ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ ବାଇକ ଚାଳକ ଓ ବାଇକ ପଛରେ ବସିଥିବା ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଦ୍ବୟ ହେଲେ କନ୍ଧମାଳ ଜିଲା ଉଦୟଗିରି ଥାନା ମାଲିକପୁର ଗ୍ରାମର ସୁରଜ କୁମାର ପ୍ରଧାନ ଓ ଗୋକୁଳାନନ୍ଦ ନାୟକ। ଭଞ୍ଜନଗର ପୋଲିସ
ଆହତ ଦ୍ବୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏଥିସହ ବନ ବିଭାଗ କୁଟୁରାର ମରଶରୀରକୁ ଜବତ କରି ବ୍ୟବଛେଦ ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଇ ଦେଉଛି।
ଘଟଣାରୁ ପ୍ରକାଶ ଯେ, ଆହତ ଦ୍ବୟ କନ୍ଧମାଳ ଜିଲାରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ସମୟରେ ହଠାତ୍ ଜଙ୍ଗଲ ଭିତରୁ ଏକ କୁଟୁରା ରାସ୍ତା ପାର ହେଉଥିଲା। ବାଇକ ଚାଳକ ଦ୍ବୟ ଭାରସାମ୍ୟ ହରାଇ କୁଟୁରାଙ୍କୁ ଧକ୍କା ଦେଇଥିଲେ।
Dharitri – Odisha’s No.1 Odia Daily


