଳ, ପାକିଡି, ସନ୍ତୋଷପୁର, କାଞ୍ଜିଆମା, ବ୍ରାହ୍ମଣଛାଇ, ଗୁଡିସର ଗ୍ରାମର ଜନସାଧାରଣ ଏକ ପ୍ରକାର ଆଶଙ୍କାରେ ଅଛନ୍ତି। ପ୍ରଶାସନ ପକ୍ଷରୁ ତହସିଲଦାର ଡ. ଦୟାସିନ୍ଧୁ ପରିଡା, ସନ୍ତୋଷପୁର ରାଜସ୍ବ ନିରୀକ୍ଷକ ପ୍ରମୁଖ ଉକ୍ତ ଗ୍ରାମ ମାନଙ୍କରେ ଥିବା ଆଶ୍ରୟ ସ୍ଥଳୀ ଗୁଡିକ ଯାଞ୍ଚ କରି ଫେରିଛନ୍ତି। ସେହିପରି ଡେଙ୍ଗାପଦର ପଞ୍ଚାୟତ ବାକିଲିକଣା ଗ୍ରାମରେ ପାଣି ପଶି ଜଣଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତହସିଲଦାର ତଦନ୍ତ କରି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଲ୍ଲୀ ଗ୍ରାମର ରାସ୍ତା ଧୋଇ ଯିବାରୁ ଯାତାୟତ ବନ୍ଦ ରହିଛି। ନନ୍ଦନୀ ନଦୀ ଜଳସ୍ତର ବଢୁଥିବାରୁ ଲୋକେ ଆଶଙ୍କାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ: ଦେଲା ଚେତାବନୀ, ଦାବି ପୂରଣ ନ ହେଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଭଞ୍ଜନଗର ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଦାବି ଗୁଡ଼ିକ ହେଲା ଅତିରିକ୍ତ ସୁରକ୍ଷା...

ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟ ପଦର୍ଶନ କରିବେ ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ

ଛତ୍ରପୁର,୨୯।୧୨(ଦିଲ୍ଲୀପ ସାମଲ): ଭାରତ ସରକାର ଅଧୀନସ୍ଥ ସାଂସ୍କୃତିକ ବିକାଶ ପ୍ରତିଷ୍ଠାନ ଏବଂ ସ୍ମୃତି ସାଂସ୍କୃତିକ ସଂଘ ପକ୍ଷରୁ ପୁରୀଠାରେ ଅନ୍ତର୍ଜାତୟ ମେଗା ନୃତ୍ୟ ଏବଂ ସଙ୍ଗୀତ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri