Posted inଜାତୀୟ

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌ ଚୂଡ଼ାନ୍ତ କରିଛନ୍ତି। ଓ୍ବାଶିଂଟନ୍‌ ପକ୍ଷରୁ ଲଗାଯାଇଥିବା ଦଣ୍ଡାତ୍ମକ ଟାରିଫ୍‌ ପରିପ୍ରେକ୍ଷୀରେ ଦୁଇଦେଶ ୨୦୩୦ ସୁଦ୍ଧା ବାଣିଜି୍ୟକ କାରବାରକୁ ୧୦୦ ବିଲିୟନ୍‌ ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହା ସହ ରୁଷିଆରେ ଏକ ୟୁରିଆ ପ୍ଲାଣ୍ଟ ପ୍ରତିଷ୍ଠା ସମେତ ଖାଦ୍ୟ ନିରାପତ୍ତା, ଜାହାଜ ଚଳାଚଳ ଓ ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ସହଯୋଗ ବୃଦ୍ଧି ସକାଶେ ଅନେକ ଚୁକ୍ତିନାମା ସ୍ବାକ୍ଷର ହୋଇଛି।
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ତାଙ୍କ ଭାରତ ଗସ୍ତର ଦ୍ୱିତୀୟ ଦିନରେ ନୂଆଦିଲ୍ଲୀ ସହ ସମ୍ପର୍କ ବୃଦ୍ଧି ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୁଟିନ୍‌ ଶୁକ୍ରବାର ଏକ ମହତ୍ତ୍ୱାକାଂକ୍ଷୀ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମର ଅନାବରଣ କରିଛନ୍ତି। ତଦନୁସାରେ ଉଭୟ ଦେଶର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଓ ପୁଞ୍ଜିନିବେଶ ବର୍ତ୍ତମାନ ୭୦ ବିଲିୟନ୍‌ ଡଲାର ରହିଥିବାବେଳେ ଏହାକୁ ୨୦୩୦ ସୁଦ୍ଧା ୧୦୦ ବିଲୟନ୍‌ ଡଲାରରେ ପହଞ୍ଚତ୍ବା ଲକ୍ଷ୍ୟ ରଖାଯାଇଛି। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ୨୩ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀରେ ମୋଦି ଓ ପୁଟିନ୍‌ ଏକ ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଉପରୋକ୍ତ ଘୋଷଣା କରିଛନ୍ତି। ୫ ବର୍ଷରେ ୧୦୦ ବିଲିୟନ୍‌ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ଲକ୍ଷ୍ୟ ହାସଲ ହେବା ନେଇ ମୋଦି ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ଏଥିସହ ସେ ରୁଷୀୟ ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ଭାରତ ଆସି ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ପାର୍ଟନର ଓ୍ବଥ୍‌ ଇଣ୍ଡିଆ’ରେ ସାମିଲ ହେବାକୁ ଆମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ୟବସାୟ ପାଇଁ ସରଳୀକୃତ ଓ ଆଶାନୁରୂପ ବ୍ୟବସ୍ଥା ଗଢ଼ାଯାଉଛି। ସେହିପରି ରୁଷିଆ ସାମିଲ ଥିବା ୫ ରାଷ୍ଟ୍ର ବିଶିଷ୍ଟ ୟୁରୋସିଆନ୍‌ ଇକୋନୋମିକ୍‌ ୟୁନିୟନ୍‌ (ଇଏଇୟୁ) ସହ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସ୍ବାକ୍ଷର ପାଇଁ ଆଲୋଚନା ଆରମ୍ଭ ହୋଇଛି। ବାଣିଜ୍ୟ ହେଉ କି କୂଟନୀତି, ସବୁଠି ସହଭାଗିତାର ମୂଳଦୁଆ ହେଉଛି ପାରସ୍ପରିକ ଆସ୍ଥା। ଏହି ଆସ୍ଥା ଭାରତ-ରୁଷିଆ ସମ୍ପର୍କର ସବୁଠୁ ବଡ଼ ଶକ୍ତି। ଆମ ମିଳିତ ଉଦ୍ୟମକୁ ଏହି ଆସ୍ଥା ହିଁ ଦିଗଦର୍ଶନ କରି ଗତିଶୀଳ କରିଥାଏ। ଭାରତ-ରୁଷିଆ ସମିଟ୍‌ ନୂଆ ସ୍ବପ୍ନ ଓ ଆକାଂକ୍ଷାରେ ଡେଣା ଯୋଡ଼ିବା ପାଇଁ ଅନୁପ୍ରାଣିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦି ଆହୁରି କହିଛନ୍ତି, ଭାରତ ଇଲେକ୍ଟ୍ରିକ୍‌
ଭେହିକିଲ୍‌ (ଇଭି), ୨ ଚକିଆ ଯାନ ଏବଂ ସିଏନ୍‌ଜି ମୋବିଲିଟି ସୋଲ୍ୟୁଶନ୍‌ର ଏକ ବୈଶ୍ୱିକ ନିର୍ମାତା ହୋଇଥିବାବେଳେ ରୁଷିଆ ନିକଟରେ ଅତ୍ୟାଧୁନିକ ସାମଗ୍ରୀ ଉତ୍ପାଦନର ଜ୍ଞାନକୌଶଳ ରହିଛି। ଇଭି ମାନୁଫାକ୍ଟରିଂ, ଅଟୋମେଟିଭ୍‌ ଯନ୍ତ୍ରାଂଶ ଓ ମୋବିଲିଟି ଟେକ୍ନୋଲୋଜି କ୍ଷେତ୍ରରେ ସହଭାଗିତା ଦୁଇଦେଶକୁ ଘରୋଇ ବଜାର ଚାହିଦା ପୂରଣରେ ସକ୍ଷମ କରିବା ସଙ୍ଗେ ସଙ୍ଗେ ଗ୍ଲୋବାଲ ସାଉଥ୍‌ର ବିକାଶ ଦିଗରେ ସହାୟକ ହେବ।
ରାଷ୍ଟ୍ରପତି ପୁଟିନ୍‌ କହିଛନ୍ତି, ଭାରତ ସହ ବିବିଧ କ୍ଷେତ୍ରରେ ସମ୍ପର୍କ ମଜଭୁତ୍‌ କରିବା ପାଇଁ ରୁଷିଆ ଆଗ୍ରହୀ। ରୁଷୀୟ କମ୍ପାନୀଗୁଡ଼ିକ ଭାରତଠାରୁ ବିଭିନ୍ନ ବର୍ଗର ସାମଗ୍ରୀ ଓ ସେବା ଆମଦାନୀ ବୃଦ୍ଧି ଲାଗି ପ୍ରସ୍ତୁତ ଅଛନ୍ତି। ଭାରତ ଏବଂ ଇଏଇୟୁ ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ହେଲେ ସାମଗ୍ରୀ, ସେବା ଓ ପୁଞ୍ଜିର ଗତିଶୀଳତାରେ ରହିଥିବା ପ୍ରତିବନ୍ଧକ ହ୍ରାସ ପାଇବ। ରୁଷିଆ, ଆର୍ମେନିଆ, ବେଲାରୁଷ, କାଜାଖସ୍ତାନ ଓ କିର୍ଗିସ୍ତାନକୁ ନେଇ ଗଠିତ ଇଏଇୟୁ ସହ ଭାରତର ଏଫ୍‌ଟିଏ ପାଇଁ ଗତ ସପ୍ତାହରେ ଆଲୋଚନା ଆରମ୍ଭ ହୋଇଛି। ୟୁରୋସିଆନ୍‌ ପ୍ରତିନିଧିମଣ୍ଡଳୀ ଶକ୍ତି ପ୍ରସଙ୍ଗରେ ଆଲୋଚନା କରିବା ସହ ତୈଳ ଓ ଗ୍ୟାସ୍‌ ଯୋଗାଣ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଭାରତ ସହ ବିଭିନ୍ନ କ୍ଷେତ୍ରରେ ବହିର୍ପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଆମେ ଚାହୁଁଛୁ। ଏହି ଅବସରରେ ପୁଟିନ୍‌ ଆହୁରି କହିଛନ୍ତି, ଜାତୀୟ ମୁଦ୍ରାଗୁଡ଼ିକୁ ବ୍ୟବହାର କରି ସାମଗ୍ରୀ ଆମଦାନୀ ରପ୍ତାନି କରାଯାଇପାରୁଛି। ବାହ୍ୟ ଘଟଣାବଳୀ ସତ୍ତ୍ୱେ ନିରନ୍ତର ଆର୍ଥିକ କାରବାର ଜାରି ରହିବା ଗୁରୁତ୍ୱପୂର୍ଣ୍ଣ। ତେବେ ଭାରତ-ରୁଷିଆ ସହଯୋଗ କେବଳ ବାଣିଜ୍ୟରେ ସୀମିତ ରହିବା ଅନୁଚିତ। ଆମେ ଶିଳ୍ପ ସହଯୋଗକୁ ତ୍ୱରାନ୍ବିତ କରିବା ଦିଗରେ ଅଗ୍ରସର ହେବା ଉଚିତ। ଆର୍ଟିଫିସିଅଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ବିଶେଷ ଅଗ୍ରଗତି କରିଥିବା ୨ ରାଷ୍ଟ୍ର ବିସ୍ତୃତ ସହଯୋଗିତା ପାଇଁ ପ୍ରସ୍ତୁତ ବୋଲି ପୁଟିନ୍‌ କହିଛନ୍ତି। ଏହା ପୂର୍ବରୁ ମୋଦିଙ୍କ ସହ ପୁଟିନ୍‌ଙ୍କ ସମ୍ମିଳନୀସ୍ତରୀୟ ଆଲୋଚନା ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri